ମାଙ୍କଡିଆ ଜନଜାତିଙ୍କୁ ମିଳିଲା ବସତି ଅଧିକାର, ଅପେକ୍ଷାରେ ରହିଛନ୍ତି ଅନ୍ୟ ଜନଜାତି

ଭୁବନେଶ୍ୱର : ପାଉଡି ଭୁୟାଁ ଜନଜାତିଙ୍କ ପରେ ଏବେ ମାଙ୍କଡିଆ ଜନଜାତିଙ୍କୁ ମିଳିଲା ବସତି ଉପରେ ଅଧିକାର । ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ଅଧିକ ସଂଖ୍ୟାରେ ଦେଖାଯାଉଥିବା ଏହି ଜନଜାତିଙ୍କୁ ନିକଟରେ ବାରିପଦାଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ତାଙ୍କର ବସତି ଅଧିକାର ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଏହା ସେମାନଙ୍କ ମଧ୍ୟରେ ଖୁସି ଆଣିବା ସହ ସେମାନଙ୍କ ଜୀବିକାକୁ ପୁଣି ଫେରାଇ ଆଣିବ…

Read More

ପୁଣି ଫେରିଛି ଲୋଧା ଜନଜାତିଙ୍କ ଝୁମର ନାଚ

ମୟୁରଭଞ: ସମସ୍ତେ ଚାହାଁନ୍ତି ତାଙ୍କ ପରମ୍ପରା ଓ ନୃତ୍ୟ ପିଢି ପରେ ପିଢି ଜୀବିତ ରହୁ ଏବଂ ଆଗାମୀ ପିଢି ନିଜ ପରମ୍ପରା, ନୃତ୍ୟ ସଂଗୀତକୁ ନେଇ ଗର୍ବ କରୁ । କିନ୍ତୁ ବିଭିନ୍ନ କାରଣରୁ ଏହା ହୋଇପାରୁନଥିବା ବେଳେ ମୟୁରଭଞ ଜିଲ୍ଲାର ଲୋଧା ଜନଜାତିଙ୍କ ଚେଷ୍ଟା ବେଶ ପ୍ରଶଂସନୀୟ ହୋଇପାରିଛି । ନିଜେ ପାରମ୍ପରିକ ନୃତ୍ୟକୁ ବଂଚାଇ ରଖିବା ସହ ନିକଟରେ ସେମାନେ ଦିଲ୍ଲା ପ୍ରଗତି ମଇଦାନରେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଝୁମର ନୃତ୍ୟ ପରିବେଷଣ କରି…

Read More

ଏମିତି ବି ହୁଏ ଭସାଣି, ଡଙ୍ଗାରେ ନେଇ କରାହୁଏ ବିସର୍ଜନ

କେନ୍ଦ୍ରାପଡା: ଏମିତି ତ ଆପଣ ଅନେକ ଭସାଣି ଦେଖିଥିବେ କିନ୍ତୁ ପ୍ରତିବର୍ଷ କେନ୍ଦ୍ରାପଡା ରାଜନଗର ବ୍ଲକର ହଂସୁଆ ନଦୀରେ ହେଉଥିବା ଭସାଣି ସବୁଠାରୁ ନିଆରା । ଅନ୍ୟ ସବୁସ୍ଥାନରେ ମାଙ୍କ ବିସର୍ଜନ ପୁର୍ବରୁ ସହରରେ ପରିକ୍ରମା କରାଯାଇ ନଦୀରେ ବିସର୍ଜନ କରାଯାଏ କିନ୍ତୁ ରାଜନଗରରେ ୫ଦିନ ଧରି ପୂଜା ସରିବା ପରେ ମାଙ୍କ ମୂର୍ତ୍ତୀକୁ ନୌକାରେ ରଖି ପରିକ୍ରମା କରାଯିବା ପରେ ନଦୀରେ ବିସର୍ଜନ କରାହୁଏ । କେବେଠାରୁ ଏହି ପରମ୍ପରା ରାଜନଗର ଅଂଚଳରେ ଚାଲିଆସିଛି ତାହାର…

Read More

ରାବଣ ମୂର୍ତ୍ତି ତିଆରି କାମରେ ନିୟୋଜିତ ରାଜକିଶୋରଙ୍କ ପରିବାର

ଭୁବନେଶ୍ୱର: ଦଶହରାର ଶେଷ ଦିନ ଅର୍ଥାତ ବିଜୟା ଦଶମୀ ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆୟୋଜିତ ହୁଏ ରାବଣ ପୋଡି ଉତ୍ସବ । ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତାକୁ ପୃଥିବୀ ପୃଷ୍ଠରେ ପୁନଃ ସ୍ଥାପିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡି ଉତ୍ସବ ହୁଏ । ୫୦, ୬୦ ଫୁଟ ଉଚ୍ଚର ରାବଣ ମାତ୍ର ଗୋଟିଏ ନିଆଁ ତୀରରେ ନିମିଷକରେ ଧ୍ୱଂସ ହୋଇଯାଏ ଆଉ ଏଥିରୁ ବାହାରୁଥିବା ବାଣ ପୁରା ଆକାଶରେ ଖେଳେଇଯାଏ…

Read More

କଟକ ଦୁର୍ଗାପୂଜାରେ ଢିଙ୍କିକୁଟା ମେଢ

କଟକ: ଯଦି ଆପଣ କଟକ ସହରର ବାସିନ୍ଦା ହୋଇଥିବେ ଅବା ଦଶହରାବେଳେ କଟକ ମେଢ ଦେଖିବାକୁ ଯାଉଥିବେ ଛତ୍ର ବଜାରର ‘ଢିଙ୍କିକୁଟା, ବେସରବଟା’ ମେଢ ଆପଣଙ୍କୁ ନିଶ୍ଚିତଭାବେ ଆକୃଷ୍ଟ କରିଥିବ । କଟକର ବିଭିନ୍ନ ସାହି ଗଳିରେ ଯେଉଁଠି ଶକ୍ତିମୟୀ ମା ଦୁର୍ଗାଙ୍କର ନଚେତ ଶିବପାର୍ବତୀଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଏ ସେଠି ଏହି ଢିଙ୍କି କୁଟା ବେସରବଟାର ବିଭିନ୍ନ ପ୍ରକାରର ମାଟିରେ ତିଆରି କଣ୍ଢେଇ ବହୁ ବର୍ଷଧରି ଲୋକଙ୍କ ମନଜିଣି ଆସୁଛି । ଯଦିଓ ଏହି…

Read More

ପାଣି ପାଇଁ ପ୍ରତିଦିନ ଚାଲୁଛନ୍ତି ୬ କିଲୋମିଟର

ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ ସବୁଠି ଲୋକେ ଏବର୍ଷ ର ଅସହ୍ୟ ତାତି ଯୋଗୁଁ ଛଟପଟ ହେଉଥିବା ବେଳେ ଦୂରଦୂରାନ୍ତ ଅଂଚଳରେ ପିଇବା ପାଣିର ସମସ୍ୟା ମହିଳାଙ୍କ ଉପରେ ଯେପରି ଦାଉ ସାଧିଛି । ନୂଆପଡ଼ା ଗାଡ଼ିଆଜୋର ଗାଁର ଆଦିବାସୀ ମହିଳାଙ୍କର ଏହା ପ୍ରତିଦିନର ସଂଘର୍ଷ । ଭୁବନେଶ୍ୱର ; ତତଲା ତାୱାରେ ଭାଜିି ହେଉଛି ସାରା ରାଜ୍ୟ । ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ…

Read More

ପିପିଲି ଚାନ୍ଦୁଆ କାରିଗରଙ୍କ ପାଇଁ ନୂଆ ଆଶା

ଏବର୍ଷ ରଥଯାତ୍ରା ଅନେକଙ୍କ ପାଇଁ ଖୁସି ଆଣିଥିବା ବେଳେ ପିପିଲିର ଚାନ୍ଦୁଆ କାରିଗରଙ୍କ ପାଇଁ ବେଶି ଖୁସି ଆଣିଦେଇଛି । କାରଣ, ଗତ ୨ ବର୍ଷରୁ ଅଧିକ ସମୟ ଧରି ହାତବାନ୍ଧି ବସିଥିବା ଚାନ୍ଦୁଆ କାରିଗରଙ୍କୁ ଏବର୍ଷ ଭଲ କାମର ଅର୍ଡ଼ର ମିଳିଛି । ଫଳରେ ସେମାନେ ଏବେ ପିପିଲି ଚାନ୍ଦୁଆ କାମର ଭବିଷ୍ୟତ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ; ଚାନ୍ଦୁଆ କାମ କରୁଥିବା ମମତା ଦଳେଇଙ୍କୁ ଏବେ ଫୁରସତ ନାହିଁ…

Read More

ଭୁବନେଶ୍ୱରକୁ ଶିଶୁ ମିତ୍ର କରିବାକୁ ଶିଶୁ ସୁରକ୍ଷା ଆୟୋଗର ପ୍ରୟାସ

ପିଲାମାନେ ଅନାଥ ହୋଇ ରାସ୍ତାକଡରେ ରହିବାର ବିଭିନ୍ନ କାରଣ ରହିଛି । କେଉଁଠି ପରିବାର, ପଡୋଶୀ ନଚେତ ଗାଁଲୋକଙ୍କ ଦ୍ୱାରା ନିୟମିତ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ସହିନପାରି ସେମାନେ ଘର ଛାଡୁଛନ୍ତି । ଏସବୁକୁ ଆଖିରେ ରଖି ଭୁବନେଶ୍ୱରକୁ ଶିଶୁ ମିତ୍ର ନଗର ଭାବେ ଗଢିବା ପାଇଁ ଏବେ ନିଷ୍ପତି ନିଆଯାଉଛି । ଫଳରେ ପିଲାମାନେ ରାସ୍ତାକଡରେ ଭିକ ମାଗିବା ବଦଳରେ ସ୍କୁଲକୁ ଯାଇ ପାଠ ପଢିବେ । ସରସ୍ୱତୀଙ୍କ ବୟସ ପାଖାପାଖି ୧୨…

Read More

ଆଦିବାସୀଙ୍କୁ କୁପୋଷଣରୁ ରକ୍ଷା କରୁଛି ଜଙ୍ଗଲୀକନ୍ଦା

କୁପୋଷଣ ଭଳି ସମସ୍ୟାରୁ ମୁକ୍ତି ଦେଉଛି ଜଙ୍ଗଲୀ କନ୍ଦା । କୋରାପୁଟର ଆଦିବାସୀଙ୍କ ଖାଦ୍ୟ ତାଲିକାରେ ସାମିଲ ଥିବା ଏହି ପାରମ୍ପରିକ ଜଙ୍ଗଲୀ ଖାଦ୍ୟ କେବଳ କୁପୋଷଣ ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଉଛି । କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହା ଉପରେ ଗବେଷଣା ଆରମ୍ଭ ହେବା ପରେ ଏହି ପାରମ୍ପରିକ ଖାଦ୍ୟର ଚାହିଦା ଏବେ ଧୀରେ ଧୀରେ ସାଧାରଣ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି । ଯାହାକି ଆଦିବାସୀଙ୍କୁ…

Read More

ବନ୍ୟା ମହିଳାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରୁଛି

ବର୍ତମାନ ସାରା ଓଡ଼ିଶା ବନ୍ୟା ପରିସ୍ଥିତି ସହ ଯୁଝୁଛି । ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ସାଢେ ୪ ଲକ୍ଷ ଲୋକ ବନ୍ୟା ଘେରରେ ଏବେମଧ୍ୟ ରହିଛନ୍ତି ଓ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ପୁରୀ ଜିଲ୍ଲାରେ ୫୫ଟି ପଂଚାୟତର ୨୦୧ଟି ଗାଁର ଦେଢଲକ୍ଷ ଲୋକ ବନ୍ୟା ଯୋଗୁଁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟରେ ବିଶେଷ ସମସ୍ୟାର ସମ୍ମୁଖୀନ ହୁଅନ୍ତି…

Read More