Teamdefigo

ଋକ୍ତହୀନତା ଦୂର କରିବ ପୋଷଣ ବଗିଚା

କୋରାପୁଟ ଜିଲ୍ଲାରେ ଆରମ୍ଭ କରାଯାଇଥିବା ପୋଷଣ ବଗିଚା ମଡେଲକୁ ଏବେ ସାରା ରାଜ୍ୟରେ ଆରମ୍ଭ କରାହେବ । ମା’ ଓ ଶିଶୁମାନଙ୍କଠାରେ ବଢୁଥିବା କୁପୋଷଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ପରୀକ୍ଷାମୂଳକ ଭାବେ କୋରାପୁଟର ୧୩୪ଟି ଗାଁରେ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଦ୍ୱାରା ୧୫୦୦ ପୋଷଣ ବଗିଚା ପ୍ରସ୍ତୁତ କରାଯାଇଛି । ରାଜ୍ୟର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିକଟରେ…

Read More

ନଗଡାରେ ଜୁଆଙ୍ଗ ଆଦିବାସୀଙ୍କ ପୁଷ୍ଟି ମହୋତ୍ସବ

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଅପପୃଷ୍ଟି ପାଇଁ ଗତ କିଛି ବର୍ଷ ଧରି ଖବରରେ ରହିଆସିଥିବା ଯାଜପୁର ଜିଲା ଜୁଆଙ୍ଗ ସଂପ୍ରଦାୟଙ୍କ ଗାଁ ନଗଡାରେ ନିକଟରେ ଆୟୋଜିତ ହୋଇଯାଇଛି ପାରମ୍ପରିକ ଆଦିବାସୀ ଖାଦ୍ୟ ମେଳା ପୁଷ୍ଟି ମହୋତ୍ସବ । ଯାଜପୁର ସହରରୁ ପ୍ରାୟ ୯୪ କିମି ଦୂର ଜୁଆଙ୍ଗ ଆଦିବାସୀଙ୍କ ଗାଁ ନଗଡାର ଜନଜାତି ଆଗରୁ ପାଖ ଜଙ୍ଗଲରେ ମିଳୁଥିବା ଖାଦ୍ୟ ଖାଇପାରୁଥିଲେ କିନ୍ତୁ ଗତ କିଛି ବର୍ଷ ହେବ ଜଙ୍ଗଲ ବିଭାଗ ଏହାକୁ ନିଜ ଅକ୍ତଆରକୁ…

Read More

ମାଛ ଦେଇଛି ଆହାର

ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ୨୦୧୮ରେ ପ୍ରଥମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତାରେ ପଂଚାୟତ ପୋଖରୀରେ ମାଛ ଚାଷ କରିବାକୁ ପ୍ରୋତ୍ସାହନ ଦେବା ଆରମ୍ଭ କଲା । ଉଦ୍ଦେଶ୍ୟ ଥିଲା ବୈଜ୍ଞାନିକ ପଦ୍ଧତିରେ ଲୋପ ପାଇଯାଉଥିବା ମାଛ ପ୍ରଜାତିର ଉଦ୍ଧାର କରିବା ସହ ଏହା କିପରି ପୁଷ୍ଟିକର ଖାଦ୍ୟ ନିରାପତାରେ ସାମିଲ ହେବ ସେ ଦିଗରେ ପ୍ରୟାସ ଆରମ୍ଭ କରିବା । ମହୁରାଳି ଓ ଏସ୍‌ଆଇଏସ୍ ଭଳି ପ୍ରଜାତିର ମାଛଙ୍କ ସଂଖ୍ୟାକୁ ପୁଣିଥରେ ବଢ଼ାଇବା…

Read More

ମହିଳା ପୁଲିସଙ୍କ ପାଇଁ ନାହିଁ ସ୍ୱତନ୍ତ୍ର ଟଏଲେଟ

ରାଜ୍ୟରେ ୧୪.୨ ପ୍ରତିଶତ ମହିଳା ପୁଲିସଙ୍କ ପାଇଁ ନିଜ ଥାନାରେ ସ୍ୱତନ୍ତ୍ର ଭାବରେ ଟଏଲେଟର ବ୍ୟବସ୍ଥା ନାହିଁ । ୨୧.୬ ପ୍ରତିଶତ ମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ କକ୍ଷ ନାହିଁ । ମହିଳା ପୁଲିସ କର୍ମଚାରୀ ମାନେ ପ୍ରତିଦିନ ସାମନା କରୁଥିବାଏହିଭଳି ଅନେକ ଚ୍ୟାଲେଞକୁ ନେଇ ସ୍ୱେଚ୍ଛାସେବୀ ସଂସ୍ଥା ସିଏସଏନଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏ ବିଷୟରେ ପ୍ରକାଶ ପାଇଛି । ରାଜ୍ୟରେ କୌଣସି ପୁଲିସ କର୍ମଚାରୀଙ୍କ ସାପ୍ତାହିକ ଛୁଟି ନାହିଁ ।…

Read More

ଟିଡିସିସି କିଣିବନି ମହୁଲ, ପ୍ରଭାବିତ ହେବେ ତୋଳାଳୀ

ଗତବର୍ଷ ଭଳି ଏବର୍ଷ ବି ମଧ୍ୟ ଟ୍ରାଇବାଲ ଡେଭେଲପ୍‌ମେଂଟ କୋଅପରେଟିଭ୍ କର୍ପୋରେସନ୍ (ଟିଡିସିସି) ସମାନ ଭାବେ ମହୁଲ ସଂଗ୍ରହକୁ ତାଲିକା ଭୁକ୍ତ କରିନି, କିନ୍ତୁ ମହୁଲ ଫଳ ବା ଟୋଲକୁ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ଏମ୍‌ଏସ୍‌ପି ୨୯ ଟଙ୍କା ହିସାବରେ ଟୋଲ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଥିଲା ବେଳେ ମାତ୍ର ୭ଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି । ଜଙ୍ଗଲ ନିଆଁର ପ୍ରାଦୁର୍ଭାବ ପରେ ଏବର୍ଷ ରାଜ୍ୟର ସମସ୍ତ ଆଦିବାସୀ ଜିଲ୍ଲାଗୁଡିକରେ ମହୁଲ ଫୁଲ…

Read More

ଅସହାୟଙ୍କ ବନ୍ଧୁ ଶ୍ମଶାନବନ୍ଧୁ

ପୁଲିସ ଜବତ କରୁଥିବା ଅପରିଚିତ ମୃତ ବ୍ୟକ୍ତି ହୁଅନ୍ତୁ ଅବା ଜିଆରପି ଟ୍ରେନ ଲାଇନରୁ ଉଦ୍ଧାର ମୃତ ବ୍ୟକ୍ତି କିମ୍ବା ହସପିଟାଲରେ କେହି ଛାଡିଚାଲିଯାଇଥିବା ଅସହାୟ ମୃତବ୍ୟକ୍ତି – ଏସମସ୍ତଙ୍କର ଶେଷକୃତ୍ୟ କରିବାପାଇଁ ସବୁବେଳେ ଆଗେଇ ଆସନ୍ତି ଶ୍ମଶାନବନ୍ଧୁ । ସୁନ୍ଦରଗଡ ସହରରେ ଶ୍ମଶାନ ବନ୍ଧୁ ଭାବେ ପରିଚିତ ଏହି ଚାରିଜଣ କରୋନାର ତିନୋଟି ଯାକ ଲହରରେ ୪୩୫ଜଣ କୋଭିଡ ସଂକ୍ରମିତ ମୃତକଙ୍କ ନିଃଶୁଳ୍କ ଶବ ସତ୍କାର କରିଛନ୍ତି । ଗତ ୨୦ ବର୍ଷ ତଳେ ନିଜ…

Read More