Teamdefigo

କଫି ପରେ କୋରାପୁଟର ସୁଗନ୍ଧିତ ସାବୁନ

ଏପର୍ଯ୍ୟନ୍ତ କୋରାପୁଟର କଫି ଲୋକଙ୍କ ମନ ମୋହିଥିଲା କିନ୍ତୁ ଏବେ କୋରାପୁଟ ଜିଲ୍ଲା ଆଉ ପାଦେ ଆଗେଇଛି । ଏଠାକାର ହଳଦୀ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାର ଏପରିକି ବିଦେଶରେ ମଧ୍ୟ ପହଂଚିଲାଣି । କୋରାପୁଟ ହଳଦୀରୁ ପ୍ରସ୍ତୁତ ସାବୁନ ଏବେ ଆମେରିକା, ପ୍ୟାରିସ ଓ ଫ୍ରାନ୍ସରେ ଆଦୃତ ହେବାରେ ଲାଗିଲାଣି । ଗତ ୮ ମାସ ମଧ୍ୟରେ ଓର୍‌ମାସ୍ ସହାୟତାରେ କେବଳ ଆମେରିକାକୁ ପଠାଯାଇଛି କୋରାପୁଟ ହଳଦୀରେ ପ୍ରସ୍ତୁତ ୨୦୦୦ଟି ସାବୁନ୍ । ଜିଲ୍ଲାର…

Read More

କିନ୍ନରଙ୍କୁ ଶିକ୍ଷା ହିଁ ଦେବ ସମ୍ମାନ

କେନ୍ଦୁଝର ଜିଲ୍ଲା ବଡବିଲ ଅଂଚଳର ସଲମା ବର୍ତମାନ ବଡବିଲ ଜୁଡିସିଆଲ ମାଜିଷ୍ଟ୍ରେଟ ଅଫ ଫାଷ୍ଟ କ୍ଲାସ କୋର୍ଟରେ ପେସାଦାର ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ କ୍ଷେତ୍ରରେ ସେ ହେଉଛନ୍ତି ରାଜ୍ୟର ପ୍ରଥମ ଟ୍ରାନ୍ଟ ପର୍ସନ ଯିଏକି ପେସାଦାର ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ସଂଜ ନଇଁଲେ କିନ୍ନର ମାନେ ସଜବାଜ ହୋଇ ବେଶ୍ୟାବୃତି କରିବାକୁ ସେ ସଂପୂର୍ଣ ବିରୋଧ କରିଛନ୍ତି ବରଂ ସେମାନଙ୍କ ପାଇଁ ଅନ୍ୟ ରୋଜଗାରର ପନ୍ଥା ବାହାର କରିବାକୁ…

Read More

ଗାଁଲୋକଙ୍କୁ ମିଳିଛି ଜଙ୍ଗଲ ଉପରେ ମାଲିକାନାସତ୍ୱ

ବହୁ ବର୍ଷର ସଂଘର୍ଷ ପରେ ନୟାଗଡଜିଲ୍ଲା ନୂଆଗାଁ ବ୍ଲକର ୧୨ଟି ଗାଁର ଲୋକଙ୍କୁ ଗୋଷ୍ଠୀ ବନ ସମ୍ବଳ ଅଧିକାର (କମ୍ୟୁନିଟୀ ଫରେଷ୍ଟ ରାଇଟସ) ଆଇନରେ ମାଲିକାନାସତ୍ୱ ମିଳିଛି । ଏହି ମାଲିକାନାସତ୍ୱ ପାଇବା ପରେ ଏବେ ପାଖାପାଖି ୩୦୦୦ ଏକର ଜଙ୍ଗଲ ଜମିର ସୁରକ୍ଷା ଦାୟିତ୍ୱ ସେମାନଙ୍କୁ ମିଳିବା ସହ ଏଥିରୁ ସଂଗୃହୀତ ଳଘୁବନଜାତଦ୍ରବ୍ୟକୁ ବିକ୍ରିକରି ସେମାନେ ପରିବାର ପ୍ରତିପୋଷଣ କରିପାରିବେ । ସାରା ଦେଶରେ ଓଡିଶା ପ୍ରଥମ କରି ଏଭଳି ମାଲିକାନାସତ୍ୱ ପ୍ରଦାନ କରି ସମସ୍ତଙ୍କ…

Read More

ମହିଳା ସଫେଇ କର୍ମଚାରୀଙ୍କୁ ସମ୍ମାନ ମିଳୁ

ଭୁବନେଶ୍ୱର ସହରକୁ ସବୁଜ ସୁନ୍ଦର ରଖିବାରେ ବିଏମସିର ମହିଳା ସଫେଇ କର୍ମଚାରୀଙ୍କର ଯଥେଷ୍ଟ ଯୋଗଦାନ ରହିଛି । କିନ୍ତୁ ଅନେକ ସମୟରେ ସେମାନଙ୍କ କାମ ଅଣଦେଖା ହୋଇ ରହିଯାଏ । ମାର୍ଚ୍ଚ ୮ ତରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମେ କିଛି ମହିଳା ସଫେଇ କର୍ମଚାରୀଙ୍କୁ ଭେଟି ତାଙ୍କ ମନକଥା ଜାଣିବାକୁ ଚେଷ୍ଟା କରିଥିଲୁ । ଭୁବନେଶ୍ୱର ; ରାସ୍ତା ଝାଡୁ କରିବା ଆମର ସବୁଦିନିଆ କାମ । ଭୋର ୫ଟାରୁ ଉଠି ଘର କାମ…

Read More

ଗୋଟିଏ ଝର୍କାର କାହାଣୀ

ଦେହ ବ୍ୟବସାୟକୁ ଆଦରି ନେଇଥିବା ରେଡଲାଇଟ ଅଂଚଳରେ ରହୁଥିବା ଯୌନକର୍ମୀଙ୍କ ଦୁରବସ୍ଥା କହିଲେ ନସରେ । ସମାଜରେ ସେମାନେ ନାନା ଭାବେ ଶୋଷିତ ଓ ଉପେକ୍ଷିତ ହେଉଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହା ପ୍ରାୟତଃ ଦୃଷ୍ଟିକୁ ଆସିପାରେନାହିଁ । ଯୌନକର୍ମୀମାନେ ସାମାଜିକ ଓ ଅର୍ଥନେତିକ ପଛୁଆ ଶ୍ରେଣୀର ହୋଇଥିବାରୁ ସେମାନେ ରୋଗରେ ଭୋଗୁଥିଲେ ମଧ୍ୟ ବିଭିନ୍ନ କାରଣରୁ ଚିକିତ୍ସା କରାଇ ପାରନ୍ତି ନାହିଁ । ଏଣୁ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା…

Read More

ଉଜ୍ଜ୍ୱଳା ବ୍ୟବହାରକାରୀଙ୍କ ସଂଖ୍ୟା କମୁଛି

ଦେଶର ଗରିବ ମହିଳା ମାନଙ୍କୁ ରାନ୍ଧିବାବେଳେ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ କ୍ଷତିକାରକ ଜାଳେଣି କାଠ ବ୍ୟବହାର ନକରି ରନ୍ଧନ ଗ୍ୟାସ ବ୍ୟବହାର କରିବାକୁ ୨୦୧୬ ମସିହାରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲକରି କେନ୍ଦ୍ର ସରକାର ସେମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେଇଛନ୍ତି । କିନ୍ତୁ ବର୍ତମାନ ଏଲପିଜି ଇନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ବ୍ୟବହାରକାରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦିହେବା ପରି ଲାଗୁଛି…

Read More

ହଜିବାରେ ଲାଗିଲାଣି କାଗଜମୁଖା କାରିଗରୀ

ସମୟଥିଲା ପୁରୀର କାରିଗର ମାନଙ୍କ ହାତତିଆରି ଅନେକ ପାରମ୍ପରିକ କଣ୍ଢେଇ ଘରେ ଘରେ ପରିଚିତ ଥିଲା । ଦୋଳ ମେଳଣ ହେଉ ଅବା ଚନ୍ଦନ ଯାତ୍ରା ଓ ରଥଯାତ୍ରା –ଏଠାକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଶିଳ୍ପୀମାନଙ୍କ ପାଖକୁ ଯାଇ ସେମାନଙ୍କଠାରୁ ଉଚିତ ଦରରେ ଜିନିଷ କିଣୁଥିଲେ । ତେବେ ଯଦିଓ ରଘୁରାଜପୁରରେ କାଗଜ ତିଆରି ମୁଖା ଓ କଣ୍ଢେଇ କାଁ ଭାଁ ଦେଖିବାକୁ ମିଳୁଛି କିନ୍ତୁ ପୁରୀ ସହରରେ ଥିବା ଚିତ୍ରକର ସାହି ଗୁଡିକରେ ଏଗୁଡିକ ପ୍ରାୟ…

Read More

ପାରମ୍ପରିକ ବିହନରୁ ବିପର୍ଯ୍ୟୟ ନିରୋଧୀ ଧାନ

ରାଜ୍ୟରେ ବଢୁଥିବା ଜଳବାୟୁର ପ୍ରତିକୂଳ ପରିସ୍ଥିତି ଯେପରି- ଆବଶ୍ୟକତାଠାରୁ ଅଧିକ ବର୍ଷା ହେବା, ବର୍ଷା ଅଭାବରୁ ମରୁଡି ଭଳି ଅବସ୍ଥା ଅଥବା ସ୍ୱଳ୍ପ ବର୍ଷା ଯୋଗୁଁ ଅନେକ ସମୟରେ ଚାଷ ନଷ୍ଟ ହେବାର ଓ ଚାଷୀ କ୍ଷୟକ୍ଷତି ସହିବାର ଦୃଷ୍ଟାନ୍ତ ରହିଛି । କିନ୍ତୁ ଏବେ ଏଥିରୁ ଚାଷୀଙ୍କୁ ମୁକ୍ତି ଦେବାପାଇଁ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିପର୍ଯ୍ୟୟ ନିରୋଧୀ ଧାନ ପ୍ରସ୍ତୁତ କରାଯାଇଛି ଯାହା ରାଜ୍ୟର ସବୁ ପ୍ରକାରର ଜମିରେ ଓ…

Read More

ଓଡ଼ିଶା ଜଙ୍ଗଲରେ ନିଆଁ

ମାର୍ଚ୍ଚ ଆରମ୍ଭ ନ ହେଉଣୁ ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ନିଆଁ ହୁତୁ ହୁତୁ ହୋଇ ଜଳୁଛି । ଆଠଗଡ, ଖୁଂଟୁୁଣି, ଢ଼େଙ୍କାନାଳ, ଚନ୍ଦକା, କଳାହାଣ୍ଡିି, ରାୟଗଡା ଓ ଖଡିଆଳ ଆଦି ସ୍ଥାନରେ ନିଆଁର ମାତ୍ରା ସବୁଠାରୁ ଅଧିକ । ଫେବୃୟାରୀ ୧୫ରୁ ଜୁନ ମଧ୍ୟ ଭାଗ ଯାଏଁ ସାଧାରଣତଃ ନିଆଁ ଲାଗୁଥିବା ବେଳେ ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଜାନୁୟାରୀ ମାସରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ସବୁଠାରୁ ବଡ଼କଥା ହେଉଛି ନିଆଁକୁ ଆୟତ…

Read More

ପ୍ୟାଡମ୍ୟାନରୁ ପିରିୟଡ ଲିଭ

ସାନିଟାରୀ ନ୍ୟାପକିନ ଉପରେ ନିର୍ମିତ ହିନ୍ଦୀ ଫିଲ୍ମ୍ର ପ୍ୟାଡମ୍ୟାନ ରିଲିଜ ହେବା ବେଳେ ଅନେକ ପ୍ରଶଂସା ପାଇଥିଲା । ଅଭିନେତା ଅକ୍ଷୟ କୁମାରଙ୍କ ଏହି ଫିଲ୍ମଟିକୁୁ କରମୁକ୍ତ ମଧ୍ୟ କରାଯାଇଥିଲା । ସେଲଫି ଉଇଥ ପ୍ୟାଡ ପରି ସ୍ଲୋଗାନ ସୋସିଆଲ ମିଡିଆରେ ଘୁରିବୁଲିଲା ଏବଂ ଅନେକେ ସେଲଫି ଉଠାଇ ସେୟାର ମଧ୍ୟ କଲେ । ଏହି ଫିଲ୍ମ ପରେ ପିରିୟଡକୁ ନେଇ କିଛି ଆଲୋଚନା ସାଙ୍ଗକୁ ମହିଳା ମାନେ ସହ୍ୟ କରୁଥିବା ସ୍ୱାସ୍ଥ୍ୟ ସଂପର୍କୀତ କଷ୍ଟ ବିଷୟରେ…

Read More