Teamdefigo

କୁଟିଆ କନ୍ଧଙ୍କୁ ଆତ୍ମନିର୍ଭରଶୀଳ କରିଛି ଷ୍ଟ୍ରବେରୀ

ପୁଣିଥରେ ଚର୍ଚ୍ଚାରେ କୋଟିଆ । ଏଥର କିନ୍ତୁ ସୀମା ବିବାଦ କି ପଂଚାୟତ ରାଜନୀତିକୁ ନେଇ ନୁହଁ; ବରଂ ଧାଡି ଧାଡି ନାଲି କ୍ଷେତ ପାଇଁ । କୋରାପୁଟ ଜିଲ୍ଲାର ଏହି ପାହାଡି ଇଲାକାରେ ଷ୍ଟ୍ରବେରୀର ନାଲି ଆବରଣ ଏମିତି ମନୋରମ ଦୃଶ୍ୟ ସୃଷ୍ଟି କରିଛି ଯେ ଯିଏ ଯାଉଛି ଘଡିଏ ରହିଯାଉଛିି । ପୂର୍ବ ବର୍ଷ କୋଟିଆ ପଂଚାୟତର ଦୋଳିଆମ୍ବ ଗାଁରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହୋଇଥିବା ବେଳେ ଏବେ ଏହା ନୂଆପଡା ଜିଲ୍ଲାକୁ ବି…

Read More

ବିଛଳା ନଦୀରେ ବ୍ରିଜ୍ କଲେ ବାପା-ପୁଅଙ୍କ ଯୋଡି

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଡଙ୍ଗାସିଲ ପଂଚାୟତ ଗୁଞ୍ଜରାମପଞ୍ଜରା ଗାଁ । ଗାଁରେ ୧୨୦ ପରିବାର ରହୁଥିବା ବେଳେ ଗାଁକୁ ଲାଗି ବହି ଯାଉଛି ବିଛଳା ନଦୀ । ପାହାଡିଆ ଅଂଚଳରେ ଥିବା ନଦୀରେ ବର୍ଷତମାମ ପାଣି ରହୁଥିବାରୁ ଲୋକେ ପଂଚାୟତ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ, ଡାକ୍ତରଖାନା, ସ୍କୁଲକୁ ନିୟମିତ ଭାବେ ଯାଇ ପାରୁନଥିଲେ । ପରିସ୍ଥିତି ଏପରି ହେଉଥିଲା ଯେ ବର୍ଷାଦିନେ ଗାଁ ଲୋକେ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲେ । ଏହି…

Read More

‘ଗଲଙ୍ଗ-ଗବନ୍‌’ ବ୍ରାଣ୍ଡରେ ମୟୂରଭଂଜର ପାରମ୍ପରିକ ସାନ୍ତାଳି ଶାଢିର ସଂରକ୍ଷଣ

ଶୁଦ୍ଧତା ଓ ମୌଳିକତା ଯାହାର ପ୍ରତିବିମ୍ବ ସେମାନେ ହେଲେ ସାନ୍ତାଳି । ପ୍ରତିଟି ସୃଷ୍ଟିର ମୌଳିକତାକୁ ସୁରକ୍ଷା ଦେବା ଓ ତାର ସଂରକ୍ଷଣ କରିବା ଆଦିବାସୀ ପାରମ୍ପରାର ଅଂଶ । କୌଣସି ଜିନିଷର ଶୁଦ୍ଧତା ବଜାୟ ରଖି ଯତ୍ନରେ ତାହାକୁ ସୃଷ୍ଟି କରିବାର ଅର୍ଥ ‘ଗଲଙ୍ଗ ଗବନ୍‌’ । ଏଭଳି ଏକ ଆଭିମୁଖ୍ୟକୁ ସାକାର କରିବା ପାଇଁ ମୟୂରଭଞ୍ଜର ସାନ୍ତାଳି ଝିଅ ଲିପ୍‌ସା ହେମ୍ବ୍ରମ୍ ଗଲଙ୍ଗଗବନ୍ ନାମରେ ନିଜସ୍ୱ ବ୍ରାଣ୍ଡ ଆରମ୍ଭ କରିଛନ୍ତି । ହାଇଦ୍ରାବାଦ୍‌ର (ନ୍ୟାସନାଲ…

Read More

ଗ୍ରାମୀଣ ପଟ୍ଟଚିତ୍ରରୁ ହଜିଯାଉଛି ‘ଗୋଲା ଘର

ପୂର୍ବରୁ ଓଡ଼ିଶାରେ ଶସ୍ୟ ସଂରକ୍ଷଣର ଅନେକ ପାରମ୍ପରିକ ପଦ୍ଧତି ରହିଥିଲା ତା ଭିତରୁ କେନ୍ଦ୍ରାପଡା ଜିଲ୍ଲାର ଗାଁ ଗୁଡିକରେ ବେଶ ପ୍ରଚଳିତ ଗୋଲା ଘର । ପାରମ୍ପରିକ ଓ ପରିବେଶ ଅନୁକୂଳ ଏହି ଶସ୍ୟ ସଂରକ୍ଷଣ ଘରଗୁଡିକୁ ପ୍ରଥମେ ବାଉଁଶରେ ତିଆରି କରାଯାଇ ଏହାକୁ ଆବୃତ କରିବା ପାଇଁ ଏହାର ବାହାରଟା ମାଟି, ପାଉଁଶ ଓ ଗୋବରରେ ଲିପାଯାଏ । ଥରେ ବିଲରେ ଅମଳ ହେଲା ପରେ ଧାନ ସମେତ ଅନ୍ୟାନ୍ୟ ଶସ୍ୟକୁ ଏଠାରେ ଗଚ୍ଛିତ କରି…

Read More

ହଜିଯିବ ତାଳପତ୍ର ଭୋଗେଇ

ବଢ଼ୁଛି ସହରୀକରଣ । ସବୁଜିମାର ବୁକୁ ଚିରି ମଥା ଟେକୁଛି କଂକ୍ରିଟ ଜଙ୍ଗଲ । ବାତ୍ୟାପ୍ରବଣ ପୁରୀ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବାତ୍ୟା ଉଜାଡି ଦେଉଛି ହଜାର ହଜାର ଗଛ । ଜଙ୍ଗଲ ଉପରେ ନିର୍ଭରଶୀଳ ଶିଳ୍ପ ସବୁ ହରାଉଛି ଅସ୍ତିତ୍ୱ । ପୁରୀ ଶ୍ରୀମନ୍ଦିର ସେବା ସହ ଜଡିତ ତାଳପତ୍ରର ଶିଳ୍ପ ବିଶେଷକରି ତାଳପତ୍ର ଭୋଗେଇ ଏବେ ବିଲୋପ ଅଭିମୁଖେ ଅଗ୍ରସର ହେଉଛି । ଏହା ଉପରେ ନିର୍ଭର କରିଚଳୁଥିବା ପୁରୀ ସହରର ୩୦…

Read More

ଆମେ କ୍ରିକେଟ ଖେଳି ପାରିବୁ

କ୍ରିକେଟ ସବୁବେଳେ ପୁରୁଷ ମାନଙ୍କ ଖେଳ ଭାବେ ଧରାଯାଏ । କ୍ରିକେଟ ପୁଣି ଦୃଷ୍ଟିହୀନ ମହିଳାମାନେ ଖେଳିବେ ଓ ଚାମ୍ପିଅନ ହେବେ ଏକଥା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହାକୁ ପ୍ରମାଣିତ କରିପାରିଛନ୍ତି ଓଡ଼ିଶାର ବିଭିନ୍ନ ଆଦିବାସୀ ଅଂଚଳରୁ ଆସିଥିବା ଏହି ଦୃଷ୍ଟିହୀନ ମହିଳା କ୍ରିକେଟ ଖେଳାଳି । ନିକଟରେ ବାଙ୍ଗାଲୋରଠାରେ ଆୟୋଜିତ ତୃତୀୟ ଜାତୀୟ ଦୃଷ୍ଟିହୀନ ଟ୍ୱେଂଟି-୨୦ ମହିଳା କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଚାମ୍ପିଅନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି । ଓଡ଼ିଶା…

Read More

୪୪ ଗାଁର ଲୋକଙ୍କୁ ଆରୋଗ୍ୟ କରୁଛି ମାଲ୍ୟବନ୍ତ

ଯେ କୌଣସି ପ୍ରକାରର ଚର୍ମ ରୋଗ ହେଉ ଅବା ପକ୍ଷାଘାତ ଭଳି ସାଂଘାତିକ ରୋଗ ସେମାନେ ଜାଣନ୍ତି ଏସବୁ ରୋଗର ଉପଶମ ପାହାଡରେ ମିଳୁଥିବା ଜଡିବୁଟିରେ ରହିଛି । ଆଜି ନୁହେଁ, କାହିଁ କେଉଁ କାଳରୁ ସେମାନେ ତାଙ୍କ ସବୁ ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ୟାର ସମାଧାନ ଭାବେ ପାହାଡକୁ ଭାବନ୍ତି । ଜନବସତି ଆରମ୍ଭ ହେବା ଦିନରୁ ନିଜର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଏମାନଙ୍କୁ ଏହି ମାଳି ପର୍ବତ ଦେଇଛି । ଚାଷ ଜମି, ଖାଦ୍ୟଶସ୍ୟ ହେଉ…

Read More

ଇକୋ ଇଟା ନିଶାରେ ଯୁବପିଢ଼ି

ଏକ ସର୍ବେକ୍ଷଣ ଅନୁସାରେ ୨୦୫୦ ବେଳକୁ ବିଶ୍ୱରେ ପ୍ଲାଷ୍ଟିକର ମାତ୍ରା ଏତେ ବଢିଯିବ ଯେ ସମୁଦ୍ରରେ ମାଛ ଓ ଅନ୍ୟ ଜଳଚର ପ୍ରାଣୀ ତୁଳନାରେ ପ୍ଲାଷ୍ଟିକ ଆବର୍ଜନା ଅଧିକ ଦେଖିବାକୁ ମିଳିବ । ଦିନକୁ ଦିନ ଉତ୍କଟ ହେଉଥିବା ଏହି ପ୍ଲାଷ୍ଟିକର କିପରି ପୁନଃ ପ୍ରକ୍ରିୟାକରଣ କରାଯାଇପାରିବ ଏଥିନେଇ ପରିବେଶବିତ ମାନେ ଚିନ୍ତା କରୁଥିବା ବେଳେ ଅନୁଗୁଳ ଜିଲ୍ଲାର କିଛି ଯୁବକ ଏହି ପ୍ଲାଷ୍ଟିକ ଆବର୍ଜନାର ପୁନଃ ପ୍ରକ୍ରିୟାକରଣର ଏକ ସୁନ୍ଦର ଉପାୟ ବାହାର କରିପାରିଛନ୍ତି ।…

Read More

ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶାର ଅନ୍ତ ନାହିଁ

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓ ପାଟଣାଗଡ ବ୍ଲକର କିଛି ଗାଁରୁ ତେଲେଙ୍ଗାନା ରାଜ୍ୟର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିବା ୬୦ ପାଖାପାଖି ଦାଦନ ଶ୍ରମିକଙ୍କୁ ଗତ ୧୬ ତାରିଖ ଦିନ ସ୍ୱେଚ୍ଛାସେବୀ ସଂଗଠନ ଓ ଆନ୍ଧ୍ର ପ୍ରଦେଶ ପୁଲିସ ଉଦ୍ଧାର କରାଯିବା ପରେ ଏବେ ସେମାନେ ନିଜ ଗାଁକୁ ଫେରିଛନ୍ତି । ସେମାନଙ୍କ ପ୍ରତି ହେଉଥିବା ନିର୍ଯାତନା ବିଷୟରେ ବିଭିନ୍ନ ଭିଡିଓ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାରେ କାମ କରୁଥିବା ସ୍ୱେଚ୍ଛାସେବୀଙ୍କୁ ପଠାଇବା ପରେ ପ୍ରଶାସନ ସହାୟତାରେ…

Read More

ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଘରୁ ବିତାଡିତ

ନିଜର ଓ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥବା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଘରୁ ତଡିଦେଇଥିବା ଘଟଣା ଆଲୋଡନ ସୃଷ୍ଟି କରିଛି । ଏବେ ମଧ୍ୟ ସମାଜରେ ମହିଳାଙ୍କୁ କୌଣସି ନିଷ୍ପତି ନେବାକୁ ହେଲେ ଘରର ପୁରୁଷଙ୍କ ଅନୁମତି ନେବାକୁ ପଡିଥାଏ । ଏପରିକି ନିଜ ଶରୀର ଓ ସ୍ୱାସ୍ଥ୍ୟ ବିଷୟରେ ନିଷ୍ପତି ନେବାର ଅଧିକାର ମଧ୍ୟ ମହିଳାମାନଙ୍କର ନାହିଁ ବୋଲି କିଛି ସାମାଜିକ କର୍ମୀ…

Read More