ଅଭାବରେ ଦାଦନମୁହାଁ ଗଞାମ ଜିଲ୍ଲା ନୋଳିଆ ନୂଆଗାଁର ଯୁବକ; ଭବିଷ୍ୟତ ନେଇ ଚିନ୍ତିତ

କିଛି ବର୍ଷ ହେବ ସମୁଦ୍ରରେ ମାଛ କମିଯିବା, ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଯୋଗୁଁ ଁ ବର୍ଷକୁ ସାତ ମାସ ମାଛ ଧରିବା ପାଇଁ କଟକଣା କରାଯିବା ଏବଂ ଜଳବାୟୁ ପରିବର୍ତନ ଯୋଗୁଁ ବଢିଚାଲିଥିବା ନିୟମିତ ବାତ୍ୟା, ଲଘୁଚାପ ଜନିତ ବର୍ଷା ଓ ଅତ୍ୟଧିକ ଗରମ ଯୋଗୁଁ ଏବେ ସମୁଦ୍ରରେ ମାଛ ଧରିବା ପୂର୍ବଭଳି ଲାଭ ଦାୟକ ହେଉନାହିଁ । ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ଅନେକ ମତ୍ସଜୀବୀ ପରିବାର ବାହାର ରାଜ୍ୟକୁ କାମ…

Read More

ପାରମ୍ପରିକ ତେଲିଙ୍ଗି ବାଜାର ଚାହିଦା ; ପାର୍ବଣଋତୁରେ ଅଧିକ ରୋଜଗାରର ସୁଯୋଗ

ଦଶହରା ସବୁବେଳେ ସଭିଁଙ୍କ ପାଇଁ ଖୁସି ଆଉ ମଉଜ କରିବାର ଦିନ ନଥାଏ ବରଂ ଅନେକଙ୍କ ପାଇଁ ଏହି ସମୟ ଅଧିକ ଟିକେ ରୋଜଗାର କରିବାର ସୁଯୋଗ ଦିଏ । ପାର୍ବଣ ସମୟରେ ମା ଦୁର୍ଗାଙ୍କ ସମ୍ମୁଖରେ ପାରମ୍ପରିକ ବାଦ୍ୟଯନ୍ତ୍ର, ମହୁରୀ, ଘଂଟ ଓ ଶଙ୍ଖ ବଜାଇବା ଏକ ପରମ୍ପରା ରହିଥିବାରୁ ଏହି ସମୟରେ ବାଦ୍ୟଯନ୍ତ୍ର ବଜାଉଥିବା ଗ୍ରୁପ ଗୁଡିକର ଚାହିଦା ବେଶ ବଢିଯାଏ । ଏଣୁ ପ୍ରତିବର୍ଷ ଦୁର୍ଗାପୂଜା ଆସିବାର କିଛିଦିନ ପୂର୍ବରୁ ଓଡ଼ିଶାର ବିଭିନ୍ନ…

Read More

ଡଙ୍ଗରିଆ କନ୍ଧଙ୍କ ପାରମ୍ପରିକ କପଡାଗଣ୍ଡା ସାଲ ଦେଉଛି ପରିଚୟ ଓ ରୋଜଗାର

(ନିୟମଗିରି ପାହାଡ ଉପରେ ଡଙ୍ଗରିଆ କନ୍ଧ ଜନଜାତିର ମହିଳାମାନେ ବସି ତାଙ୍କ ପାରମ୍ପରିକ କପଡାଗଣ୍ଡା ସାଲ ବୁଣୁଛନ୍ତି ) ଏବେ ସବୁଠି ଫାଷ୍ଟ ଫ୍ୟାସନର ଯୁଗ । ତଥାପି ପାରମ୍ପରିକ ହସ୍ତତନ୍ତ ପ୍ରତି ଲୋକଙ୍କ ଚାହିଦା କମିନାହିଁ । ଡଙ୍ଗରିଆ କନ୍ଧ ଜନଜାତିଙ୍କ ପାରମ୍ପରିକ ରଂଗ ଓ କପଡାରେ ପ୍ରସ୍ତୁତ କପଡାଗଣ୍ଡା ଡିଜାଇନକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ କୋରାପୁଟର ଫୋକୱେଭ ସଂସ୍ଥା ଆରମ୍ଭ କରିଛି ଏକ ପ୍ରୟାସ । ସବୁଠାରୁ ବଡ କଥା ହେଉଛି ହସ୍ତତନ୍ତରୁ…

Read More

ବିଶ୍ୱାସରୁ ବିଜ୍ଞାନ ଯାଏଁ : ପ୍ରକୃତିର ସଙ୍କେତରୁ ଜଣାପଡେ ମୌସୁମୀର ଆଗମନ

କେବେ ଭାବିଛନ୍ତି ପୂର୍ବକାଳରେ ଯେତେବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୋଲି କିଛି ନଥିଲା କିମ୍ବା ଆଧୁନିକ ଯନ୍ତ୍ରର ଉଦ୍ଭାବନ ହୋଇନଥିଲା ସେତେବେଳେ ଲୋକେ ମୌସୁମୀର ଆଗମନ ସମ୍ପର୍କରେ ଜାଣୁଥିଲେ କିପରି ? ଯେତେବେଳେ ଟିଭି କିମ୍ବା ମୋବାଇଲର ବ୍ୟବହାର ଜଣାନଥିଲା ଲୋକେ କିପରି ସଂକେତ ପାଉଥିଲେ ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନର ? ବିନା କୌଣସି ଆଧୁନିକ ଯନ୍ତ୍ର ଓ ଜ୍ଞାନକୌଶଳ ଦ୍ୱାରା ପ୍ରତିବର୍ଷ କିପରି ଜଣା ପଡ଼ୁଥିଲା ମୌସୁମୀ କୃଷି ଅନୁକୂଳ ଅଥବା ପ୍ରତିକୂଳ…

Read More

ଗଛ ଦେଇଛି ନୂଆ ପରିଚୟ: ବୃକ୍ଷମାନବ ଭାବେ ପରିଚିତ ନବରଙ୍ଗପୁରର ତପନ

ପିଲା ଦିନେ ଖେଳାବୁଲା ବୟସରେ ଖେଳନାଠୁ ଅଧିକ, ପ୍ରକୃତି ତାଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା । ଜଙ୍ଗଲ ପରିବେଶ ତାଙ୍କ ମନକୁ ଏକ ଭିନ୍ନ ଶାନ୍ତି ଆଣି ଦେଉଥିଲା । ଖୁବ କମ୍ ବୟସରେ ପରିବେଶ ପ୍ରତି ତାଙ୍କର ଭଲପାଇବା ତାଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିଥିଲା । ସେ ହେଉଛନ୍ତି, ନବରଙ୍ଗପୁର ଜିଲ୍ଲା ବାଗନାଗୁଡ଼ାର ତପନ ବିଷୋୟୀ । ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।…

Read More

ଜଙ୍ଗଲ, ଜୀବିକା ପାଇଁ ‘ସିଆଳି ଉତ୍ସବ: ଜଙ୍ଗଲ ସୁରକ୍ଷାର ଜାଗ୍ରତ ପ୍ରହରୀ ସାଜିଲେ ମହିଳା

ଜଙ୍ଗଲ ଥିଲା, ଜୀବିକା ବି । ହେଲେ ଉତ୍ସବ ନଥିଲା । ଯେତେବେଳେ ଅଭାବ ଆସିଲା ସେତେବେଳେ କିଛି ଅଭିନବ ଉପାୟ ବି ଆସିଲା । ଜଙ୍ଗଲ, ଜୀବିକା ସହ ଯୋଡ଼ି ହେଲା ପରମ୍ପରା । ପାଳନ ହେଲା ଉତ୍ସବ । ଯେଉଁ ସିଆଳି ପତ୍ର ପିଢ଼ି ପିଢ଼ିଙ୍କୁ ରୋଜଗାର ଦେଇ ଆସିଛି ତାର ସୁରକ୍ଷା ସହ ଜଙ୍ଗଲ ସଂରକ୍ଷଣ ପାଇଁ ଜନ୍ମ ନେଲା ‘ସିଆଳି ଉତ୍ସବ’ ।  ଧୀରେ ଧୀରେ ଏ ଉତ୍ସବ ଆଜି  ଏକ…

Read More

‘କ୍ରେଚ୍‌’ ଆଦିବାସୀ ଶିଶୁଙ୍କ ନୂଆ ଆଶ୍ରୟ: ମା’ କୋଳର ବିକଳ୍ପ

ଯେଉଁଠି ସକାଳ ହେଲେ ଜୀବନ ଜୀବିକା ପାଇଁ ସଂଘର୍ଷ ଚାଲେ, ବିକାଶ ପହଂଚିବାରେ ବିଳମ୍ବ ହୁଏ, ସୁଷମ ଆହାର ବିନା ଶିଶୁଟି କୁପୋଷଣର ଶିକାର ହୁଏ ସେଠି ଲୋକେ ଆଧୁନିକତାର ଛାପଠୁ ଅନେକ ଦୂରରେ । ଏ ଭିତରେ ସେମାନଙ୍କ ପାଇଁ ସିୱାଇଏସଡି (ଯୁବ ସମାଜ ବିକାଶ କେନ୍ଦ୍ର) ଏକ ଅଭିନନ୍ଦନୀୟ ପଦକ୍ଷେପ ନେଇଛି । ଆରମ୍ଭ କରିଛି ଶିଶୁଘର ବା କ୍ରେଚ୍ । ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏ ବ୍ୟବସ୍ଥା ଅନେକଙ୍କୁ ଆଶ୍ଚର୍ଯ୍ୟ…

Read More

ସଂକଟରେ ଜାଲ ବୁଣାକାର: ୨୫ ବର୍ଷ ହେଲା ବନ୍ଦ ହାତବୁଣା ସୂତା ଜାଲ, ଶସ୍ତା ପାଇଁ ପ୍ଲାଷ୍ଟିକ ଜାଲର ଚାହିଦା

ସମୁଦ୍ର ତଟରେ ତରଙ୍ଗର ସ୍ୱର ମଧ୍ୟରେ ଚୁପଚାପ ଚାଲିଛି ଜୀବନର ଏକ ଅଦୃଶ୍ୟ ସଂଘର୍ଷ । ହାତରେ ସୁତା, ସାମ୍ନାରେ ଅଧା ବୁଣା ଜାଲ, ଏହାହିଁ ଅନେକ ପରିବାରର ଦିନଚର୍ଯ୍ୟା । ପୁରୀ ଜିଲ୍ଲାର ସମୁଦ୍ରତଟୀୟ ଗ୍ରାମଗୁଡ଼ିକରେ ମାଛ ଧରିବା ସହ ଜାଲ ବୁଣିବା ଅତି ପୁରାତନ ପେସା । ପିଢ଼ି ପିଢ଼ି ଧରି ସେମାନେ ଏହି କାମ ହିଁ କରି ଆସୁଛନ୍ତି  । ଏହା ତାଙ୍କର ବେଉସା କହିଲେ ଚଳେ। ହେଲେ ଆଜି ଆଉ ସେଦିନ…

Read More

କମିବାରେ ଲାଗିଛି ଘରଚଟିଆଙ୍କ ସଂଖ୍ୟା: ସୁରକ୍ଷା ନେଇ ପକ୍ଷୀପ୍ରେମୀଙ୍କ ଉଦ୍ୟମ ଜାରି

ଦିନ ଥିଲା ଏମାନଙ୍କ କିଚିରି ମିଚିରି ଶବ୍ଦରେ ନିଦ ଭାଙ୍ଗି ଯାଉଥିଲା । ଏବେ ଏହା ଶୁଣିବା ସାତ ସପନ ହୋଇଗଲାଣି । ଘରର ପକ୍ଷୀ ଘର ଚଟିଆ ଏବେ ବସା ପାଇଁ ଘର ଖୋଜୁଛି । ଆଧୁନିକତାର ଛାପ ଏବଂ ଜଳବାୟୁର ପରିବର୍ତ୍ତନର ଜାଲରେ ଏମାନେ ଏବେ ବିଲୁପ୍ତ ପ୍ରାୟ । ବଦଳୁଛି ସଭ୍ୟତା, ବଦଳୁଛି ପରିବେଶ । ପରିବର୍ତ୍ତନର ପ୍ରକ୍ରିୟାରେ ଘର ଚଟିଆ କାଁ ଭାଁ ଦିଶୁଛନ୍ତି । ସହର ଛାଡ଼ନ୍ତୁ, ଗାଁରେ ବି…

Read More

ସେବାରେ ସମର୍ପିତା ମାତିଲଦା: “ଫୋର୍ବସ ଇଣ୍ଡିଆ” ମାଗାଜିନରେ ସ୍ଥାନ ପାଇଥିବା ପ୍ରଥମ ଆଶାକର୍ମୀ

ଗାଁରୁ ଗାଁ, ଘରକୁ ଘର, ବୁଲି ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ ସେବା । କରଣ ସେ ସେବିକା । ବୃତ୍ତିରେ ଆଶାକର୍ମୀ । ସକାଳ ପାହିଲେ ହାତରେ ବ୍ୟାଗ, ରେଜିଷ୍ଟର, ଔଷଧ, ସଚେତନତା ପତ୍ରିକା ଧରି ସାଇକେଲରେ ବାହାରି ଯାଆନ୍ତି କର୍ମକ୍ଷେତ୍ରକୁ । ସେବା ପାଇଁ ପୂରା ଗାଁରେ ସେ ମାତିଲଦା ଦିଦି ନାଁରେ ବେଶ ପରିଚିତ । କେବଳ ସେତିକି ନୁହେଁ, ବରଂ ଅନ୍ଧବିଶ୍ୱାସ, କୁସଂସ୍କାର, ଜାତିବାଦ, ଅସ୍ପୃଶ୍ୟତା ଦୂର କରିବାରେ ବାର୍ତ୍ତାବହ ସାଜିଛନ୍ତି । ସ୍ୱାସ୍ଥ୍ୟ…

Read More