କଳାହାଣ୍ଡି ଜିଲ୍ଲା ଥୁଆମୂଳ ବ୍ଲକ ଅନ୍ତର୍ଗତ ଅନେକ ଗାଁକୁ ଏବେବି ସବୁଦିନିଆ ସଡକ ଯୋଜନାରେ ସଂଯୋଗୀକରଣ କରାଯାଇପାରିନାହିଁ । ଫଳରେ ଦୂରଦୂରାନ୍ତ ଓ ଅପହଂଚ ଗାଁ ଗୁଡିକରେ ରହୁଥିବାଲୋକେ ଏବେବି ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ଅଧିକାର ପାଇବାରୁ ବଂଚିତ ହେଉଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ତେନ୍ତୁଳିପଡା ଗାଁର ଆଶାକର୍ମୀ କିଛି ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଓ ଟୀକାକରଣ ପାଇଁ ବିପଦ ସଂକୁଳ ଅବସ୍ଥାରେ ନଈ ପାର କରାଉଥିଲେ ।
ଓଡିଶାର ଅନେକ ଦୁର୍ଗମ ଅଂଚଳକୁ ଏବେବି ସବୁଦିନିଆ ରାସ୍ତା ନାହିଁ । ସେଥି ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଅନ୍ୟତମ । ଏହ ିବ୍ଲକର ଅନେକ ଗାଁକୁ ଏବେବି ସବୁଦିନିଆ ରାସ୍ତା ନଥିବାର ୁଗାଁ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଭଲ ରାସ୍ତା ନଥିବାରୁ ଥୁଆମୁଳ ରାମପୁର ବ୍ଲକର ଅନେକ ଗାଁର ଲୋକଙ୍କ ପାଖରେ ନା ଆମ୍ବୁଲାନସ୍ ପହଂଚିପାରୁଛି, ନା ଅନ୍ୟ ଜରୁରୀକାଳୀନ ସେବା । ଏପରିକି ଅନେକ ସମୟରେ ସ୍ୱାସ୍ଥ୍ୟସେବା ପାଇବା ପାଇ ଁ ସେମାନଙ୍କୁ ନଈ ପାରହୋଇ ଆସିବାକୁ ପଡୁଛି । ବର୍ଷା ଦିନରେ ଏ ସମସ୍ୟା ଆହୁରି ଦୁର୍ବିସହ ହୋଇପଡେ । ସେହିଭଳି ଏକ ଦୃଶ୍ୟ ଏଇ ନିକଟରେ ଦେଖିବାକୁ ମିଳିଥିଲା ଯେତେବେଳେ ବିରିକୋଟ ପଂଚାୟତର ତେନ୍ତୁଳିପଡା ଗାଁର ଆଶାକର୍ମୀ ଗୌରୀ ନାଏକ ଟୀକାକରଣ ପାଇଁ ପ୍ରଖର ନଈ ସ୍ରୋତରେ ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ ନଈ ପାର କରାଉଥିଲେ ।
ଆଶାକର୍ମୀ ଗୌରୀ ନାଏକ କୁହନ୍ତି,ତେନ୍ତୁଳିପଡା ଗାଁର ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କ ଟୀକାକରଣ ପାଇଁ ବିରିକୋଟ ଟୀକା କେନ୍ଦ୍ରକୁ ଯିବାକୁ ପଡିଥାଏ ଓ ଏଥିପାଇଁ ସେମାନଙ୍କୁ ଏହି ନାଳ ପାରହେବାକୁ ପଡେ । କିନ୍ତୁବର୍ଷା ଦିନେ ପାହାଡିଆ ଅଂଚଳ ହେତୁ ଏଠି ପ୍ରଖର ସ୍ରୋତ ଯୋଗୁଁ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ପୂର୍ବରୁ ଏହି ଗାଁର ଗର୍ଭବତୀ ଅବା ପ୍ରସୂତୀ ମହିଳାଙ୍କୁ ଟୀକାକରଣ ଓ ମମତାଯୋଜନା ପାଇଁ ୨ କିଲୋମିଟର ଦୂର ବଡଛତ୍ରଙ୍ଗ ଗ୍ରାମ ସ୍ଥିତ ଏଏନଏମ କେନ୍ଦ୍ରକୁ ଯିବାକୁ ପଡୁଥିଲା । କିନ୍ତୁ ବର୍ତମାନ ବିରିକୋଟ ଠାରେ ଏକ ଉପକେନ୍ଦ୍ର ଖୋଲାଯାଇ ସେଠାରେ ଏହି ବ୍ୟବସ୍ଥା ଆରମ୍ଭ କରିଛନ୍ତି ଏଏନଏମ । ବଡଛତ୍ରଙ୍ଗ ଦେଇ ବିରିକୋଟ ଯିବା ପାଇଁ ଅଧିକ ବାଟ ପଡୁଥିବାରୁ ଏହି ନାଳ ବାଟ ଦେଇ ସେମାନେ ଯିବାଆସିବା କରନ୍ତି । ଆହୁରିମଧ୍ୟ ଗାଁରୁ ବଡଛତ୍ରଙ୍ଗକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଭଲ ନଥିବାରୁ ଅତ୍ୟଧିକ ବର୍ଷା ଯୋଗୁଁ ଏହା ଆହୁରି ଶୋଚନୀୟ ହୋଇ ପଡିଛି । ଏପରିକି ଗାଁର ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ହେଲେ ଆମ୍ବୁଲାନସ ମଧ୍ୟ ଆସିପାରେ ନାହିଁ ବୋଲି ସେକହିଛନ୍ତି । ତେବେ ବିରିକୋଟ ପରିବର୍ତେ ତେନ୍ତୁଳିପଡା ଗାଁରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ବଡଛତ୍ରଙ୍ଗ ଗ୍ରାମକୁ ଏହି କେନ୍ଦ୍ରକୁ ସ୍ଥାନାନ୍ତରଣ କରିବାକୁ ସେ ଦାବୀକରିଛନ୍ତି ।
ଥୁଆମୂଳ ରାମପୁର ବ୍ଲକର ଅନେକ ଗାଁ ଏବେବି ଅପହଂଚ ଏବଂ ପାହାଡିଆ ଅଂଚଳ ହୋଇଥିବାରୁ ବର୍ଷା ଦିନେ ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହୁଅନ୍ତି । ତେବେ କୋଭିଡ ସମୟରେ ସରକାର ଯେପରି ଟୀକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଗାଁଲୋକଙ୍କ ପାଖରେ ପହଂଚାଉଥିଲେଏହି ଅପହଂଚ ଅଂଚଳ ଗୁଡିକରେ ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କ ପାଇଁ ସେଭଳି ବ୍ୟବସ୍ଥା କରାଗଲେ ସେମାନଙ୍କୁ ବିପଦସଙ୍କୁଳ ଅବସ୍ଥାରେ ନଈ ପାର ହେବାକୁ ପଡିବ ନାହିଁ ବୋଲି କହିଛନ୍ତି କଳାହାଣ୍ଡି ଜିଲ୍ଲା ବିଶେଷ କରି ଥୁଆମୂଳ ରାମପୁର ବ୍ଲକରେ ଅନେକ ବର୍ଷ ଧରି ଲୋକମାନଙ୍କୁ ସେବା ଯୋଗାଇ ଆସୁଥିବା ଅନ୍ତ୍ୟୋଦୟ ଏନ ଜି ଓ ସଂସ୍ଥାର ମୁଖ୍ୟ ଦିଲ୍ଲୀପ ଦାସ ।
ଗାଁରେ ରାସ୍ତାର ଦୁରବସ୍ଥା
ଥୁଆମୂଳ ରାମପୁର ବ୍ଲକ ପୂର୍ବରୁ ୧୬ଟି ପଂଚାୟତକୁ ନେଇ ଗଠିତ ହୋଇଥିଲା । ବ୍ଲକର ଭୌଗଳିକ ଗଠନ ଅଂଚଳର ବିକାଶ ପ୍ରତି ପ୍ରତିବନ୍ଧକ ସାଜୁଥିବା ହୃଦୟଙ୍ଗମ କରି ପରବର୍ତୀ ସମୟରେ ବିଭିନ୍ନ ପଂଚାୟତକୁ ବିଭାଜନ କରାଯାଇ ନୂତନକରି ୭ ପଂଚାୟତ ଗଠନ କରାଗଲା । କିନ୍ତୁ ଇତି ମଧ୍ୟରେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂଆ ପଂଚାୟତର ଲୋକେ ବିକାଶର ସ୍ୱାଦ ଚାଖି ପାରିନାହାନ୍ତି । ପଂଚାୟତ କାର୍ଯ୍ୟାଳୟ ଏବଂ ତେନ୍ତୁଳିପଡା ଗାଁ ମଧ୍ୟରେ ସିଧାସଳଖ ସବୁ ଦିନିଆ ରାସ୍ତା ନାହିଁ । ପ୍ରାୟ ୫୦ ପରିବାର ବସବାସକରୁଥିବାଏହି ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରି ଗମନା ଗମନର ବ୍ୟବସ୍ଥା କରିବାକୁ ବହୁ ଦିନରୁ ଗାଁ ଲୋକେ ଦାବୀ କରି ଆସୁଥିଲେ ମଧ୍ୟ ସରକାର ଅଣଦେଖା କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ବ୍ଲକ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୧୨ କିଲୋମିଟର ଏବଂ ପଂଚାୟତ କାର୍ଯ୍ୟାଳୟରୁ ୩ କିଲୋମିଟର ଦୂରରେ ରହିଥିବା ତେନ୍ତୁଳିପଡା ଗାଁକୁ ଯିବାକୁ ହେଲେ ବର୍ଷାଦିନେ ସାଂଘାତିକ ସମସ୍ୟାର ସାମନା କରିବାକୁ ପଡିଥାଏ । ବଲଙ୍ଗି ଏବଂ ତେନ୍ତୁଳିପଡା ଗାଁ ମଝିରେ ରହିଥିବା ସିନ୍ଦେର ନାଳ ବର୍ଷାଦିନେ ଲୋକଙ୍କ ବାଟ ଓଗାଳିଥାଏ । ପାହାଡିଆ ଅଂଚଳ ହୋଇଥିବାରୁ ଏହି ଅଂଚଳର ନଦୀନାଳରେ ପ୍ରଖରସ୍ରୋତ ପଡିଥାଏ । ଏହାକୁ ପାରିହୋଇ ଯିବା ବିପଦକୁ ବରଣ କରିବା ସାଙ୍ଗେ ସମାନ । ତଥାପି କୌଣସି କାମର ଆବଶ୍ୟକତା ପଡିଲେ ଗାଁ ଲୋକେ ବାଧ୍ୟ ହୋଇଏହି ନାଳ ପାର ହୋଇ ବିରିକୋଟରେ ଥିବା ପଂଚାୟତ କାର୍ଯ୍ୟାଳୟକୁ ଯାଆନ୍ତି । ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ୟା ହେଲେଏହି ନାଳ ପାର ହୋଇ ସେମାନଙ୍କୁ ଯିବାକୁ ପଡିଥାଏ । ଆମ୍ବୁଲାନସ ଗାଁକୁ ଆସିପାରୁନଥିବାରୁ ନାଳ ଆର ପାରିରେ ଠିଆ ହୁଏ ଏବଂ ଗର୍ଭବତୀ ମହିଳାଙ୍କୁ ଓ ଅନ୍ୟ ରୋଗୀଙ୍କୁ ଖଟିଆରେ ବୁହାହୋଇ ଗାଁରୁ ହସପିଟାଲ ନିଆ ଯାଇଥାଏ ବୋଲି ଗାଁର ଜଣେ ବ୍ୟକ୍ତି କହିଛନ୍ତି । ଏଣୁ ଏ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନା ମାଧ୍ୟମରେ ସଂଯୋଗୀ କରଣ କରିବାକୁ ସେମାନେ ଦାବୀକରିଛନ୍ତି ।
ସଡକ ସଂଯୋଗୀକରଣ
ଗ୍ରାମ୍ୟ ସଡକ ସଂଯୋଗୀକରଣ ଓଡ଼ିଶା ରାଜ୍ୟ ସରକାରଙ୍କର ଏକ ମୁଖ୍ୟ କାର୍ଯ୍ୟକ୍ରମ ହେତୁ ପି ଏମ ଜି ଏସ ଓାଇ, ସେତ ଯୋଜନା, ଉପାନ୍ତ ଏବଂ ବିଜୁ ସେତ ୁଯୋଜନା ମାଧ୍ୟମରେ ବିଭିନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଗ୍ରାମୀଣ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଏପର୍ଯ୍ୟନ୍ତ ଭଲ ପରଫର୍ମ କରୁଥିବା ରାଜ୍ୟଭାବେ ଦେଶରେ ଜଣା ଯାଉଥିବାବେଳେ ଅନେକ ଅପହଂଚ ଅଂଚଳକ ୁଏବେବି ସବୁଦିନିଆ ରାସ୍ତା ଯୋଜନାରେ ସାମିଲ କରାଯାଇପାରି ନାହିଁ । ଏ ସଂପର୍କରେ ବିଭାଗ ପକ୍ଷର ୁ କୁହାଯାଇଛି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ୨,୭୦୦ କିଲୋମିଟର ଗ୍ରାମ୍ୟ ସଡକ ନିର୍ମାଣର ଲକ୍ଷ୍ୟ ରଖାଯାଇଥଲା ହେଲେମାତ୍ର ୨୭୨.୭୫କିମି ରାସ୍ତା ନିର୍ମାଣ କରାଯାଇ ପାରିଛି । କୋଭିଡ, କଂଚାମାଲର ଅଭାବ ଓ ଅତ୍ୟଧିକ ବର୍ଷା ନିର୍ମାଣ କାମକ ୁବିଶେଷ ଭାବେ ପ୍ରଭାବିତ କରିଛି । ଏପର୍ଯ୍ୟନ୍ତ ୧୬,୩୮୨ଟି ଗାଁରୁ ୧୬,୩୦୧ଟି ଗାଁକୁ ସବୁଦିନିଆ ସଡକ ନିର୍ମାଣ ସରିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେଥି ମଧ୍ୟରୁ ୨୦୨୧-୨୨ରେ ୩୨୬ ଗାଁରୁ ୧୪୬ଟି ଗାଁକୁ ସବୁଦିନିଆ ସଡକରେ ସଂଯୋଗୀ କରଣ କରାଯାଇ ପାରିଛି । ତେବେ ଏବେ ମଧ୍ୟ କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡା ଆଦ ିଜିଲ୍ଲାର ଅନେକ ଅପହଂଚ ଗାଁକ ୁସଡକ ବ୍ୟବସ୍ଥା ନାହିଁ ଫଳରେ ଗାଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ସ୍ୱାସ୍ଥ୍ୟ ନୁହେଁଛୋଟ ପିଲାମାନଙ୍କୁ ବର୍ଷାଦିନେ ନିୟମିତ ସ୍କୁଲ ଯିବା ପାଇଁ ଓ ଗାଁଲୋକଙ୍କ ୁରାସନ ଆଣିବା ପାଇଁ ମଧ୍ୟ ଭରା ନଈ ପାରହୋଇ ବିପଦ ସଂକୁଳ ଅବସ୍ଥାରେ ଯିବାକୁ ପଡୁଛି । ସରକାର କୋଭିଡରୁ ସୁରକ୍ଷା ଦେବା ପାଇଁ ଏବେ ଗାଁ ଗହଳରେ ବୁଷ୍ଟରଡୋଜ ଦେବାକୁ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇବାକ ୁଯୋଜନା କରୁଥିବା ବେଳେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଏଭଳ ିଭରା ନଈ ପାର ହେବାକ ୁବାଧ୍ୟ କରାଇବା କେତେ ଦୂର ସମୀଚିନ ବୋଲି ସ୍ୱେଚ୍ଛାସେବୀ ମାନେ ଯୁକ୍ତି ବାଢିଛନ୍ତି । ରାଜ୍ୟ ସରକାର ଟୀକାକରଣ ପାଇଁ ବିଭିନ ୍ନକାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ବର୍ଷାଦିନେ ଅପହଂଚ ଗାଁ ଗୁଡିକରେ ଘର ପାଖରେ ଟୀକାକରଣ ବ୍ୟବସ୍ଥା କରାଇବା ଆବଶ୍ୟକ ବୋଲି ଅନେକେ କହିଛନ୍ତି ।