ହଜିଯିବ ତାଳପତ୍ର ଭୋଗେଇ
ବଢ଼ୁଛି ସହରୀକରଣ । ସବୁଜିମାର ବୁକୁ ଚିରି ମଥା ଟେକୁଛି କଂକ୍ରିଟ ଜଙ୍ଗଲ । ବାତ୍ୟାପ୍ରବଣ ପୁରୀ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବାତ୍ୟା ଉଜାଡି ଦେଉଛି ହଜାର ହଜାର ଗଛ । ଜଙ୍ଗଲ ଉପରେ ନିର୍ଭରଶୀଳ ଶିଳ୍ପ ସବୁ ହରାଉଛି ଅସ୍ତିତ୍ୱ । ପୁରୀ ଶ୍ରୀମନ୍ଦିର ସେବା ସହ ଜଡିତ ତାଳପତ୍ରର ଶିଳ୍ପ ବିଶେଷକରି ତାଳପତ୍ର ଭୋଗେଇ ଏବେ ବିଲୋପ ଅଭିମୁଖେ ଅଗ୍ରସର ହେଉଛି । ଏହା ଉପରେ ନିର୍ଭର କରିଚଳୁଥିବା ପୁରୀ ସହରର ୩୦…
