ଭିନ୍ନ ଏକ ପ୍ରୟାସ ଓ ପରିକଳ୍ପନା

ଏହି ୱେବ୍ ପୋର୍ଟାଲରେ ନ୍ୟୁଜ ନୁହେଁ ବରଂ ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ଜୀବନ ଜୀବିକା ସଂପର୍କୀତ ଫିଚର ପ୍ରକାଶ ପାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ପ୍ରସଙ୍ଗଗୁଡ଼ିକୁ ଲିଙ୍ଗଭିତିକ ଦୃଷ୍ଟିକୋଣରୁ ସଂବେଦନଶୀଳ ଭାବେ ଲେଖାଯିବାକୁ ଚେଷ୍ଟା କରାଯିବ । ଭୁବନେଶ୍ୱର ; ସେଦିନ ଥାଏ ୨୦୨୦ ମାର୍ଚ୍ଚ ୨୫ ତାରିଖ । ଚାରିଆଡ଼େ କୋଭିଡ଼-୧୯ ଭୁତାଣୁର ଭୟ । ଏହାକୁ ନିୟନ୍ତଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡ଼ାଉନର ବ୍ୟବସ୍ଥା କରାଗଲା ।…

Read More

ଟସର ସିଲ୍କ ସହ ନିଜ ସ୍ୱପ୍ନର ଡେଣା ମେଲାଉଥିବା କେନ୍ଦୁଝରର ଆଦିବାସୀ ମହିଳାମାନେ

କିଛିବର୍ଷ ତଳେ କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗାଁର ମହିଳାମାନଙ୍କ ପାଇଁ ରୋଜଗାରର ମାଧ୍ୟମ ଥିଲା ପାଖ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରୀ କରିବା, କିନ୍ତୁ ଏବେ ସେମାନଙ୍କୁ ନୂଆ ପରିଚୟ ମିଳିଛି । ଆଉ ସେ ପରିଚୟ ଦେଇଛି ଭଗାମୁଣ୍ଡା ଟସର ସିଲ୍କ ପାର୍କ । ଯେଉଁଠି ଏବେ ୨୦୦ରୁ ଅଧିକ ଆଦିବାସୀ ମହିଳା କାମ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଭୁବନେଶ୍ୱର ; ଟସର ଶାଢୀ ଆମକୁ ଜାତୀୟ ସ୍ତରରେ…

Read More

ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମ୍ମାନ ରହିଲେ ଲିଙ୍ଗଗତ ହିଂସା କମିବ

ମହିଳାଙ୍କ ପ୍ରତି ହେଉଥିବା ହିଂସା ନିଶ୍ଚିତ ଭାବେ ଏକ ଗମ୍ଭୀର ସମସ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆକଳନ ଅନୁସାରେ ବିଶ୍ୱରେ ପ୍ରତି ୩ଜଣରେ ଜଣେ ମହିଳା ନିଜ ପାର୍ଟନର (ସାଥୀ) ଙ୍କ ଦ୍ୱାରା ଶାରୀରିକ ବା ଯୌନ ନିର୍ଯାତନାର ଶିକାର ହୋଇଥାଆନ୍ତି । ଭାରତରେ ମଧ୍ୟ ଏସଂଖ୍ୟା ପ୍ରାୟତଃ ସମାନ -ପ୍ରତି ୩ ଜଣରେ ଜଣେ ମହିଳା ତାଙ୍କ ପାର୍ଟନର (ବିବାହିତ ସମ୍ପର୍କ ଅବା ଲିଭ-ଇନରେ ରହୁଥିବା ସମ୍ପର୍କର ସାଥୀ) ଙ୍କ ଦ୍ୱାରା ହିଂସାର ଶିକାର…

Read More

ଆମେ କ୍ରିକେଟ ଖେଳି ପାରିବୁ

କ୍ରିକେଟ ସବୁବେଳେ ପୁରୁଷ ମାନଙ୍କ ଖେଳ ଭାବେ ଧରାଯାଏ । କ୍ରିକେଟ ପୁଣି ଦୃଷ୍ଟିହୀନ ମହିଳାମାନେ ଖେଳିବେ ଓ ଚାମ୍ପିଅନ ହେବେ ଏକଥା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହାକୁ ପ୍ରମାଣିତ କରିପାରିଛନ୍ତି ଓଡ଼ିଶାର ବିଭିନ୍ନ ଆଦିବାସୀ ଅଂଚଳରୁ ଆସିଥିବା ଏହି ଦୃଷ୍ଟିହୀନ ମହିଳା କ୍ରିକେଟ ଖେଳାଳି । ନିକଟରେ ବାଙ୍ଗାଲୋରଠାରେ ଆୟୋଜିତ ତୃତୀୟ ଜାତୀୟ ଦୃଷ୍ଟିହୀନ ଟ୍ୱେଂଟି-୨୦ ମହିଳା କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଚାମ୍ପିଅନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି । ଓଡ଼ିଶା…

Read More

ଇକୋ ଇଟା ନିଶାରେ ଯୁବପିଢ଼ି

ଏକ ସର୍ବେକ୍ଷଣ ଅନୁସାରେ ୨୦୫୦ ବେଳକୁ ବିଶ୍ୱରେ ପ୍ଲାଷ୍ଟିକର ମାତ୍ରା ଏତେ ବଢିଯିବ ଯେ ସମୁଦ୍ରରେ ମାଛ ଓ ଅନ୍ୟ ଜଳଚର ପ୍ରାଣୀ ତୁଳନାରେ ପ୍ଲାଷ୍ଟିକ ଆବର୍ଜନା ଅଧିକ ଦେଖିବାକୁ ମିଳିବ । ଦିନକୁ ଦିନ ଉତ୍କଟ ହେଉଥିବା ଏହି ପ୍ଲାଷ୍ଟିକର କିପରି ପୁନଃ ପ୍ରକ୍ରିୟାକରଣ କରାଯାଇପାରିବ ଏଥିନେଇ ପରିବେଶବିତ ମାନେ ଚିନ୍ତା କରୁଥିବା ବେଳେ ଅନୁଗୁଳ ଜିଲ୍ଲାର କିଛି ଯୁବକ ଏହି ପ୍ଲାଷ୍ଟିକ ଆବର୍ଜନାର ପୁନଃ ପ୍ରକ୍ରିୟାକରଣର ଏକ ସୁନ୍ଦର ଉପାୟ ବାହାର କରିପାରିଛନ୍ତି ।…

Read More

ମହିଳା ସଫେଇ କର୍ମଚାରୀଙ୍କୁ ସମ୍ମାନ ମିଳୁ

ଭୁବନେଶ୍ୱର ସହରକୁ ସବୁଜ ସୁନ୍ଦର ରଖିବାରେ ବିଏମସିର ମହିଳା ସଫେଇ କର୍ମଚାରୀଙ୍କର ଯଥେଷ୍ଟ ଯୋଗଦାନ ରହିଛି । କିନ୍ତୁ ଅନେକ ସମୟରେ ସେମାନଙ୍କ କାମ ଅଣଦେଖା ହୋଇ ରହିଯାଏ । ମାର୍ଚ୍ଚ ୮ ତରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମେ କିଛି ମହିଳା ସଫେଇ କର୍ମଚାରୀଙ୍କୁ ଭେଟି ତାଙ୍କ ମନକଥା ଜାଣିବାକୁ ଚେଷ୍ଟା କରିଥିଲୁ । ଭୁବନେଶ୍ୱର ; ରାସ୍ତା ଝାଡୁ କରିବା ଆମର ସବୁଦିନିଆ କାମ । ଭୋର ୫ଟାରୁ ଉଠି ଘର କାମ…

Read More

ଉଜ୍ଜ୍ୱଳା ବ୍ୟବହାରକାରୀଙ୍କ ସଂଖ୍ୟା କମୁଛି

ଦେଶର ଗରିବ ମହିଳା ମାନଙ୍କୁ ରାନ୍ଧିବାବେଳେ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ କ୍ଷତିକାରକ ଜାଳେଣି କାଠ ବ୍ୟବହାର ନକରି ରନ୍ଧନ ଗ୍ୟାସ ବ୍ୟବହାର କରିବାକୁ ୨୦୧୬ ମସିହାରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲକରି କେନ୍ଦ୍ର ସରକାର ସେମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେଇଛନ୍ତି । କିନ୍ତୁ ବର୍ତମାନ ଏଲପିଜି ଇନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ବ୍ୟବହାରକାରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦିହେବା ପରି ଲାଗୁଛି…

Read More

ହଜିବାରେ ଲାଗିଲାଣି କାଗଜମୁଖା କାରିଗରୀ

ସମୟଥିଲା ପୁରୀର କାରିଗର ମାନଙ୍କ ହାତତିଆରି ଅନେକ ପାରମ୍ପରିକ କଣ୍ଢେଇ ଘରେ ଘରେ ପରିଚିତ ଥିଲା । ଦୋଳ ମେଳଣ ହେଉ ଅବା ଚନ୍ଦନ ଯାତ୍ରା ଓ ରଥଯାତ୍ରା –ଏଠାକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଶିଳ୍ପୀମାନଙ୍କ ପାଖକୁ ଯାଇ ସେମାନଙ୍କଠାରୁ ଉଚିତ ଦରରେ ଜିନିଷ କିଣୁଥିଲେ । ତେବେ ଯଦିଓ ରଘୁରାଜପୁରରେ କାଗଜ ତିଆରି ମୁଖା ଓ କଣ୍ଢେଇ କାଁ ଭାଁ ଦେଖିବାକୁ ମିଳୁଛି କିନ୍ତୁ ପୁରୀ ସହରରେ ଥିବା ଚିତ୍ରକର ସାହି ଗୁଡିକରେ ଏଗୁଡିକ ପ୍ରାୟ…

Read More

ପାରମ୍ପରିକ ବିହନରୁ ବିପର୍ଯ୍ୟୟ ନିରୋଧୀ ଧାନ

ରାଜ୍ୟରେ ବଢୁଥିବା ଜଳବାୟୁର ପ୍ରତିକୂଳ ପରିସ୍ଥିତି ଯେପରି- ଆବଶ୍ୟକତାଠାରୁ ଅଧିକ ବର୍ଷା ହେବା, ବର୍ଷା ଅଭାବରୁ ମରୁଡି ଭଳି ଅବସ୍ଥା ଅଥବା ସ୍ୱଳ୍ପ ବର୍ଷା ଯୋଗୁଁ ଅନେକ ସମୟରେ ଚାଷ ନଷ୍ଟ ହେବାର ଓ ଚାଷୀ କ୍ଷୟକ୍ଷତି ସହିବାର ଦୃଷ୍ଟାନ୍ତ ରହିଛି । କିନ୍ତୁ ଏବେ ଏଥିରୁ ଚାଷୀଙ୍କୁ ମୁକ୍ତି ଦେବାପାଇଁ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିପର୍ଯ୍ୟୟ ନିରୋଧୀ ଧାନ ପ୍ରସ୍ତୁତ କରାଯାଇଛି ଯାହା ରାଜ୍ୟର ସବୁ ପ୍ରକାରର ଜମିରେ ଓ…

Read More