ମାଲକାନଗିର ଜିଲ୍ଲା ବଣ୍ଡାଘାଟିରେ ବାସ କରୁଥିବା ବଣ୍ଡା ଆଦିବାସୀ ପିଲାଙ୍କ ଶୂନରୁ ୬ବର୍ଷ ମଧ୍ୟରେ ବଢୁ ଥିବା ଶିଶୁ ମୃତ୍ୟୁହାରକୁ ରୋକିବା ପାଇଁଁ ୨୦୨୧ ମସିହାରୁ ସେଠାରେ ଶିଶୁଗୃହ ଆରମ୍ଭ ହୋଇଛି । ରାଜ୍ୟ ସରକାର ଓ ୟୁନିସେଫ ପକ୍ଷର ଖୋଲାଯାଇଥିବା ଏହ ଶିଶୁଗୃହରେ ଶୁନରୁ ୩ ବର୍ଷ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବାସହ ସଠିକ ଲାଳନ ପାଳନର ବ୍ୟବସ୍ଥା କରାଯାଇଛି । ବିଶେଷଜ୍ଞଙ୍କ ମତରେ କୃଷି ଓ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବା ମହିଳାମାନଙ୍କ ଉପରେ ଉଭୟ ବାହାରକାମ ଓ ଘରକାମ ଦାୟିତ୍ୱ ରହୁଥିବାର ୁସେମାନେ ପିଲାର ଲାଳନ ପାଳନକ ବାଧ୍ୟ ହୋଇ ଅଣଦେଖାକରୁଥିଲେ ଯାହାକି ସିଧାସଳଖ ଭାବେ ପିଲାଙ୍କ ସ୍ୱାସ୍ଥ୍ୟଉପରେ ପ୍ରଭାବ ପକାଉଥିଲା । ବର୍ତମାନ ବଣ୍ଡାଘାଟିରେ ପିଲାଙ୍କ ଦେଖାଶୁଣା ପାଇଁ ଆରମ୍ଭ ହୋଇଥିବା ଶିଶୁଗୃହ ଏ କ୍ଷେତ୍ରରେ କିଛିଟା ଫଳପ୍ରଦ ହେବବୋଲି ଆଶାକରାଯାଉଛି ।
ଭୁବନେଶ୍ୱର ;
ବତିଶ ବର୍ଷିୟ ସମରୀସିସା ଏବେ ଡଙ୍ଗରକୁ କାମ ପାଇଁ ଗଲେ ତାଙ୍କ ଛୁଆକୁ କେଉଁଠିଏକୁଟିଆ ଛାଡିଯିବେ ତାକୁନେଇ ଆଉଚିନ୍ତା କରୁନାହାନ୍ତି କାରଣ ଏବେ ତାଙ୍କ ଅଂଚଳରେ(ବଣ୍ଡାଘାଟିରେ) ରାଜ୍ୟସରକାର ଓ ୟୁନିସେଫ ପକ୍ଷରୁ ଶିଶୁଗୃହ ଖୋଲା ଯାଇଛି । ଯେଉଁଠି ବଣ୍ଡା ମହିଳା ମାନେ ଡଙ୍ଗରକୁ କାମ ପାଇଁ ଗଲେ ତାଙ୍କ ଛୁଆକୁ ଏହି ଗୃହରେ ଛାଡି ଯାଉଛନ୍ତି ଏବଂ ଏଠି ତାଙ୍କ ପିଲାଙ୍କର ବେଶ ଭଲ ଦେଖାଶୁଣା ହୋଇପାରୁଛି । କିନ୍ତୁ କିଛି ବର୍ଷ ତଳେ ସେଭଳି ଶିଶୁଗୃହର ବ୍ୟବସ୍ଥା ନଥବାରୁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ବଣ୍ଡା ମହିଳା ମାନେ ଜୀବିକା ପାଇଁବାଧ୍ୟ ହୋଇ ନିଜର ଛୋଟ ଛୁଆଙ୍କୁ ଦିନ ତମାମ ଘରେ ଛାଡି ଡଙ୍ଗରକୁ କାମ କରିବାକୁ ଯାଉଥିଲେ । ମାମାନେ କାମକୁ ଯାଉଥିବାରୁ ଛୁଆମାନେ ମା କ୍ଷୀର ପାଇବାରୁ ବଂଚିତ ହେଉଥିଲେ ଯାହାକି ସେମାନଙ୍କ ବିକାଶ ଉପରେ ପ୍ରଭାବ ପକାଉଥିଲା । ଘରେ ଥିବାବଡଭାଇଭଉଣୀମାନେ ସ୍କୁଲ ନଯାଇ ସାନ ପିଲାମାନଙ୍କର ଯତ୍ନ ନେଉଥିଲେ ।ଏପରିକି ଅନେକ ସମୟରେ ମାଙ୍କ ଅନୁପସ୍ଥିତିରେ ଛୁଆଙ୍କର ଭୋକ ମେଂଟାଇବା ପାଇଁ ଘରେ ବଳକା ଥିବାତୋରାଣି, ପେଜ ଓ ମାଣ୍ଡିଆକୁ ସେମାନଙ୍କୁ ପିଇବାକୁ ଦେଇ ଦେଉଥିଲେ । ଏଥିଯୋଗୁଁ ଦିନକୁ ଦିନ ବଣ୍ଡା ଜନ ଜାତିର ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟି ବଢିବା ସାଙ୍ଗକୁ ଶିଶୁ ମୃତ୍ୟୁହାର ମଧ୍ୟ ବଢିବା ଦେଖାଯାଉଥିଲା ।
ମହିଳାଙ୍କ ଉପରେ ପରିବାର ଦାୟିତ୍ୱ
ଜଙ୍ଗଲ ପାହାଡ ଘେରା ମାଲକାନଗିରି ଜିଲ୍ଲା ହେଉଛି ପ୍ରକୃତିର ଏକ ଦାନ । ୨୦୧୧ ଜନଗଣନା ଅନୁସାରେ ସମୁଦ୍ର ପତନଠାରୁ ୪ ହଜାର ଫୁଟ ଉଚ୍ଚରେ ଥିବା ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଂଚାୟତର୩୨ଟି ଗାଁରେ ପାଖାପାଖି୧୨,୦୦୦ ବଣ୍ଡା ଆଦିବାସୀବାସକରନ୍ତି ।ଏମାନଙ୍କ ପରମ୍ପରା ଓ ଚଳଣୀଅନ୍ୟ ଆଦିବାସୀସଂପ୍ରଦାୟଙ୍କଠାରୁ ଯଥେଷ୍ଟ ଭିନ୍ନ । ପରମ୍ପରା ଅନୁସାରେ ଜଣେ ବଣ୍ଡା ଯୁବତୀ ନିଜ ଠାରୁ ୭-୮ବର୍ଷରଛୋଟ ଯୁବକକୁ ବାହା ହେଉଥିବାବେଳେ, ତା ଜୀବନକାଳ ମଧ୍ୟରେ ସେ ଅତିକମରେ ୮ରୁ ୯ଟି ଛୁଆଜନ୍ମକରିଥାଏ । ଛୁଆ ଜନ୍ମକରିବା ଓ ତାର ଲାଳନ ପାଳନ କରିବାକ୍ଷେତ୍ରରେସେମାନେ ସେତେଟାସଚେତନ ନୁହନ୍ତି । ଛୁଆଙ୍କ ମଧ୍ୟରେ ଆବଶ୍ୟକ ଥିବାବ୍ୟବଧାନ ବିଷୟରେସେମାନେ ଏତେଟା ସଚେତନ ନଥିବାରୁ ଗୋଟିଏ ଛୁଆ ଜନ୍ମ ହେବାର ବର୍ଷେ କିମ୍ବା ଦେଢ ବର୍ଷ ବ୍ୟବଧାନରେ ସେମାନେ ଆଉ ଗୋଟିଏ ଛୁଆ ଜନ୍ମକରିବା ଦେଖାଯାଇଥାଏ, ଯେଉଁଥିପାଇଁ ପିଲାଙ୍କ ସଠିକ ଲାଳନ ପାଳନ ହୋଇପାରେନାହିଁ । ଯାହାକି ମା ମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲିକୁହନ୍ତି, ଆଶାକର୍ମୀ ସୁର୍କୀ ବଡନାୟକ । ସେ ଆହୁରିମଧ୍ୟ କହିଛନ୍ତି ଯେ, ବଣ୍ଡା ମହିଳାମାନେ ବୟସରେ ବଡ ହୋଇଥିବାରୁ ପରିବାର ଚଳେଇବା ଦାୟିତ୍ୱ ତାଙ୍କ କାନ୍ଧରେ ଥାଏ । ଯେଉଁଥିପାଇଁ ନିଜ ପିଲାଙ୍କ ଯତ୍ନ ନେବାରେସେମାନଙ୍କୁ ଅନେକ ଅସୁବିଧାର ସାମନା କରିବାକୁ ପଡେ । ଜୀବିକା ପାଇଁ ବାଧ୍ୟ ହୋଇ ନିଜର ଛୋଟଛୁଆଙ୍କୁ ଦିନତମାମ ଘରେଛାଡି ସେମାନେ ଡଙ୍ଗରକୁ କାମ କରିବାକୁ ଯାଆନ୍ତି । ସମୟ ସମୟରେ କିଛି ମା ସେମାନଙ୍କ ଛୁଆକୁ କାମକୁ ନେଉଥିଲେ ବି ସେଠି ପିଲାଙ୍କ ଖାଇବା ପିଇବା ଠିକଭାବେ ହୋଇପାରେ ନାହିଁ । ପୁଣି ପୁଷ୍ଟିକରଖାଦ୍ୟର ଅଭାବ ଓ ସ୍ୱଚ୍ଛ ପରିବେଶରେରହିବାରଚଳଣୀ ନଥିବାରୁଏହା ପିଲାଙ୍କସ୍ୱାସ୍ଥ୍ୟଉପରେକୁପ୍ରଭାବ ପକାଇଥାଏ ।ଅନେକସମୟରେ ଦେଖାଯାଇଛି ଯେ ଏତେଛୁଆଜନ୍ମହେଉଥିଲେ ମଧ୍ୟ ଅପପୁଷ୍ଟି ଓ ଯତ୍ନ ଅଭାବରୁକିଛି ପିଲାଶୂନରୁ ୬ ବର୍ଷବୟସ ମଧ୍ୟରେମୃତ୍ୟୁବରଣକରନ୍ତି ।
ଜାତୀୟସ୍ୱାସ୍ଥ୍ୟସର୍ବେକ୍ଷଣ -୫ ଅନୁସାରେ ଆଦିବାସୀମହିଳାଙ୍କଠାରେରକ୍ତହୀନତାରମାତ୍ରାହେଉଛି ୬୮.୫ ପ୍ରତିଶତ । ପୁଣିକମ ଓଜନ ଥିବାମହିଳାଙ୍କସଂଖ୍ୟା ୪୬.୬ ପ୍ରତିଶତ ଥିବାବେଳେଛୋଟ ପିଲାଙ୍କ ମଧ୍ୟରେ ରକ୍ତହୀନତାର ମାତ୍ରା ୭୬.୮ ପ୍ରତିଶତ ରହିଛି । ଯଦିଓ ସ୍ୱତନ୍ତ୍ର ଭାବେ ବଣ୍ଡା ସଂପ୍ରଦାୟଙ୍କ ସଂପର୍କୀତ କୌଣସି ତଥ୍ୟ ମିଳିପାରିନାହିଁ କିନ୍ତୁ ମାଲକାନଗିରି ଜିଲ୍ଲାରେ ମହିଳା ଓ ଛୋଟ ପିଲାଙ୍କ ରକ୍ତହୀନତା ଓ ଅପପୁଷ୍ଟିର ମାତ୍ରା ଅଧିକ ରହିଥିବା ଏହି ସର୍ବେକ୍ଷଣରେ କୁହାଯାଇଛି । ବିଶେଷଜ୍ଞଙ୍ କକହିବା ଅନୁସାରେ ପୁଷ୍ଟିକର ଖାଦ୍ୟର ଅଭାବ, ନିୟମିତ ସ୍ୱାସ୍ଥ୍ୟର ଯତ୍ନ ନ ନେବା, କମ ବୟସରେ ବିବାହ ଏବଂ କମ ବ୍ୟବଧାନରେ ଅଧିକ ଛୁଆ ଜନ୍ମ କରିବା ଯୋଗୁଁ ଏହା ଆଦିବାସୀ ମହିଳା ଓ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।
୨୦୧୦ ବର୍ଷରେ ଏସ୍ସି ଓ ଏସ୍ଟି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ପକ୍ଷରୁ କରାଯାଥିବା ସର୍ଭେରେ କୁହାଯାଇଛି ଯେ, ଏହାର ଜନସଂଖ୍ୟା ନିୟମିତ କମିବା ସହ ୬,୬୭୬ େ ର ପହଂଚିଛି । ତେବେ ବର୍ତମାନ ମିଳିଥିବା ତଥ୍ୟ ଅନୁସାରେ ଉପରବଣ୍ଡା (ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଂଚାୟତରେ ରହୁଥିବା ବଣ୍ଡା) ଙ୍କ ସଂଖ୍ୟା ୬,୭୦୦ ଥିବାବେଳେ ତଳ ବଣ୍ଡାଙ୍କ ସଂଖ୍ୟା ୧୭,୦୦୦ ରହିଛି ।
ପିଲାଙ୍କ ଦେଖାଶୁଣା ପାଇଁ ଶିଶୁଗୃହ
ବଣ୍ଡା ଅଦିବାସୀଙ୍ କଶିକ୍ଷା, ସ୍ୱାସ୍ଥ୍ୟଓ ଜୀବନ ଜୀବିକାରଉନ୍ନତି ନିମନ୍ତେ ୧୯୭୭ମସିହାରୁ ରାଜ୍ୟ ସରକାରଙ୍କ ତରଫରୁ ବଣ୍ଡା ଡେଭେଲପମେଂଟ ଏଜେନସି(ବିଡିଏ) ଗଠନ କରାଯାଇଛି । ବଣ୍ଡା ଆଦିବାସୀଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମୁଦୁଲିପଡା ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି । ପୂର୍ବରୁ ବଣ୍ଡା ମହିଳାମାନେ ଘରେ ପ୍ରସବ କରାଉଥିଲାବେଳେ ବର୍ତମାନ ସେମାନେ ମୁଦୁଲିପଡା ନଚେତ ଖଇରପୁଟ ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ଆଶା କର୍ମୀମାନଙ୍କ ନିୟମିତ ସଚେତନତା କାର୍ଯ୍ୟକ୍ରମ ଫଳରେ ଏବେ ବଣ୍ଡା ମହିଳାମାନେ ହସପିଟାଲରେ ପ୍ରସବ କରାଇବାକୁ ଇଚ୍ଛୁକ ହେଉଛନ୍ତି । ହେଲଥ କ୍ୟାମ୍ପ ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଅଧିକ ସଚେତନ ହେଲେ ମା ଓ ପିଲାମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ ବୋଲି କହିଛନ୍ତି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବବ୍ରତ ବାରିକ । ବଣ୍ଡା ଜନଜାତିଙ୍କ ଉପରେ ଗବେଷଣା କରିଥିବା ଡ ରଶ୍ମୀରେଖା ବାରିକ କୁହନ୍ତି,ବଣ୍ଡା ମହିଳାମାନେ ଖୁବ କର୍ମଠଏ ବଂ ସେମାନେ ପ୍ରସବର ଶେଷ ସମୟରେ ମଧ୍ୟ ଜଙ୍ଗଲକୁ ଯାଇ କାମକରନ୍ତି । ତେବେ ତଳେରେ ରହୁଥିବା ମହିଳାମାନେ ଯେପରି ସ୍ୱାସ୍ଥ୍ୟସେବା ପାଇପାରନ୍ତି, ଉପର ମୁଣ୍ଡରେ ହୁଥିବା ବଣ୍ଡା ଜନଜାତିର ମହିଳା ମାନେ ଦୂରତା, ସଚେତନତାର ଅଭାବ ଓ କାମର ବୋଝହେତୁଏହି ସୁବିଧାରୁ ବଂଚିତ ହୁଅନ୍ତି । ଏଣୁ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ୟା ହେଲେ ସେମାନେ ଦିସାରୀଙ୍କ ସହଯୋଗ ଲୋଡନ୍ତି । ବିଡିଏ ପକ୍ଷରୁବଣ୍ଡାଜନଜାତିର ପିଲାମାନଙ୍କସ୍ୱାସ୍ଥ୍ୟରେଉନ୍ନତି ପାଇଁମୁଦୁଲିପଡାଠାରେ ଅଙ୍ଗନଓାଡୀକେନ୍ଦ୍ରର ମଧ୍ୟ ସ୍ଥାପନ କରାଯାଇଛି । ସେଠିନିୟମିତସ୍ୱାସ୍ଥ୍ୟ ପରୀକ୍ଷାକରାଇବାସହପିଲାମାନଙ୍କୁ ପୁଷ୍ଟିକରରନ୍ଧାଖାଦ୍ୟ ଓ ଛତୁଆଯୋଗାଇ ଦିଆଯାଉଛି । ଅଙ୍ଗନଓାଡୀକୁ ଆସିବା ପରଠାରୁ ପିଲାଙ୍କସ୍ୱାସ୍ଥ୍ୟରେଉନ୍ନତି ଆସିଛି । ତେବେ ୨୦୨୧ ବର୍ଷରୁବଣ୍ଡାଘାଟିରେ ୬ଟି ଶିଶୁଗୃହହେବା ପରଠାରୁଶୂନ ରୁ ୩ ବର୍ଷ ପିଲା ଯାହାଙ୍କୁମାମାନେ ଘରେଛାଡି ଯିବାକୁବାଧ୍ୟ ହେଉଥିଲେସେମାନଙ୍କରସଠିକ ଯତ୍ନ ନିଆଯାଇପାରୁଛି । ଏଠିଛାଡି ଯାଉଥିବା ପିଲାମାନଙ୍କୁ ପୁଷ୍ଟିକରଖାଦ୍ୟ ଦେବା ଓ ସଠିକଲାଳନପାଳନ କରାଯାଉଛି । ଏପରିକି ଅତିଶୟ ଅପପୁଷ୍ଟିବାସାମ ପିଲାଙ୍କୁ ପୁଷ୍ଟିସାଧନ କେନ୍ଦ୍ରକୁ ମଧ୍ୟ ପଠାଯାଉଛିବୋଲିବଣ୍ଡାଡେଭୋଲପେମଂଟଏଜେନସିରପ୍ରୋଜେକ୍ଟଲିଡରହୃଦାନନ୍ଦ ସାହୁକହିଛନ୍ତି ।ଶିଶୁଗୃହର ଆବଶ୍ୟକତାକୁ ଦେଖିଏବର୍ଷ ଆଉ ୩ଟି ଅଧିକଖୋଲାଯାଇଛି । ଏହିଶିଶୁଗୃହରେବଣ୍ଡାମାମାନେ କାମକୁ ଯିବାବେଳେଛୁଆକୁଏଠିଛାଡି ଯାଉଛନ୍ତି । ସେମାନଙ୍କଛୁଆର ଦେଖାଶୁଣା ପାଇଁ ନିୟୋଜିତରହୁଥିବା ଘରର ଅନ୍ୟ ପିଲାମାନେ ନିୟମିତସ୍କୁଲ ଯାଇପାରୁଛନ୍ତି । ଶିଶୁଗୃହହେବା ପରଠାରୁଛୋଟ ପିଲାଙ୍କରସଠିକଲାଳନପାଳନ ହୋଇପାରୁଛିବୋଲିଏହିଶିଶୁଗୃହଦାୟିତ୍ୱରେ ଥିବାମଙ୍ଗଳିବଡନାୟକକହିଛନ୍ତି । କୃଷ୍ି ଓ ଶ୍ରମିକଭାବେକାମକରିପରିବାରକୁ ଆର୍ଥିକକ୍ଷେତ୍ରରେସହଯୋଗକରୁଥିବାବଣ୍ଡାମହିଳାମାନେ ଅନେକସମୟରେ ପିଲାଙ୍କଲାଳନପାଳନକୁ ଅଣଦେଖାକରିଥାଆନ୍ତି । ସେମାନଙ୍କପାଇଁଏହିଶିଶୁଗୃହ ନିଶ୍ଚିତ ଭାବେଏକ ଭଲ ଯୋଜନା । ଆହୁରିମଧ୍ୟ ବଣ୍ଡାଜନଜାତିଙ୍କ ମଧ୍ୟରେ ବଢୁଥିବା ଶିଶୁ ମୃତ୍ୟୁହାରକୁ ରୋକିବା ଦିଗରେ ଏହା କିଛିଟା ସହାୟକ ହେବବୋଲି ସ୍ୱେଚ୍ଚାସେବୀ ସଂସ୍ଥା ପରିବର୍ତନର ସଂପାଦକ ନିତ୍ୟାନନ୍ଦ ପ୍ରଧାନ କହିଛନ୍ତି ।