ବିଶ୍ୱାସରୁ ବିଜ୍ଞାନ ଯାଏଁ : ପ୍ରକୃତିର ସଙ୍କେତରୁ ଜଣାପଡେ ମୌସୁମୀର ଆଗମନ
କେବେ ଭାବିଛନ୍ତି ପୂର୍ବକାଳରେ ଯେତେବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୋଲି କିଛି ନଥିଲା କିମ୍ବା ଆଧୁନିକ ଯନ୍ତ୍ରର ଉଦ୍ଭାବନ ହୋଇନଥିଲା ସେତେବେଳେ ଲୋକେ ମୌସୁମୀର ଆଗମନ ସମ୍ପର୍କରେ ଜାଣୁଥିଲେ କିପରି ? ଯେତେବେଳେ ଟିଭି କିମ୍ବା ମୋବାଇଲର ବ୍ୟବହାର ଜଣାନଥିଲା ଲୋକେ କିପରି ସଂକେତ ପାଉଥିଲେ ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନର ? ବିନା କୌଣସି ଆଧୁନିକ ଯନ୍ତ୍ର ଓ ଜ୍ଞାନକୌଶଳ ଦ୍ୱାରା ପ୍ରତିବର୍ଷ କିପରି ଜଣା ପଡ଼ୁଥିଲା ମୌସୁମୀ କୃଷି ଅନୁକୂଳ ଅଥବା ପ୍ରତିକୂଳ…
