ଅଭାବଗ୍ରସ୍ତ ଶିଶୁଙ୍କ ପାଇଁ ମଦର୍ସ ମିଲ୍କ ବ୍ୟାଙ୍କ

ମାଆ କ୍ଷୀର ଶିଶୁ ପାଇଁ ଅମୃତ ତୁଲ୍ୟ, ଯାହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ସମ୍ପୂର୍ଣ ବିକାଶରେ ସାହାଯ୍ୟ କରିଥାଏ । କିନ୍ତୁ ଅନେକ ଶିଶୁ ଜନ୍ମ ପରେ ମାଆ କ୍ଷୀର ପାଇବାରୁ ବଞ୍ଚିତ ହୁଅନ୍ତି, ଯେମିତି ମାତୃ ମୃତ୍ୟୁ, ମା ର ଅସୁସ୍ଥତା ବା ଅନ୍ୟ ସାମାଜିକ କାରଣରୁ। ଏହି ଅଭାବ ଦୂର କରିବା ପାଇଁ ଗତ କିଛି ବର୍ଷ ହେବ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ ‘ମଦର ମିଲ୍କ ବ୍ୟାଙ୍କ’। ଏହି ବ୍ୟାଙ୍କ ସୁସ୍ଥ ମାଆମାନଙ୍କଠାରୁ ଦାନ କରାଯାଇଥିବା କ୍ଷୀର ସଂଗ୍ରହ କରି, ନିରାପଦ ପ୍ରକ୍ରିୟାରେ ପରୀକ୍ଷଣ କରି ସଂରକ୍ଷଣ କରାଯାଏ। ଯାହା ପରବର୍ତି ସମୟରେ ଅନାଥ ଶିଶୁ କିମ୍ବା ମାଆ କ୍ଷୀର ଉତ୍ପାଦନ ଅକ୍ଷମ ମାତାଙ୍କ ଶିଶୁଙ୍କୁ ପ୍ରଦାନ କରାଯାଏ ।

କଲ୍ୟାଣୀ ସାହୁ
ଭୁବନେଶ୍ୱର

ସ୍ତନ୍ୟପାନରେ ଓଡ଼ିଶା ଦେଶରେ ଅଗ୍ରଣୀ ହେଲେ ମଧ୍ୟ ଏବେବି ମାତ୍ର ୬୮.୫୬ ପ୍ରତିଶତ ଶିଶୁ ଜନ୍ମ ପରେ ମା କ୍ଷୀର ପିଇବାର ସୁଯୋଗ ପାଇଥାଆନ୍ତି । କିନ୍ତୁ ଅନେକ ଶିଶୁ ଅଛନ୍ତି ଯେଉଁମାନେ ବିଭିନ୍ନ କାରଣରୁ ଜନ୍ମ ପରେ ମା କ୍ଷୀର ପାଇବାରୁ ବଂଚିତ ହୋଇଥାଆନ୍ତି । ଯେମିତି ମାତୃ ମୃତ୍ୟୁ, ମା ର ଅସୁସ୍ଥତା ବା ଅନ୍ୟ ସାମାଜିକ କାରଣରୁ। ଏହି ଅଭାବ ଦୂର କରିବା ପାଇଁ ଗତ କିଛି ବର୍ଷ ହେବ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ ‘ମଦର ମିଲ୍କ ବ୍ୟାଙ୍କ’। ଏହି ବ୍ୟାଙ୍କ ସୁସ୍ଥ ମାଆମାନଙ୍କଠାରୁ ଦାନ କରାଯାଇଥିବା କ୍ଷୀର ନିରାପଦ ପ୍ରକ୍ରିୟାରେ ପରୀକ୍ଷଣ କରି ସଂରକ୍ଷଣ କରାଯାଏ।
ମୁଖ୍ୟତଃ ଅକାଳ ଜନ୍ମ, ଅନାଥ ଶିଶୁ କିମ୍ବା ମାଆ କ୍ଷୀର ଉତ୍ପାଦନ ଅକ୍ଷମ ମାତାଙ୍କ ଶିଶୁଙ୍କୁ ଏହି ମଦର ମିଲ୍କରୁ କ୍ଷୀର ଦିଆଯାଇଥାଏ । ଏହା ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ସେମାନଙ୍କୁ ସୁସ୍ଥ ଜୀବନ ଦେଇଥାଏ। ଏନେଇ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଓ ପରାମର୍ଶଦାତା ଆଲୋକ ସ୍ବାଇଁ କୁହନ୍ତି ଶିଶୁମାନଙ୍କ ପାଇଁ ମାଆ କ୍ଷୀରର ଆବଶ୍ୟକତା ପୂରଣ କରିବାକୁ ୨୦୨୨ ମସିହା ଜାନୁଆରୀ ୭ ତାରିଖରେ ‘ହ୍ୟୁମ୍ୟାନ୍ ବ୍ରେଷ୍ଟ ମିଲ୍କ ବ୍ୟାଙ୍କ’ବା ‘ମଦର୍ସ ମିଲ୍କ ବ୍ୟାଙ୍କ୍\’ (ମାଆ କ୍ଷୀର ଭଣ୍ଡାର) ପ୍ରତିଷ୍ଠା କରାଯାଇଥିଲା । ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଜରିଆରେ ଖୋଲା ଯାଇଥିବା ଏହି ବ୍ୟାଙ୍କ୍କୁ କମ୍ରେହେନସିଭ୍ ଲାକ୍ସେସନ୍ ମ୍ୟାନେଜମେଣ୍ଟ ସେଣ୍ଟର (ସିଏଲ୍ଏମ୍ସି) ମଧ୍ୟ କୁହାଯାଉଛି। ଯଦିଓ ପୂର୍ବରୁ ଏହି ବ୍ୟାଙ୍କ ବିଷୟରେ କେହି ଜାଣି ନ ଥିଲେ, କିନ୍ତୁ ବର୍ତ୍ତମାନ ମାଆମାନେ ନିଜ ଇଚ୍ଛାରେ ଏଠାକୁ ଆସି କ୍ଷୀର ଦାନ କରିବା ସହ ଶିଶୁ ୱାର୍ଡ ନିକଟରେ ଇନ୍ଫାଣ୍ଟ ଆଣ୍ଡ୍ ୟଙ୍ଗ୍ ଚାଇଲ୍ଡ ଫିଡିଂ ବା ଆଇଏୱାଇଏଫ୍ କାଉନ୍ସେଲିଂ ସେଣ୍ଟର କାର‌୍ୟ୍ୟକ୍ଷମ ହୋଇଛି।


ମାଆ କ୍ଷୀରର ବିକଳ୍ପ ନାହିଁ

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ, ମାଆ କ୍ଷୀର ଶିଶୁଙ୍କ ପାଇଁ ସର୍ବୋତ୍ତମ ଖାଦ୍ୟ। ଏହି ଅମୃତକୁ ଅଭାବଗ୍ରସ୍ତ ଶିଶୁଙ୍କ ନିକଟରେ ପହଞ୍ଚାଇ ମାତୃତ୍ବ ଓ ଶିଶୁର ଅମୃତ ସ୍ପର୍ଶ ଅନୁପସ୍ଥିତି ମଧ୍ୟରେ ରହିଯାଉଥିବା ଏହି ଦୂରତାକୁ ହ୍ରାସ କରିବା ପାଇଁ ଅଭିନବ ପ୍ରୟାସ ହେଉଛି ମାଆ କ୍ଷୀର ଭଣ୍ଡାର ବା ‘ମଦର ମିଲକ୍ ବ୍ୟାଙ୍କ । ହସ୍ପିଟାଲ ପରିସରରେ ଖୋଲାଯାଇଥିବା \’ମଦର ମିଲ୍କ ବ୍ୟାଙ୍କ ଏବେ ନବଜାତ ଶିଶୁଙ୍କ ପାଇଁ କେବଳ ସଞ୍ଜିବନୀ ପାଲଟିନି; ମାଆ କ୍ଷୀର ନ ପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ନବଜାତ ଶିଶୁଙ୍କ ମୃତ୍ୟୁହାର କମାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଯେଉଁଠାରେ ଜନ୍ମରୁ ୬ମାସ ପର‌୍ୟ୍ୟନ୍ତ ଶିଶୁଙ୍କୁ ସ୍ବତନ୍ତ୍ର ସ୍ତନ୍ୟପାନ ବା ଏକ୍ସକୁସିଭ୍ ବ୍ରେଷ୍ଟଫିଡିଂ ଉପରେ ଗୁରୁତ୍ବ ଦିଆଯାଉଛି। ଏହି ମିଲ୍କ ବ୍ୟାଙ୍କ୍ ରାଜ୍ୟର ପ୍ରଥମ ହୋଇଥିବା ବେଳେ ୨୦୨୩ ମସିହାରେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସପିଟାଲରେ ମଧ୍ୟ ଏହି ବ୍ୟବସ୍ଥା ହୋଇଛି ଜ୍ଝ ସାଧାରଣତଃ ପିଲାଟିଏ ଜନ୍ମ ହେବା ପରେ ମୃତ୍ୟୁ ହେଉଥିବା କାରଣରୁ ମାଆର କ୍ଷୀର ଜମି ରହି ଅନେକ ରୋଗ ସୃଷ୍ଟି କରିଥାଏ ଜ୍ଝ ତେଣୁ ଏହାକୁ ନଷ୍ଟ ନକରି ଅନ୍ୟ ପିଲାମାନଙ୍କ ନିମନ୍ତେ ଦାନ କରିବାକୁ ହସ୍ପିଟାଲର ପ୍ରସୂତି ବିଭାଗରେ ୱାର୍ଡଗୁଡ଼ିକରେ ସଚେତନ କରାଯାଉଛି। ଫଳରେ ମାଆମାନେ ନିଜ ଇଚ୍ଛାରେ କ୍ଷୀରଦାନ କରୁଛନ୍ତି ଏବଂ ଅନେକ ହସ୍ପିଟାଲ ବାହାରର ମାଆମାନେ ଆସି ସ୍ବେଚ୍ଛାକୃତ ସ୍ତନ୍ୟପାନ କରାଉଛନ୍ତି । ଏଥିପାଇଁ ମାଆଙ୍କୁ କାଉନସେଲିଂ କରାଯିବା ସହ କ୍ଷୀର ଦାନ ପାଇଁ ଗାଇଡ୍ଲାଇନ୍ ରହିଛି ଜ୍ଝ ଚଳିତ ବର୍ଷ ଜୁନ ମଧ୍ୟରେ୧୬ ହଜାର ୫୨୯ ଜଣ ମାଆ କ୍ଷୀର ଦାନ କରିଥିବା ବେଳେ ୧୯ ହଜାର ୮୪୮ ଜଣ ଶିଶୁ ଏଥିରୁ ଉପକୃତ ହୋଇଛନ୍ତି ।
ବିଶେଷଜ୍ଞଙ୍କ ମତରେ, ମାଆ କ୍ଷୀର ଶିଶୁ ପାଇଁ ସମ୍ପୂର୍ଣ୍ଣ ପୋଷଣର ଉତ୍ସ ଯାହା ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ନିମୋନିଆ, ଡାଇରିଆ, ଜ୍ଵର, ଥଣ୍ଡା ଓ କାନ ସଂକ୍ରମଣ ଭଳି ରୋଗରୁ ରକ୍ଷା କରିଥାଏ। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO) ଅନୁସାରେ, ଜନ୍ମ ପରେ ଶିଶୁର ପ୍ରଥମ ୬ ମାସ ପର‌୍ୟ୍ୟନ୍ତ କେବଳ ମାଆ କ୍ଷୀର ହିଁ ଶିଶୁର ସମସ୍ତ ଶକ୍ତି ଓ ପୋଷଣ ଆବଶ୍ୟକତା ପୂରଣ କରେ। ପ୍ରାୟ ୨ ବର୍ଷ ପର‌୍ୟ୍ୟନ୍ତ ଏହା ପୋଷଣ ଯୋଗାଇଥାଏ। ପ୍ରଥମ କଷ କ୍ଷୀର ଶିଶୁର ପ୍ରତିରୋଧକ ଶକ୍ତି ଗଠନରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, ଯାହା ସଂକ୍ରମଣରୁ ରକ୍ଷା କରେ। ଯେଉଁ ଶିଶୁମାନେ ମାଆ କ୍ଷୀର ନ ପାଆନ୍ତି, ସେମାନେ ବିଭିନ୍ନ ସଂକ୍ରମଣର ଶିକାର ହେବା ସହ ପରବର୍ତୀ ଜୀବନରେ (୪୦ ବର୍ଷ ପରେ) ମଧୁମେହ, ହୃଦ୍ଘାତ ଓ ରକ୍ତଚାପ ଭଳି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ ।


ସଂରକ୍ଷଣ ଓ ଗ୍ରହଣ ପ୍ରକ୍ରିୟା

ୟୁନିଟ୍ରେ ପ୍ରବେଶ ପୂର୍ବରୁ ମାଆମାନଙ୍କୁ ସାନିଟାଇଜ୍ କରାଯାଇ ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧାଯାଏ। ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ମାଆମାନେ ସ୍ତନକୁ ସୋପ୍ ୱାଟର ଓ ଆରୋ ୱାଟର ବ୍ୟବହାର କରି ସଫା କରନ୍ତି। ଏହାପରେ ମେସିନ୍ ସାହାଯ୍ୟରେ କ୍ଷୀର ସଂଗ୍ରହ କରାଯାଏ। ସଂଗୃହୀତ କ୍ଷୀରରୁ ମଦର ଓନ୍ ମିଲ୍କ ଅର୍ଥାତ୍ ମାଆଙ୍କ ନିଜ ଶିଶୁ ପାଇଁ ଆବଶ୍ୟକ କ୍ଷୀର ଅଲଗା କରାଯାଇ ବାକି କ୍ଷୀରକୁ ୨୪ ଘଣ୍ଟା ପାଇଁ ଫ୍ରିଜ୍ରେ ରଖାଯାଏ। ତା’ପରେ ଏହାକୁ -୨୦ ଡିଗ୍ରୀ ସେଲସିୟସ୍ରେ ଡିପ୍ ଫ୍ରିଜ୍ରେ ସଂରକ୍ଷଣ କରାଯାଏ, ଯାହା ୩ ମାସ ପର‌୍ୟ୍ୟନ୍ତ ରହିପାରେ। ତେବେ, ୩ ମାସ ମଧ୍ୟରେ କ୍ଷୀରକୁ ପାଶ୍ଚାରାଇଜ୍ କରାଯାଏ। ଏହା ପାଇଁ ୨୪ ଘଣ୍ଟା ପୂର୍ବରୁ ଡିପ୍ ଫ୍ରିଜ୍ରୁ ବାହାର କରି ନର୍ମାଲ ଫ୍ରିଜ୍ରେ ତରଳ କରାଯାଏ। ପ୍ରକ୍ରିୟାକରଣ ସ୍ଥାନକୁ ସଫା କରାଯାଇ କ୍ଷୀରକୁ ମାଇକ୍ରୋବାୟୋଲୋଜି ପରୀକ୍ଷା ପାଇଁ ପଠାଯାଏ। ନମୁନା ସଂଗ୍ରହ ଉପକରଣକୁ ୟୁଭି ଲାଇଟ୍ ଦ୍ୱାରା ଶୁଦ୍ଧ କରାଯାଏ। ଏହାପରେ ବିଶୁଦ୍ଧିକରଣ ପ୍ରକ୍ରିୟା ଆରମ୍ଭ ହୁଏ ଓ କ୍ଷୀରକୁ ପୁଣି ଥରେ କଲଚର୍ ଭାଲ୍ଭ ଟେଷ୍ଟ ପାଇଁ ପଠାଯାଏ। ରିପୋର୍ଟ ସଠିକ ହେଲେ କ୍ଷୀରକୁ ୨୫୦ ମିଲିଲିଟର ବୋତଲରେ ସିଲ୍ କରି ଡିପ୍ ଫ୍ରିଜ୍ରେ ରଖାଯାଏ। କ୍ଷୀର ଦୁଇ ପ୍ରକାରର: ପିଟି (ପ୍ରିଟର୍ମ), ୩୭ ସପ୍ତାହରୁ କମ୍ ବୟସର ଶିଶୁ ପାଇଁ ଏବଂ ଏଫ୍ଟି (ଫୁଲ ଟର୍ମ), ୩୭ ସପ୍ତାହ ବା ତା’ଠାରୁ ଅଧିକ ବୟସର ଶିଶୁ ପାଇଁ ବ୍ୟବହାର କରାଯାଏ। ବ୍ୟବହାର ପୂର୍ବରୁ କ୍ଷୀରକୁ ୨୪ ଘଣ୍ଟା ନର୍ମାଲ ଫ୍ରିଜ୍ରେ ରଖାଯାଏ। ସିଲ୍ ଖୋଲିବା ପରେ ୪ ଘଣ୍ଟା ମଧ୍ୟରେ ଶିଶୁକୁ ପ୍ରଦାନ କରାଯାଏ ।
ସିଏଲଏମ୍ ସିର ଷ୍ଟାଫ୍ ନର୍ସମାନେ ଶିଶୁ ବିଭାଗ ୱାର୍ଡରେ ରହିଥିବା ଏସ୍ଏନ୍ୟୁ (ସ୍ପେଶିଆଲ ନ୍ୟୁବର୍ଣ୍ଣ କେୟାର ୟୁନିଟ୍) ରେ ମାଆମାନଙ୍କୁ ସ୍ତନ୍ୟପାନ ବିଷୟରେ ସଚେତନ କରାଇଥାନ୍ତି ଓ ଏପରିସ୍ଥଳେ ଯେଉଁମାନେ କ୍ଷୀର ଦାନ କରିବାକୁ ଚାହିଁବେ ସେମାନଙ୍କ ନାମ ପଞ୍ଜୀକରଣ କରାଯାଇଥାଏ ଜ୍ଝ ଏହାପରେ ମାଆମାନଙ୍କୁ ସ୍କ୍ରିନି ଏବଂ ୟୁନିଟ୍ର କର୍ମଚାରୀମାନେ କାଉନସିଲିଂ କରିଥାନ୍ତି। ମାଆମାନେ ନଖ ନରଖିବା, ଅଧୂକ ଗହଣା ନ ପିନ୍ଧିବା, ସର୍ବଦା ପରିଷ୍କାର ବସ୍ତ୍ର ପରିଧାନ କରିବା, ହାତ ସଫା ରଖୁବାକୁ ପରାମର୍ଶ ଦିଆଯାଏ ଜ୍ଝ

ଏହାସହ ଯଦି କେଉଁ ଡାକ୍ତର ମା କ୍ଷୀର ପରିବର୍ତ୍ତେ ଡବା କ୍ଷୀର ବା ଅନ୍ୟ କିଛି ଖାଦ୍ୟ ଦେବା ପାଇଁ ପ୍ରୋତ୍ସାହିତ କରନ୍ତି ସେଥି ପାଇଁ ଦଣ୍ଡବିଧାନ ମଧ୍ୟ ରହିଛି । ଡାକ୍ତର ବେବି ଫୁଡ୍ କମ୍ପାନୀଗୁଡ଼ିକର ପ୍ରମୋସନ୍ ପାଇଁ ଏହାକୁ ନବଜାତ ଶିଶୁଙ୍କୁ ଦେବାକୁ ଲିଖିତ ପରାମର୍ଶ ଦେବେ, ସେମାନଙ୍କ ପାଇଁ ୬ ମାସରୁ ୩ ବର୍ଷ ପର‌୍ୟ୍ୟନ୍ତ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ । ଯେପରିକି ଆମେଣ୍ଡମେଣ୍ଟ ଆକ୍ଟ, ୨୦୦୩ (ଆଇଏମଏସ ଆକ୍ଟ) ହେଉଛି ଭାରତରେ ନବଜାତ ଶିଶୁ ଓ ଛୋଟ ପିଲାଙ୍କ ପାଇଁ ମାଆ କ୍ଷୀରର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ବାଣିଜ୍ୟିକ ଶିଶୁ ଖାଦ୍ୟ (ଯଥା ଡବା କ୍ଷୀର ବା ଫର୍ମୁଲା ମିଲ୍କ)ର ଅନୁଚିତ ପ୍ରଚାର ଓ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ। ଏହା ୧୯୯୨ ମସିହାରେ ପ୍ରଥମେ ପ୍ରଣୀତ ହୋଇଥିଲା ଏବଂ ୨୦୦୩ ମସିହାରେ ଏହାକୁ ସଂଶୋଧନ କରାଯାଇଥିଲା। ତେବେ ଅନେକ ମା କହିଛନ୍ତି, ସ୍ତନ୍ୟପାନକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସହରର ବିଭିନ୍ନ ସ୍ଥାନ ଯେପରି ବସଷ୍ଟାଣ୍ଡ, ବସଷ୍ଟପ, ମାର୍କେଟ, ସିନେମାହଲ ଆଦି ସ୍ଥାନରେ ସ୍ତନ୍ୟପାନ ପ୍ରକୋଷ୍ଠ କରାଗଲେ ଅନେକ ମାଆ ୬ ମାସ ଯାଏଁ ଶିଶୁଙ୍କୁ ନିୟମିତ ସ୍ତନ୍ୟପାନ କରିପାରନ୍ତେ ।

Leave a Reply

Your email address will not be published. Required fields are marked *