ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓ ପାଟଣାଗଡ ବ୍ଲକର କିଛି ଗାଁରୁ ତେଲେଙ୍ଗାନା ରାଜ୍ୟର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିବା ୬୦ ପାଖାପାଖି ଦାଦନ ଶ୍ରମିକଙ୍କୁ ଗତ ୧୬ ତାରିଖ ଦିନ ସ୍ୱେଚ୍ଛାସେବୀ ସଂଗଠନ ଓ ଆନ୍ଧ୍ର ପ୍ରଦେଶ ପୁଲିସ ଉଦ୍ଧାର କରାଯିବା ପରେ ଏବେ ସେମାନେ ନିଜ ଗାଁକୁ ଫେରିଛନ୍ତି । ସେମାନଙ୍କ ପ୍ରତି ହେଉଥିବା ନିର୍ଯାତନା ବିଷୟରେ ବିଭିନ୍ନ ଭିଡିଓ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାରେ କାମ କରୁଥିବା ସ୍ୱେଚ୍ଛାସେବୀଙ୍କୁ ପଠାଇବା ପରେ ପ୍ରଶାସନ ସହାୟତାରେ ଉଦ୍ଧାର କରାଯାଇଛି । ସେମାନଙ୍କ କହିବା ଅନୁସାରେ, ଦାଦନ ଖଟିବାକୁ ଯାଇଥିବା ଏହି ଶ୍ରମିକମାନଙ୍କୁ ନିୟମିତ ଅକଥନୀୟ ନିର୍ଯାତନା ସହିବାକୁ ପଡୁଥିଲା । ଏପରିକି ଏଠି କାମକରୁଥିବା ନାବାଳିକାଙ୍କୁ ଯୌøନନିର୍ଯାତନା ଦିଆଯାଉଥିଲା । ଗାଁରେ କାମର ଅଭାବ ହେତୁ ସେମାନେ ଅନ୍ୟ ରାଜ୍ୟ କୁ ଯାଉଛନ୍ତି ଓ ଏଭଳି ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି ବୋଲି ଉଦ୍ଧାର ହୋଇଥିବା କିଛି ଦାଦନ ଶ୍ରମିକ କହିଥିଲେ ।
ଭୁବନେଶ୍ୱର ;
ରାତି ଗୋଟାଏ ଯାଏଁ ଇଟାଭାଟିରେ କାମ କରୁଛୁ ହାଲିଆହୋଇ ଶୋଇଥିବା ବେଳେ ଇଟାଭାଟି ମାଲିକ ଓ ତାଙ୍କ ଲୋକମାନେ ଆସିକି ଆମକୁ ଉଠାଉଛନ୍ତି ନଉଠିଲେ ଆମ ଦେହରେ ହାତ ଦେବା ସହ ଖରାପ ବ୍ୟବହାର କରୁଛନ୍ତି । ପ୍ରତିବାଦ କଲେ ଆମକୁ ମାରୁଛନ୍ତି ଓ ପିଟୁଛନ୍ତି ।
ଆମେ କାମ କରୁଥିବା ବେଳେ ମାଲିକଙ୍କ ଲୋକମାନେ ଆମ ସହ ଜବରଦସ୍ତି କରୁଛନ୍ତି । ଆମ ଦେହରେ ହାତ ମାରୁଛନ୍ତି । ଟଙ୍କା ପ୍ରଲୋଭନ ଦେଖାଇ ଖରାପ ସଂପର୍କ ରଖିବାକୁ ବାଧ୍ୟ କରୁଛନ୍ତି । ଆମେ ଅରାଜି ହେବାରୁ ବହୁତ ମାରୁଛନ୍ତି ଗାଳି ଦେଉଛନ୍ତି । ଆମକୁୁ ଏଠୁ ଉଦ୍ଧାର କର ।
ରାତି ୩ଟାରୁ ଉଠି କାମ କରୁଛୁ ତଥାପି ଆମକୁ ନିୟମିତ ଶାରୀରିକ ନିର୍ଯାତନା ଦିଆଯାଉଛି । ଏମିତି ଅବସ୍ଥାରେ ଆମେ ଆଉ ଏଠି କାମ କରିବାକୁ ଚାହୁଁନୁ । ଆମକୁ ଉଦ୍ଧାର କର, ଆମେ ଏଠି ବଂଚି ପାରିବୁ ନାହିଁ ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓ ପାଟଣାଗଡ ବ୍ଲକର କିଛି ଗାଁରୁ ତେଲେଙ୍ଗାନା ରାଜ୍ୟର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକଙ୍କର ଏହା ହେଉଛି କୋହଭରା ବେଦନା, ଯାହା ସେମାନେ ନିଜ ମୋବାଇଲରେ ଭିଡିଓ ରେକଡିଂ କରି ବଲାଙ୍ଗିର ଜିଲ୍ଲାରେ କାମ କରୁଥିବା ସ୍ୱେଚ୍ଛାସେବୀଙ୍କୁ ପଠାଇବା ପରେ ଏବେ ସେମାନଙ୍କୁ ପ୍ରଶାସନ ସହାୟତାରେ ଉଦ୍ଧାର କରାଯାଇଛି । ସେମାନଙ୍କ କହିବା ଅନୁସାରେ, ଦାଦନ ଖଟିବାକୁ ଯାଇଥିବା ଏହି ଶ୍ରମିକମାନଙ୍କୁ ନିୟମିତ ଅକଥନୀୟ ନିର୍ଯାତନା ସହିବାକୁ ପଡୁଥିଲା । ଏପରିକି ଏଠି କାମକରୁଥିବା ନାବାଳିକାଙ୍କୁ ଯୌøନନିର୍ଯାତନା ଦିଆଯାଉଥିଲା । ଦୀର୍ଘଦିନ ଧରି ଏଭଳି ନିର୍ଯାତନା ସହିବା ପରେ ସେମାନଙ୍କୁ ଗତ ୧୬ ତାରିଖ ଦିନ ସ୍ୱେଚ୍ଛାସେବୀ ସଂଗଠନ ଓ ଆନ୍ଧ୍ର ପ୍ରଦେଶ ପୁଲିସ ସହାୟତାରେ ଉଦ୍ଧାର କରାଯିବା ପରେ ଏବେ ସେମାନେ ନିଜ ଗାଁକୁ ଫେରିଛନ୍ତି ।
କେମିତି ଉଦ୍ଧାର ହେଲେ
ଜଣେ ଦାଦନ ଶ୍ରମିକ ନିଜ ନାଁ ଗୋପନ ରଖି କହିଛନ୍ତି ଯେ, ଗତ ଅକ୍ଟୋବର ମାସରେ ନୂଆଁଖାଇ ପର୍ବ ସରିବା ପରେ ପୁର୍ବ ବର୍ଷ ପରି ଏବର୍ଷ ମଧ୍ୟ ସେମାନେ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ସ୍ଥିର କଲେ । ଏଥିପାଇଁ ଗାଁକୁ ଆସିଥିବା ସର୍ଦ୍ଦାର ସହ ମୂଲଚାଲ ମଧ୍ୟ ହେଲା । ସେମାନେ ଦିନକୁ ହଜାରେ ଇଟାତିଆରି ବାବଦରେ ହଜାରେ ଟଙ୍କା ଦେବାକୁ କହିଥିଲେ ମଧ୍ୟ ସେଠାକୁ ଯିବା ପରେ ଶ୍ରମିକ ମାନଙ୍କୁ ସେତିକି ଟଙ୍କାରେ ଦିନକୁ ୩ହଜାର ଇଟା ତିଆରି କରିବାକୁ ଚାପ ପକାଇଥିଲେ । ଅଧିକ ସମୟ କାମ କରିବାକୁ ବାଧ୍ୟ କରିବା ସହ କାମ ନକଲେ ମାରପିଟ କରୁଥିଲେ ।ଛୋଟ ପିଲା, ବୟସ୍କ ଓ ଶାରୀରିକ ଅକ୍ଷମ ସମସ୍ତଙ୍କୁ କାମରେ ଲଗାଉଥିଲେ , କାମରେ ଟିକେ ଅବହେଳା କଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଝିଅମାନଙ୍କୁ ନିୟମିତ ଯୌøନ ନିର୍ଯାତନା ଦେଉଥିଲେ । ଏସବୁ ବାଦ ସେମାନେ ଠିକଭାବରେ ଖାଇବାକୁ ସମୟ ପାଉନଥିବାରୁ ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବାକୁ ମଧ୍ୟ ସେମାନଙ୍କୁ ଅନୁମତି ମିଳୁନଥିଲା ବୋଲି କହିଛନ୍ତି ।
ଅନ୍ୟ ଜଣେ ମହିଳା ଶ୍ରମିକ କହିଛନ୍ତି, ଇଟାଭାଟିର ମାଲିକ ଓ ତାଙ୍କ ପାଖ ଲୋକମାନେ ନିୟମିତ ମଦ ପିଇ ଆସି ଇଟାଭାଟିରେ କାମ କରୁଥିବା ନାବାଳିକା ଝିଅମାନଙ୍କୁ ଯୌøନ ନିର୍ଯାତନା ଦେଉଥିଲେ । ଏପରିକି ଭାଟିମାଲିକ ଶ୍ରମିକମାନେ ରହୁଥିବା କୁଡିଆ ଭିତରକୁ ସେମାନେ ଶୋଇଥିବା ବେଳେ ଜବରଦସ୍ତ ପଶି ସେମାନଙ୍କୁ ଖରାପ ବ୍ୟବହାର କରିବା ସହ ଟଙ୍କା ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ଝିଅମାନେ ପ୍ରତିବାଦ କଲେ ସେମାନଙ୍କୁ ମାଡ ମାରୁଥିଲେ । ଏ ଘଟଣା ଅସହ୍ୟ ହେବାରୁ ସେମାନେ ନିଜ ପ୍ରତି ହେଉଥିବା ନିର୍ଯାତନାକୁ ଭିଡିଓ କରି ସ୍ୱେଚ୍ଛାସେବୀ ସଂଗଠନକୁ ପଠାଇଲେ । ତେଲେଙ୍ଗାନା ର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଖର୍ପାଖୋଲ ବ୍ଲକର ପ୍ରାୟ ୬୦ ପାଖାପାଖି ଶ୍ରମିକଙ୍କୁ ଉଦ୍ଧାର କରିଥିବା ସଂସ୍ଥା କେବିକେ ରିସୋର୍ସ ସେଂଟରର ମୁଖ୍ୟ ସୁଶାନ୍ତ ପାଣିଗ୍ରାହୀ କହିଛନ୍ତି, ନିଜ ଅଂଚଳରେ କାମର ଅଭାବ ହେତୁ ପ୍ରତିବର୍ଷ ପଶ୍ଚିମ ଓଡ଼ିଶାରୁ ଲକ୍ଷ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଶ୍ରମିକମାନେ ଯିବା ପୂର୍ବରୁ ପଂଚାୟତସ୍ତରରେ ରେଜଷ୍ଟ୍ରିଭୁକ୍ତ କରିବାପାଇଁ କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଠିକଭାବେ କାର୍ଯ୍ୟ କରୁନାହିଁ ଫଳରେ କେତେ ଶ୍ରମିକ କେଉଁଠାକୁ ଯାଉଛନ୍ତି ଏବଂ ସେମାନେ କେଉଁ ପରିସ୍ଥିତିରେ ସେଠାରେ କାର୍ଯ୍ୟ କରୁଛନ୍ତି ତାହାର କୌଣସି ସଠିକ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ୨୦୧୮ ମସିହାରୁ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଏପର୍ଯ୍ୟନ୍ତ ବିଭିନ୍ନ ଇଟାଭାଟିରେ ନିର୍ଯାତିତ ହୋଇଥିବା ୧୦ ହଜାରରୁ ଅଧିକ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବିଷୟ ସେ କହିଛନ୍ତି ।
କେମିତି ଉଦ୍ଧାର ହେଲେ
ଜଣେ ଦାଦନ ଶ୍ରମିକ ନିଜ ନାଁ ଗୋପନ ରଖି କହିଛନ୍ତି ଯେ, ଗତ ଅକ୍ଟୋବର ମାସରେ ନୂଆଁଖାଇ ପର୍ବ ସରିବା ପରେ ପୁର୍ବ ବର୍ଷ ପରି ଏବର୍ଷ ମଧ୍ୟ ସେମାନେ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ସ୍ଥିର କଲେ । ଏଥିପାଇଁ ଗାଁକୁ ଆସିଥିବା ସର୍ଦ୍ଦାର ସହ ମୂଲଚାଲ ମଧ୍ୟ ହେଲା । ସେମାନେ ଦିନକୁ ହଜାରେ ଇଟାତିଆରି ବାବଦରେ ହଜାରେ ଟଙ୍କା ଦେବାକୁ କହିଥିଲେ ମଧ୍ୟ ସେଠାକୁ ଯିବା ପରେ ଶ୍ରମିକ ମାନଙ୍କୁ ସେତିକି ଟଙ୍କାରେ ଦିନକୁ ୩ହଜାର ଇଟା ତିଆରି କରିବାକୁ ଚାପ ପକାଇଥିଲେ । ଅଧିକ ସମୟ କାମ କରିବାକୁ ବାଧ୍ୟ କରିବା ସହ କାମ ନକଲେ ମାରପିଟ କରୁଥିଲେ ।ଛୋଟ ପିଲା, ବୟସ୍କ ଓ ଶାରୀରିକ ଅକ୍ଷମ ସମସ୍ତଙ୍କୁ କାମରେ ଲଗାଉଥିଲେ , କାମରେ ଟିକେ ଅବହେଳା କଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଝିଅମାନଙ୍କୁ ନିୟମିତ ଯୌøନ ନିର୍ଯାତନା ଦେଉଥିଲେ । ଏସବୁ ବାଦ ସେମାନେ ଠିକଭାବରେ ଖାଇବାକୁ ସମୟ ପାଉନଥିବାରୁ ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବାକୁ ମଧ୍ୟ ସେମାନଙ୍କୁ ଅନୁମତି ମିଳୁନଥିଲା ବୋଲି କହିଛନ୍ତି ।
ଅନ୍ୟ ଜଣେ ମହିଳା ଶ୍ରମିକ କହିଛନ୍ତି, ଇଟାଭାଟିର ମାଲିକ ଓ ତାଙ୍କ ପାଖ ଲୋକମାନେ ନିୟମିତ ମଦ ପିଇ ଆସି ଇଟାଭାଟିରେ କାମ କରୁଥିବା ନାବାଳିକା ଝିଅମାନଙ୍କୁ ଯୌøନ ନିର୍ଯାତନା ଦେଉଥିଲେ । ଏପରିକି ଭାଟିମାଲିକ ଶ୍ରମିକମାନେ ରହୁଥିବା କୁଡିଆ ଭିତରକୁ ସେମାନେ ଶୋଇଥିବା ବେଳେ ଜବରଦସ୍ତ ପଶି ସେମାନଙ୍କୁ ଖରାପ ବ୍ୟବହାର କରିବା ସହ ଟଙ୍କା ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ଝିଅମାନେ ପ୍ରତିବାଦ କଲେ ସେମାନଙ୍କୁ ମାଡ ମାରୁଥିଲେ । ଏ ଘଟଣା ଅସହ୍ୟ ହେବାରୁ ନିର୍ଯାତନାର ଅନ୍ତ ନାହିଁ ପଶ୍ଚିମଓଡ଼ିଶାରୁ ପ୍ରତିବର୍ଷ ମାତ୍ର ଦେଢଲକ୍ଷ ଲୋକ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଯାଉଥିବା ସରକାରୀ ତଥ୍ୟ କହୁଥିବା ବେଳେ ପ୍ରକୃତ ଚିତ୍ର କିନ୍ତୁ ସଂପୁର୍ଣ ଭିନ୍ନ । ଖର୍ପାଖୋଲ ବ୍ଲକର ଜଣେ ଗ୍ରାମବାସୀଙ୍କ କହିବା ଅନୁସାରେ ଗାଁରେ କାମର ଅଭାବ ଓ ମନରେଗାରେ ନିୟମିତ କାମ ନମିଳିବା ଏବଂ ମଜୁରୀ ପାଇବାରେ ଅସୁବିଧା ହେତୁ ସେମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏଭଳି ନିର୍ଯାତନା ବିଷୟରେ ସେମାନେ ଅବଗତଥିଲେ ମଧ୍ୟ ସେମାନଙ୍କ ଠାରେ ଦାଦନ ଯିବା ଛଡା ଅନ୍ୟ କୌଣସି ଉପାୟ ନାହିଁ । ଶ୍ରୀ ପାଣିଗ୍ରାହୀ କୁହନ୍ତି, ଗାଁରେ କାମର ଅଭାବ ହେତୁ ସେମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି କିନ୍ତୁ ସର୍ଦ୍ଦାର ପ୍ରଲୋଭନ ଦେଖାଇ ତାଙ୍କୁ ନେବା ପରେ ସେଠି ବିଭିନ୍ନ ପ୍ରକାରର ନିର୍ଯାତନା ଦେଉଛନ୍ତି । ଆବଶ୍ୟକତାଠାରୁ ଅଧିକ ସମୟ ଯାଏଁ ଖଟେଇବା ସହ ସେମାନଙ୍କୁ ପ୍ରତିଶୃତି ଦିଆଯାଇଥିବା ଅର୍ଥ ମଧ୍ୟ ଦିଆଯାଉନାହିଁ । ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟର ବିଭିନ୍ନ ଇଟାଭାଟିରେ କାମ କରୁଥିବା ଓଡ଼ିଶାର ଶ୍ରମିକମାନେ ଭୋଗୁଥିବା ନିର୍ଯାତନାର ଭିଡିଓ ତାଙ୍କ ନିକଟକୁ ନିୟମିତ ପଠାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରୁଛନ୍ତି । ଏଦିଗରେ ରାଜ୍ୟ ସରକାର ସଚେତନ ହେବା ସହ ଅନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଯାଉଥିବା ଶ୍ରମିକ ମାନେ ଯେଭଳି ସୁରକ୍ଷିତ ଭାବେ ସ୍ଥାନାନ୍ତର ହୋଇପାରିବେ ସେଦିଗରେ ଦୃଷ୍ଟି ଦେବା ଆବଶ୍ୟକ ।
ମହିଳା ବିଶେଷକରି ନାବାଳିକାମାନଙ୍କୁ ଇଟାଭାଟିରେ ନିୟମିତ ଶାରୀରିକ, ମାନସିକ ଓ ଯୌøନ ନିର୍ଯାତନା ଦିଆଯାଉଥିବା ଖବର ଆସୁଥିବାରୁ ସେମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ସ୍ଥାନାନ୍ତର ବ୍ୟବସ୍ଥା ସହ, ଏଭଳି ସମସ୍ୟା ଉପୁଜିଲେ କାହାକୁ ଓ କିପରି ଜଣାଇବେ ସେ ବିଷୟରେ ସରକାର ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସେମାନଙ୍କୁ ତାଲିମ ଦିଆଯିବା ଆବଶ୍ୟକ ବୋଲି ଜଣେ ସାମାଜିକ କର୍ମୀ କହିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଏହି ଶ୍ରମିକଙ୍କ ପାଇଁ ଜିଲ୍ଲାରେ କାମର ବ୍ୟବସ୍ଥା କରିବାକୁ ଉଦ୍ଧାର ହୋଇଥିବା ଶ୍ରମିକ ମାନେ କହିଛନ୍ତି ।
ସେମାନେ ନିଜ ପ୍ରତି ହେଉଥିବା ନିର୍ଯାତନାକୁ ଭିଡିଓ କରି ସ୍ୱେଚ୍ଛାସେବୀ ସଂଗଠନକୁ ପଠାଇଲେ । ତେଲେଙ୍ଗାନା ର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଖର୍ପାଖୋଲ ବ୍ଲକର ପ୍ରାୟ ୬୦ ପାଖାପାଖି ଶ୍ରମିକଙ୍କୁ ଉଦ୍ଧାର କରିଥିବା ସଂସ୍ଥା କେବିକେ ରିସୋର୍ସ ସେଂଟରର ମୁଖ୍ୟ ସୁଶାନ୍ତ ପାଣିଗ୍ରାହୀ କହିଛନ୍ତି, ନିଜ ଅଂଚଳରେ କାମର ଅଭାବ ହେତୁ ପ୍ରତିବର୍ଷ ପଶ୍ଚିମ ଓଡ଼ିଶାରୁ ଲକ୍ଷ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଶ୍ରମିକମାନେ ଯିବା ପୂର୍ବରୁ ପଂଚାୟତସ୍ତରରେ ରେଜଷ୍ଟ୍ରିଭୁକ୍ତ କରିବାପାଇଁ କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଠିକଭାବେ କାର୍ଯ୍ୟ କରୁନାହିଁ ଫଳରେ କେତେ ଶ୍ରମିକ କେଉଁଠାକୁ ଯାଉଛନ୍ତି ଏବଂ ସେମାନେ କେଉଁ ପରିସ୍ଥିତିରେ ସେଠାରେ କାର୍ଯ୍ୟ କରୁଛନ୍ତି ତାହାର କୌଣସି ସଠିକ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ୨୦୧୮ ମସିହାରୁ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଏପର୍ଯ୍ୟନ୍ତ ବିଭିନ୍ନ ଇଟାଭାଟିରେ ନିର୍ଯାତିତ ହୋଇଥିବା ୧୦ ହଜାରରୁ ଅଧିକ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବିଷୟ ସେ କହିଛନ୍ତି ।