ମହିଳା ଓ ଶିଶୁମାନଙ୍କୁ ଥାନାରେ ସୁରକ୍ଷିତ ଅନୁଭବ କରାଇବା ସହ ସମ୍ୱେଦନଶୀଳ ହୋଇ ସେମାନଙ୍କ ଅଭିଯୋଗକୁ ବୁଝିବା ପାଇଁ ୨୦୦୫ରେ ରାଜ୍ୟର ବିଭିନ୍ନ ଥାନାଗୁଡ଼ିକରେ ମହିଳା ଓ ଶିଶୁ ଡେସ୍କ ଆରମ୍ଭ ହୋଇଥିଲା । ବିଶେଷ କରି ଉଭୟ ମହିଳା ଓ ଶିଶୁ ଯେପରି ନିଜର ଅଭିଯୋଗ ପାଇଁ ଥାନା ପ୍ରତି ଆକର୍ଷିତ ହେବେ ତାହାହିଁ ଥିଲା ମହିଳା ଓ ଶିଶୁ ଡେସ୍କର ଆଭିମୁଖ୍ୟ । ହେଲେ ୧୭ ବର୍ଷ ହୋଇଗଲା ଏଗୁଡିକ ଏବେ ମଧ୍ୟ ଠିକ ଭାବେ କାର୍ଯ୍ୟକ୍ଷମ ହୋଇନପାରିବା ଅଭିଯୋଗ ହେଉଛି । ଅନ୍ୟପଟେ ନ୍ୟାସ୍ନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟ ଅନୁସାରେ ୨୦୨୦ ବର୍ଷ ତୁଳନାରେ ୨୦୨୧ବର୍ଷରେ ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧିକ ମାମଲା ପାଖାପାଖି ୨୩% ବୃଦ୍ଧି ପାଇଛି ।
ଭୁବନେଶ୍ୱର ;
ସ୍ୱାମୀଙ୍କ ସହ ସମ୍ପର୍କରେ ଫାଟ ହେବା ପରଠାରୁ ସୁଚିତ୍ରା (ନାମ ପରିବର୍ତନ) ନିଜ ୯ ବର୍ଷର ଝିଅକୁ ଧରି ଅଲଗା ରହୁଛନ୍ତି । ହେଲେ ସ୍ୱାମୀ ଓ ତାଙ୍କ ଘର ଲୋକେ ତାଙ୍କୁ ନିୟମିତ ଶାରୀରିକ ମାନସିକ ନିର୍ଯାତନା ଦେବା ସହ ଆର୍ଥିକ ସହଯୋଗ କ୍ଷେତ୍ରରେ ମଧ୍ୟ ତାଙ୍କୁ ବ ିତ କରିଛନ୍ତି । ତେବେ ସୁଚିତ୍ରାଙ୍କ ପାଇଁ ସବୁଠାରୁ ଅସହନୀୟ ଥିଲା ଯେବେ ତାଙ୍କ ସ୍ୱାମୀ ଘରେ ଜବରଦସ୍ତ ପଶି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ସେ ଏବିଷୟରେ ପୁଲିସରେ ରିପୋର୍ଟ କରିବାକୁ ଚାହିଁଲେ । କିନ୍ତୁ ପରେ ସେ ଆଗେଇ ପାରିନଥିଲେ, ଏ ବିଷୟରେ ପଚାରିବାରେ ସେ କୁହନ୍ତି, ମୁଁ ଚାହିିଁଥିଲି ଯଦି ଜଣେ ମହିଳା ଅଫିସର ଥାଆନ୍ତେ ତେବେ ସେ ମୋ ସମସ୍ୟା କୁ ଭଲ ଭାବେ ବୁଝି ପାରିଥାଆନ୍ତେ । ଏଥିପାଇଁ ମୁଁ ମହିଳା ଓ ଶିଶୁ ଡେସ୍କ ର ସହାୟତା ଲୋଡିବାକୁ ଯାଇଥିଲି ହେଲେ ହତାସ ହେଲି ।
ଏକ ସର୍ଭେ ଅନୁସାରେ ପୁଲିସ ଷ୍ଟେସନରେ ହେଉଥିବା ଏଫଆଇଆର ତୁଳନାରେ ମହିଳା ମାନେ ଢେର ଅଧିକ ସଂଖ୍ୟାରେ ହିଂସାର ସମ୍ମୁଖୀନ ହୋଇଥାଆନ୍ତି । କିନ୍ତୁ ସାମାଜିକ ବ୍ୟବସ୍ଥା ଓ ପୁଲିସ ଷ୍ଟେସନର ଅସମ୍ବେଦନଶୀଳ ପରିବେଶ ଯୋଗୁଁ ନିଜ ସହ ହେଉଥିବା ହିଂସା ବିରୋଧରେ ପୁଲିସରେ ରିପୋର୍ଟ କରିବାକୁ ପଛଘୁ । ଦିଅନ୍ତି । ଏହାକୁ ଆଖିରେ ରଖି ୨୦୦୫ ମସିହାରୁ ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ମହିଳା ଓ ଶିଶୁ ଡେସ୍କମାନ ଖୋଲାଯାଇଛି । ହେଲେ ଏସବୁର ସ୍ଥିତି ବର୍ତମାନ ଯାହା ସେଗୁଡିକ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ ।
ଏ ବାବଦରେ ଭୁବନେଶ୍ୱର ଚାଇଲ୍ଡଲାଇନ୍ର ମୁଖ୍ୟ ବେଣୁଧର ସେନାପତି କୁହନ୍ତି ସରକାର ଯେଉଁ ଆଭିମୁଖ୍ୟ ନେଇ ମହିଳା ଓ ଶିଶୁଡେସ୍କ ଆରମ୍ଭ କରିଥିଲେ ତାହା ଏବେ ବାସ୍ତବତାଠାରୁ ଅନେକ ଦୂରରେ । ବିଶେଷ କରି ଆବଶ୍ୟକ ସଂଖ୍ୟକ ମହିଳା ପୁଲିସ ଅଧିକାରୀଙ୍କ ଅଭାବ ଯୋଗୁଁ ଏହି ଡେସ୍କ ମହିଳା ଓ ଶିଶୁ ବନ୍ଧୁତ୍ୱପୂଣ୍ଣ ର୍ ହୋଇପାରୁନି । ଫଳରେ ଉଭୟ ମହିଳା ଓ ଶିଶୁ ଅଭିଯୋଗ ନେଇ ଡେସ୍କକୁ ଆସିପାରୁନାହାଁନ୍ତି । ତେଣୁ ପ୍ରଶାସନିକ ଅଧିକାରୀ ଓ ପୁଲିସ ଏ ଦିଗରେ ଧ୍ୟାନ ଦେବା ଦରକାର । ଥାନା ଅଧିକାରୀଙ୍କ ବ୍ୟତୀତ ସ୍ୱତନ୍ତ୍ର ଅଧିକାରୀ ଏସବୁ ଡେସ୍କର ତଦାରଖ କରିବା ଦରକାର । ଶିଶୁ କଲ୍ୟାଣ ସମିତି, ଚାଇଲ୍ଡଲାଇନ୍, ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ସ୍ୱତନ୍ତ୍ର ଜୁଭେଲାଇନ୍ ପୁଲିସ ୟୁନିଟ ମିଳିତ ଭାବେ ଏ ଦିଗରେ କାମ କରିବା ଉଚିତ ।
ଉଭୟ ମହିଳା ଓ ଶିଶୁମାନଙ୍କୁ ଥାନାରେ ସୁରକ୍ଷିତ ଅନୁଭବ କରାଇବା ସହ ସମ୍ୱେଦନଶୀଳ ହୋଇ ସେମାନଙ୍କ ଅଭିଯୋଗକୁ ବୁଝିବା ପାଇଁ ୨୦୦୫ରେ ବିଭିନ୍ନ ଥାନାଗୁଡ଼ିକରେ ମହିଳା ଓ ଶିଶୁ ଡେସ୍କ ଆରମ୍ଭ ହୋଇଥିଲା । ବିଶେଷ କରି ଉଭୟ ମହିଳା ଓ ଶିଶୁ ଯେପରି ନିଜର ଅଭିଯୋଗ ପାଇଁ ଥାନା ପ୍ରତି ଆକର୍ଷିତ ହେବେ ତାହାହିଁ ଥିଲା ମହିଳା ଓ ଶିଶୁ ଡେସ୍କର ଆଭିମୁଖ୍ୟ । ହେଲେ ୧୭ ବର୍ଷ ହୋଇଗଲା ଏଗୁଡିକ ଏବେ ମଧ୍ୟ ଠିକ ଭାବେ କାର୍ଯ୍ୟକ୍ଷମ ହୋଇନପାରିବା ଅଭିଯୋଗ ହେଉଛି ।
ମହିଳା ଓ ଶିଶୁ ଡେସ୍କର ଆବଶ୍ୟକତା
ମହିଳା ଓ ଶିଶୁ ଡେସ୍କର ଉଦ୍ଦେଶ୍ୟ ଅନୁସାରେ ଥାନାଗୁଡ଼ିକରେ ସେମାନଙ୍କ ଅଭିଯୋଗକୁ ସହଜ ଓ ସରଳ କରିବା ସହ ଏହି ଡେସ୍କକୁ ସେମାନଙ୍କ ଅଭିଯୋଗ ପାଇଁ ପ୍ରଥମ ଓ ଏକକ ଅଭିଯୋଗ କେନ୍ଦ୍ର ଭାବେ ବିବେଚନା କରାଯିବ । ଥାନାରେ ପଞ୍ଜୀକୃତ ହେଉଥିବା ସେମାନଙ୍କ ସବୁ ପ୍ରକାର ମାମଲାଗୁଡ଼ିକ ଏହି ଡେସ୍କରେ ପରିଚାଳନା କରାଯିବ । ଏଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଉପଯୁକ୍ତ ତାଲିମ ବି ପ୍ରଦାନ କରାଯିବ । ଡେସ୍କକୁ ଆସୁଥିବା ସମସ୍ତ ଅଭିଯୋଗକାରୀ ମହିଳାଙ୍କୁ ଆଇନଗତ ସାହାଯ୍ୟ ଯୋଗାଇବା ଓ ମାମଲା ସହ ଉଦ୍ଦିଷ୍ଟ ଅଧିକାରୀମାନଙ୍କ ନିକଟକୁ ସେମାନଙ୍କୁ ପଠାଇବା ଡେସ୍କ ଦାୟିତ୍ୱରେ ଥିବା ମହିଳା ଅଧିକାରୀ ଜଣଙ୍କ କରିବାର ପ୍ରାବଧାନ ରହିଛି । ଦାୟିତ୍ୱରେ ଥିବା ଅଧିକାରୀ ନିଶ୍ଚିତ ଭାବେ ଜଣେ ମହିଳା ହୋଇଥିବା ଦରକାର ନଚେତ ଏସ୍ଆଇ କିମ୍ୱା ଏଏସ୍ଆଇ ପଦର ଅ‘ିସରଙ୍କ ଦାୟିତ୍ୱରେ ରହିବା ଉଚିତ୍ । ହେଡ କନେଷ୍ଟବଳଠାରୁ ତଳ ସ୍ତରର ଅଧିକାରୀ ଏଥିପାଇଁ ପ୍ରଯୁଜ୍ୟ ନୁହନ୍ତି । ଏଥିପାଇଁ ଡେସ୍କରେ ରହୁଥିବା ଅଧିକାରୀଙ୍କୁ ଯଥୋଚିତ ତାଲିମ ଆବଶ୍ୟକ । ସେହିପରି ସମସ୍ତ ରାଜ୍ୟ ବା କେନ୍ଦ୍ରଶାସିତ ଅ ଳ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବା ଓ ତାଙ୍କ ଅଧୀନରେ ଥିବା ସମସ୍ତ ଡେସ୍କ ସୁପରିଚାଳନା ପାଇଁ ନୋଡାଲ ଅଫିସର ଦାୟିତ୍ୱ ବହନ କରିବାର ପ୍ରାବଧାନ ରହିଛି । ମାତ୍ର ଏସବୁ ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହେଉଛି ।
ଓଡ଼ିଶା ରାଜ୍ୟର ୬୦୮ ଥାନାରେ ଏହି ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟକାରୀ ହେବାର ଥିଲେ ହେଁ ଅନେକ ଥାନାରେ ଏହା ଠିକ୍ ଭାବେ ପରିଚାଳନା ହେଉନଥିବା ଦେଖାଯାଇଛି । ଭୁବନେଶ୍ୱରର ଅନେକ ଥାନାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ । ଏଠାରେ ମହିଳା ଓ ଶିଶୁ ଡେସ୍କରେ କୌଣସି ଅଧିକାରୀ ନ ଥିବା ସହ ଡେସ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବାର ଦେଖାଯାଇନଥିଲା । ଏମିତିକି ଛୋଟ କୋଠରୀର କବାଟ କାନ୍ଥରେ କେବଳ କାଗଜରେ ମହିଳା ଓ ଶିଶୁ ଡେସ୍କ ବୋଲି ଲେଖାଯାଇଛି । କଠୋରୀ ଭିତରେ ୨- ୩ଟି ଡେସ୍କ , ଚେୟାର ସହ ମହିଳା ଓ ଶିଶୁ ଉପଯୋଗୀ କୌଣସି ବାତାବରାଣ ମ୍ମ ଦେଖିବାକୁ ମିଳି ନଥିଲା । ଗୋଟିଏ ଦୁଇଟି ଥାନାରେ ଯଦିଓ ମହିଳା ଅଧିକାରୀଙ୍କୁ ଡେସ୍କ କାମରେ ନିୟୋଜିତ କରାଯାଇଛି ହେଲେ ସେମାନେ ଅଲଗା କାମରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଥିଲା ।
ବଢୁଛି ମହିଳାଙ୍କ ପ୍ରତି ହିଂସା
ନ୍ୟାସ୍ନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟ ଅନୁସାରେ ୨୦୨୦ ବର୍ଷ ତୁଳନାରେ ୨୦୨୧ବର୍ଷରେ ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧିକ ମାମଲା ପାଖାପାଖି ୨୩% ବୃଦ୍ଧି ପାଇଛି । ୨୦୨୦ ବର୍ଷରେ ଏହା ୨୫ ହଜାର ୪୯୮ ଥିବା ବେଳେ ୨୦୨୧ରେ ଏହା ବୃଦ୍ଧି ପାଇ ୩୧ ହଜାର ୩୫୨ରେ ପହଂଚିଛି । ସବୁଠାରୁ ଗୁରୁତ୍ୱପୂଣ୍ଣ ର୍ କଥା ହେଲା ଏଗୁଡିକ ଭିତରୁ ସର୍ବାଧିକ ସାଇବର ଅପରାଧିକ ମାମଲା ରେକର୍ଡ କରାଯାଇଛି । କେବଳ ସେତିକି ନୁହେଁ ୨୦୨୧ବର୍ଷରେ ସ୍ୱାମୀ, ସେମାନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ବଳାତ୍କାର, ଅପହରଣ, ନିର୍ଯାତନା ଆଦି ମାମଲାରେ ବି ଅନେକ ବୃଦ୍ଧି ଘଟିଥିବା ରିପୋର୍ଟ ରେ ଦର୍ଶାଯ।।ଇଛି । ଏଭଳି ସ୍ଥିତିରେ ଓଡିଶା ହାଇକୋର୍ଟ ମହିଳା ହିଂସା ବିରୋଧୀ ମାମଲା ଗୁଡିକ କିପରି ସହଜରେ ଏଫଆଇଆର୍ ହୋଇ ପାରିବ ସେଥିପାଇଁ ଇ-ଏଫ୍ଆଇଆର୍ ପୋର୍ଟାଲକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି । ଅପରପକ୍ଷେ ଏ ବାବଦରେ ଅବସରପ୍ରାପ୍ତ ଡିଏସ୍ପି (ଡେପୁଟି ସୁପରିଟେଣ୍ଡେ ଅଫ୍ ପୁଲିସ) ପିଏନ୍ ମହାନ୍ତି କହିଛନ୍ତି ହାଇକୋର୍ଟଙ୍କ ପରାମର୍ଶ ନିଶ୍ଚିତ ଭାବେ ଭଲ । ହେଲେ ପୁଲିସ ପକ୍ଷରେ ମହିଳା ହିଂସା ସମ୍ପର୍କିତ ମାମଲାକୁ ଇ-ପ୍ଲାଟଫର୍ମରେ ରେଜଷ୍ଟ୍ରିଭୁକ୍ତ କରିବା କାଠିକର । ମହିଳା ହିଂସା ସମ୍ପର୍କିତ ମାମଲା ସବୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏଭଳି ମାମଲା ଦାୟର ହେବା ପୂର୍ବରୁ ଆବଶ୍ୟକ ଅନୁସନ୍ଧାନ ଜରୁରୀ । ଅନେକ ସମୟରେ ମିଛ ମାମଲା ସବୁ ଦାୟର ହେବାର ନଜିର ରହିଛି । ଇ-ଏଫ୍ଆଇଆର୍ ରେଜିଷ୍ଟ୍ରସନ୍ରେ ଏସବୁ ମିଛ ମାମଲା ଦାୟର ହେବାର ସମ୍ଭାବନା ଥିବାରୁ ଏ ଦିଗରେ ପୁଣିଥରେ ବିଚାର କରାଯିବା ଦରକାର ।
ନ୍ୟାସ୍ନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ କହୁଛି ଦେଶରେ ପିଲାମାନଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲା ବୃଦ୍ଧି ପାଇଛି । ୨୦୨୧ବର୍ଷରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଦେଶରେ ପିଲାମାନଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ସଂଖ୍ୟା ୧ ଲକ୍ଷ ୪୯ ହଜାର ୪୦୪ ଥିଲା ବେଳେ ଏମାନଙ୍କ ମ୍ମରୁ ୫୩ ହଜାର ୮୭୪ଟି ମାମଲା ପୋକ୍ସୋ ( ପ୍ରୋଟେକ୍ସନ୍ ଅ‘୍ ଚିଲଡ୍ରେନ୍ ‘୍ରମ ସେକ୍ସୁଆଲ୍ ଅେ‘ନ୍ସେସ୍) ଅଧୀନରେ ଆସୁଛି । ତଥ୍ୟ ଅନୁସାରେ ଦେଶରେ ପ୍ରତି ୧୦୦ ଜଣ ପିଲାରେ ୭ ଜଣ କୌଣସି ଏକ ଅପରାଧିକ ମାମଲା ସହ ଜଡିତ ।
ଏ ବିଷୟରେ ପୁଲିସ ଏଡିଜି ତଥା ମହିଳା ଓ ଶିଶୁ ବିରୋଧି ଅପରାଧ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ୬୦୮ଥାନାରେ ଶିଶୁ ଓ ମହିଳା ଡେସ୍କ ଅଛି ସେମାନଙ୍କୁ ତାଲିମ ଦେବା ସହ ଉପଯୁକ୍ତ ବ୍ୟବସ୍ଥା କରାଯାଉଛି । ଯେଉଁଠାରେ ମହିଳା ଅଧିକାରୀ ନାହାନ୍ତି ସେଠାରେ ପୁରୁଷ ଅଧିକାରୀ କାମ କରୁଛନ୍ତି । କୌଣସି ଥାନାରେ ଯଦି ମହିଳା ଅଧିକାରୀଙ୍କ ସଂଖ୍ୟା କମ ଅଛି ତେବେ ପୁରୁଷ ଅଧିକାରୀ ହିଁ ସେ କଥା ବୁଝୁଛନ୍ତି । ବାଲେଶ୍ୱର, ଭୁବନେଶ୍ୱର, ସମ୍ୱଲପୁର, ସୁନ୍ଦରଗଡ଼ ଆଦି ସ୍ଥାନରେ ନିକଟରେ ତାଲିମ ଦିଆଯାଇଛି । ୬୦୮ରୁ ୩୪ଟି ଡେସ୍କ ଓ ୨୧ଟି ଶିଶୁମିତ୍ର ଡେସ୍କର ଉନ୍ମୋଚନ ମଧ୍ୟ କରାଯାଇଛି । ମେ ଶ୍ୱର ଥାନାରେ ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି, ମୁଁ ୪ବର୍ଷ ହେବ ଏହି ଡେସ୍କ ଦାୟିତ୍ୱରେ ଅଛି । ଶେଷ ୬ମାସ ମଧ୍ୟରେ ପ୍ରାୟ ୫୦ରୁ ଅଧିକ ମାମଲା ଆସିଛି । ସ୍ୱତନ୍ତ୍ର ଡେସ୍କ ବ୍ୟବସ୍ଥା ହେବା ଦ୍ୱାରା ସେମାନଙ୍କୁ ଅଭିଯୋଗ ଲେଖାଇବାରେ ସୁବିଧା ହେଉଛି । କିନ୍ତୁ ଥାନାରେ ଅଧିକାରୀ କମ୍ ଥିବାରୁ ଏହି ଡେସ୍କ ସହ ଅନ୍ୟାନ୍ୟ କାମରେ ନିୟୋଜିତ ରହିବାକୁ ପଡ଼ୁଛି । ଏଥିସହ ସ୍ୱତନ୍ତ୍ର କୋଠରୀ ଥିଲେ ମଧ୍ୟ ଉପଯୁକ୍ତ ପରିବେଶର ଅଭାବ ରହୁଛି । ସେହିପରି ଆଉ ଏକ ଥାନାର ଅଧିକାରୀ କହିଛନ୍ତି, ଏହା ଏକ ଭଲ ବ୍ୟବସ୍ଥା; କିନ୍ତୁ ଏ ନେଇ ବିଶେଷ କାର୍ଯ୍ୟ ହେଉନାହିଁ । ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୌଣସି ସ୍ୱତନ୍ତ୍ର ତାଲିମ ନ ଦେବା ପରିସ୍ଥିତିକୁ ଅଧିକ ଜଟିଳ କରୁଛି । ତେବେ ରାଜ୍ୟ ସରକାର ମହିଳାମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ମହିଳା ଓ ଶିଶୁ ଡେସ୍କକୁ ତୁତନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।