ଗତ କିଛି ବର୍ଷ ତଳେ ଯାଜପୁର ଜିଲ୍ଲା ନଗଡାରେ ଅପପୃଷ୍ଟିରେ ୧୯ଟି ପିଲାଙ୍କ ମୃତ୍ୟୁ ହେବା ଘଟଣା ଜାତୀୟ ସ୍ତରରେ ଆଲୋଚନା ହେବା ପରେ ଏବେ ପୁଣି ଦାନଗଦି ବ୍ଲକରଣାଗୁଣ୍ଡି ପଂଚାୟତର ରଗଡା-ଘାଟିସାହି ଅଂଚଳର ଅପପୃଷ୍ଟି ଖବର ଚର୍ଚ୍ଚାର ପରିସରକୁ ଆସିଛି । ଗତ ମାସକ ମଧ୍ୟରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ ଜଣ ଶିଶୁ ଅପପୃଷ୍ଟିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଆଧାର ନଥିବା ନଚେତ ତ୍ରୁଟି ଥିବା କାରଣରୁ ଘାଟିସାହିର ମୁଣ୍ଡା ଅଦିବାସୀସଂପ୍ରଦାୟରଅଧିକାଂଶଲୋକରାସନ କାର୍ଡମାଧ୍ୟମରେ ନିୟମିତଚାଉଳ ପାଇବାରୁବଂଚିତହେଉଛନ୍ତି । ଫଳରେସେମାନେକ୍ଷୁଧା ଓ ଅପପୃଷ୍ଟିର ଶିକାର ଉଛନ୍ତି ବୋଲି ଏହି ଅଂଚଳ ଗସ୍ତରେ ଯାଇଥିବା ଏକ ଅନୁଧ୍ୟାନ ଦଳର ସଦସ୍ୟ ମାନେ କହିଛନ୍ତି ।
ଭୁବନେଶ୍ୱର ;
ଗତ ମାର୍ଚ୍ଚ ୩ତାରିଖରେ ରଗଡା-ଘାଟିସାହି ଗାଁର ବାଙ୍କୁ ହେମ୍ରମ ଓ ତୁଳସୀ ହେମ୍ରମଙ୍କ ୧୧ବର୍ଷର ଭିନ୍ନକ୍ଷମ ପୁଅ ଅର୍ଜ୍ଜୁନ ହେମ୍ରମଙ୍କର ଅପପୃଷ୍ଟିରେ ମୃତ୍ୟୁ ହେବା ପରେଗାଁର ଅଧିକାଂଶ ପିଲା ଏଭଳି ଅପପୃଷ୍ଟିର ଶିକାର ହେଇଥିବା ବିଷୟ ସାମନାକୁ ଆସିଛି । ଗାଁର ଅନେକ ପିଲା ଆଧାର ନଥିବା କାରଣରୁ ଏବଂ ସାମାନ୍ୟ ତ୍ରୃଟି ରହିଥିବା କାରଣରୁ ସେମାନଙ୍କ ବାପାମାମାନେ ସରକାରଙ୍କ ସାଧାରଣ ବଂଟନ ବ୍ୟବସ୍ଥା (ପିଡିଏସ)ରୁବଂଚିତ ହୋଇଛନ୍ତି । ଫଳରେରାସନ କାର୍ଡମାଧ୍ୟମରେ ପାଇବାକୁଥିବାଚାଡଳସେମାନେ ପାଇପାରୁନାହାନ୍ତି । ଏଣୁସର୍ବନିମ୍ନଖାଦ୍ୟ ସୁରକ୍ଷାରୁବଂଚିତହୋଇସେମାନେକ୍ଷୁଧା ଓ ଅପପୃଷ୍ଟିରଜୀବନ ଜିଇଁବାକୁବାଧ୍ୟ ହେଉଥିବାବିଷୟସେ ଅଂଚଳଗସ୍ତରେ ଯାଇଥିବା ଏକ ଅନୁଧ୍ୟାନଦଳର ସଦସ୍ୟମାନେ ପ୍ରକାଶକରିଛନ୍ତି ।
ସିଭିଲସୋସାଇଟିଫୋରମ ଅନ ହ୍ୟୁମାନ ରାଇଟସ, ଓଡ଼ିଶାଖାଦ୍ୟ ଅଧିକାର ଅଭିଯାନ ଓ ଜନ ସ୍ୱାସ୍ଥ୍ୟ ଅଭିଯାନର ସଦସ୍ୟମାନେଘାଟିସାହିଗାଁକୁ ଗସ୍ତ କରିିବାସହସେ ଅଂଚଳର ଅପପୃଷ୍ଟିସମସ୍ୟାବିଷୟରେ ଅନୁଧ୍ୟାନ କରିସରକାରଙ୍କୁରିପୋର୍ଟଉପସ୍ଥାପନ କରିଛନ୍ତି । ଗାଁର ସମସ୍ତେ ଆଦିବାସୀମୁଣ୍ଡାସଂପ୍ରଦାୟର । ସେମାନଙ୍କ ମଧ୍ୟରୁଅଧିକାଂଶଲୋକଙ୍କରରାସନ କାର୍ଡ ନାହିଁ, ଏମଜିଏନଆରଜିଏସରେକାମକରିବାକୁଚାହୁଥିଲେବିସେମାନଙ୍କୁ ଜବ କାର୍ଡମିଳିନାହିଁଏବଂଭିନ୍ନକ୍ଷମ ଓ ବୟସ୍କଙ୍କୁଭତାମିଳୁନାହିଁ । ଓଡ଼ିଶାଖାଦ୍ୟ ସୁରକ୍ଷା ଅଭିଯାନରସମିତ ପଣ୍ଡାକହିଛନ୍ତିଯଦି ବାଙ୍କୁହେମ୍ରମଙ୍କ କଥା ନିଆଯାଏତେବେତାଙ୍କର ଆଧାରକାର୍ଡ ଥିଲେ ମଧ୍ୟ ସେଥିରେତୃଟି ଥିବାକାରଣରୁସେବର୍ଷେହେବଚାଉଳ ପାଉନାହାନ୍ତି, ପରିବାରର ୪ଟି ପିଲାଙ୍କର ଆଧାରକାର୍ଡ ଥିବାବେଳେ ଆଉ ୪ଜଣଙ୍କର ନାହିଁ । ସେହିପରି ଜବ କାର୍ଡ ଅଛିକିନ୍ତୁସେଥିରେ ମଧ୍ୟ କିଛିତ୍ରୃଟି ଦର୍ଶାଇଏହା ୨୦୧୭ ମସିହାରୁରଦ୍ଦହୋଇଯାଇଛି । ପୁଣିତାଙ୍କରଚାଷଜମି ନଥିବାରୁସେମୂଲଲାଗିଲେହିଁପରିବାରଲୋକଙ୍କପେଟପୋଷେ ।
ଜଳଜଳ ଦିଶୁଛି ପୃଷ୍ଟି ହୀନତା
ଅନୁଧ୍ୟାନ ଟିମର ସଦସ୍ୟମାନେ କହିଥିଲେ, ଗାଁର କିଛି ପିଲା ଅପପୃଷ୍ଟିର ଶିକାର ହୋଇଥିବାଭଳି ଦିଶୁଥିଲେ ମଧ୍ୟ ଅଙ୍ଗନବାଡିରେ ଓଜନ ମାପିବାର ଯନ୍ତ୍ର ନଥିବାରୁ ପୃଷ୍ଟିହୀନତାର ଶିକାର ପିଲାଙ୍କୁ ଚିହ୍ନଟ କରିବା ଅସମ୍ଭବ ହେଉଛି । ପିଲାମାନଙ୍କର ଓଜନ ଏବଂ ଅପପୃଷ୍ଟି ମାପ ସବୁମାସରେ ନିୟମିତଭାବେ କରାଯିବା ଦରକାରକିନ୍ତୁ ଅଙ୍ଗନବାଡିର ନିଜସ୍ୱ କୋଠା ଓ ଯନ୍ତ୍ରପାତିର ଅଭାବ ଯୋଗୁଁ ଏଗୁଡିକ ଠିକଭାବେ କାର୍ଯ୍ୟକାରୀ ହେ୍ାଇ ପାରୁନାହିଁ । ଗାଁର ୨୫ ଜଣ ପିଲାପାଖ ପ୍ରାଥମିକ ବିଦ୍ୟାଳୟ ନିଳକଂଠପୁର ପ୍ରାଇମେରୀ ସ୍କୁଲରେ ପଢୁଛନ୍ତି । କିନ୍ତୁ ଅଧିକାଂଶ ପିଲା ଦିନକୁ କେବଳ ଗୋଟେବେଳା ଖାଇବାକୁ ପାଆନ୍ତି । ସ୍କୁଲରେ ମିଳୁଥିବା ମଧ୍ୟାହ୍ନ ଭୋଜନ ହିଁ ସେମାନଙ୍କର ଏକମାତ୍ର ଖାଦ୍ୟ ତାଛଡା ସେମାନେ ଆଉ ଦିନକୁ କିଛିଖାଇବାକୁ ପାଆନ୍ତି ନାହିଁ ଏଣୁ ମଧ୍ୟାହ୍ନ ଭୋଜନ ବି ଅନେକ ସମୟରେ ସେମାନଙ୍କୁ ନିଅଂଟ ହୁଏ ବୋଲି ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ସହ ଆଲୋଚନା ବେଳେ ଜାଣିବାକୁ ପାଇଥିଲେ ।
ପ୍ରଶାସନ ପକ୍ଷରୁ ପଦକ୍ଷେପ ଆବଶ୍ୟକ
ଏହି ଅନୁଧ୍ୟାନ ଟିମକହିଛି, ଆଧାରକାର୍ଡ ନଥିବାରୁ ପିଲାଙ୍କୁ ପିଡିଏସରୁବାଦ ଦେବାନିଶ୍ଚିତ ଭାବେଚିନ୍ତାରବିଷୟ । ଆଧାର ସିଡିଂ ସଂବନ୍ଧୀୟ ସମସ୍ୟାହେତୁ କୌଣସି ଶିଶୁ ଓ ପରିବାର ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିବା ଉଚିତ ନୁହେଁ । ଯଦି ପ୍ରଶାସନର ତଳ ସ୍ତରରେ କାମ କରୁଥିବା ଅଧିକାରୀମାନେ ଏତିକିବୁଝି ଆଧାର ସିଡିଂ କରିଦେଇ ଥାନ୍ତେ ହୁଏତ ଏମାନେ କ୍ଷୁଧା ଓ ଅପପୃଷ୍ଟିର ଶିକାର ହୋଇ ନଥାନ୍ତେ ବୋଲି ଜନ ସ୍ୱାସ୍ଥ୍ୟ ଅଭିଯାନର ଗୌରାଙ୍ଗ ମହାପାତ୍ର କହିଛନ୍ତି । ଅନୁଧ୍ୟାନ ଦଳର ଅନ୍ୟତମ ସଦସ୍ୟ ରବିଶଙ୍କର ବେହେରା କହିଛନ୍ତି ଯେ ଅନେକ କିଶୋରୀ ବାଳିକା କମ ବୟସରେ ବାହାହେବା ଓ ମାହେବାଓ ପିଲା ଜନ୍ମରେ କୌଣସି ବ୍ୟବଧାନ ନରହିବା ମଧ୍ୟ ଏହି ଅପପୃଷ୍ଟିର ଅନ୍ୟତମ କାରଣ । ତେବେ ବାଦ ପଡିଥିବା ଶିଶୁ ଏବଂ ବୟସ୍କ ମାନଙ୍କୁ ତୁରନ୍ତ ପିଡିଏସରେଯୋଡିବା, ଗୋଷ୍ଠୀ ସମୁଦାୟରେ ରୋଷେଇ ଖାଦ୍ୟ ବିତରଣ ବ୍ୟବସ୍ଥା କରିବା, ଗ୍ରୀଷ୍ମଛୁଟିସମୟରେ ମଧ୍ୟ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମଜାରିରଖିବାଏବଂ ଅଧାରୁ ପାଠଛାଡୁଥିବା ପିଲାଙ୍କୁଖାଦ୍ୟ କାର୍ଯ୍ୟକ୍ରମ ପ୍ରବେଶକରାଇବାକୁଏହି ସଦସ୍ୟମାନେ ଦାବିକରିଛନ୍ତି । ସେମାନେ ଆହୁରିମଧ୍ୟ କହିଛନ୍ତି, ରାଜ୍ୟରେ ଥିବାକମ୍ପାନୀଗୁଡିକ ଅଂଚଳରଜମିଏବଂ ପ୍ରାକୃତିକସଂପଦରୁଉପକୃତହେଉଛନ୍ତିକିନ୍ତୁଅଂଚଳବାସୀଙ୍କଉନ୍ନତିପାଇଁକୌଣସି ପଦକ୍ଷେପ ଗ୍ରହଣକରୁନାହାନ୍ତି । ଭୋକରେହେଉଥିବାମୃତ୍ୟୂ ପାଇଁ ପ୍ରଶାସନ ସହିତକମ୍ପାନୀଗୁଡିକ ମଧ୍ୟ ଉତରଦାୟୀହେବା ଆବଶ୍ୟକ । ଏଫଆରଏ ଅଧୀନରେ ଥିବା ପରିବାରଗୁଡିକୁ ଅନ୍ତର୍ଭୁକ୍ତକରିବା ପାଇଁ ଆବଶ୍ୟକ ପଦେକ୍ଷପ ଗ୍ରହଣକରାଯିବା ଆବଶ୍ୟକଏବଂ ଅଧିନିୟମ ଅନୁଯାୟୀସମ୍ଭାବ୍ୟତାକୁ ଦୃଷ୍ଟିରେରଖିଜମିବଂଟନ କରାଯିବା ଆବଶ୍ୟକ । ତେବେ, ବାଙ୍କୁଙ୍କର ଗୋଟିଏ ପୁଅ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଦୁଇ ପୁଅକୁ ପ୍ରଶାସନ ପକ୍ଷରୁ କଟକ ଶିଶୁଭବନକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ମୃତକ ଭିନ୍ନକ୍ଷମ ଶିଶୁ ଅର୍ଜ୍ଜୁନ ଦୁଇ ଦିନ ପୂର୍ବରୁ କିଛି ଖାଇ ନଥିଲେ ଏବଂ ଜ୍ୱରରେ ପୀଡିତ ଥିଲେବୋଲି ଅନୁଧ୍ୟାନ ଦଳ ପକ୍ଷରୁ କୁହାଯାଇଛି ।