ସବୁଜ ସୁନାକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ତୋଳାଳୀଙ୍କ ଦାବି

ଲଘୁବନଜାତ ଦ୍ରବ୍ୟ ବିକ୍ରି କରି ପରିବାର ଚଳାଉଥିବା ଆଦିବାସୀଙ୍କ ମଧ୍ୟରେ ୮୦ ପ୍ରତିଶତ ହେଉଛନ୍ତି ମହିଳା । କିନ୍ତୁ ଗତ ୨ ବର୍ଷ ହେବ ରାଜ୍ୟ ସରକାର ସବୁଜ ସୁନା କୁହାଯାଉଥିବା କେନ୍ଦୁପତ୍ର କିଣୁ ନଥିବାରୁ ଆଦିବାସୀ ମହିଳାଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ରାଜ୍ୟ ସରକାର ନକିଣିଲେ ବାହାରେ ବିକ୍ରି କରିବାକୁ ଅନୁମତି ଦେବାକୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ବିଭିନ୍ନ ଗ୍ରାମସଭା ପକ୍ଷରୁ ଦାବି କରାଯାଇଛି । ଗତବର୍ଷ ଏହିଭଳି ବିକ୍ରି ହୋଇପାରିନଥିବାରୁ…

Read More

ସମ୍ପର୍କକୁ ସୁଦୃଢ଼ କରୁଛି ନୂଆପାଟଣାର ଖଣ୍ଡାପାଟୁଆ ଯାତ୍ରା

ଆମ ସମାଜରେ କିଛି ପ୍ରଥା ଓ ପରମ୍ପରା ଆଜି ବି ଯୋଡ଼ି ରଖିଛି ଗାଁ ଲୋକଙ୍କୁ । ତା ମଧ୍ୟରେ ଏକ ବଡ ପରମ୍ପରା ହେଉଛି ଓଡ଼ିଆଙ୍କ ନବବର୍ଷ ଯାହା ପଣାସଂକ୍ରନ୍ତି ଦିନ ପାଳିତ ହୁଏ । କଟକ ଜିଲ୍ଲା ନୂଆପାଟଣା ଗାଆଁରେ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିତ ହୁଏ ଖଣ୍ଡାପାଟୁଆ କାଳେଶି ଯାତ୍ରା । ଆଖପାଖ ୫୦ ଖଣ୍ଡ ଗାଁର ଲୋକ ଏହି ଯାତ୍ରା ଦେଖିବାକୁ ରୁଣ୍ଡ ହୁଅନ୍ତି। ନିଜ ନିଜ ଭିତରେ କଳି ଝଗଡ଼ା ଭୁଲି…

Read More

ଲୁଣା ଜଙ୍ଗଲ ସୁରକ୍ଷାରେ ନିୟୋଜିତ ମହିଳା

ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଝାଡଲିଙ୍ଗ ଗାଁକୁ ଫନି ବାତ୍ୟାରୁ ରକ୍ଷା କରିବା ପାଇଁ ଲୁଣା ଜଙ୍ଗଲ ଏକ ଢାଲ ଭାବେ କାମ କରିଥିଲା। ୨୦୧୯ ମସିହାରେ ହୋଇଥିବା ଭୟଙ୍କର ବାତ୍ୟାରେ ଝାଡଲିଙ୍ଗ ଗାଁ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ମାତ୍ର ବାତ୍ୟା ଦିଗ ବଦଳାଇ ଅନ୍ୟ ସ୍ଥାନରେ ଲ୍ୟାଣ୍ଡଫଲ କଲା । ଲୋକଙ୍କ ବିଶ୍ୱାସ ଗାଁ ଚାରିପାଖେ ଥିବା ଲୁଣାଜଙ୍ଗଲ ହିଁ ସେମାନଙ୍କୁ ଏହି ବାତ୍ୟା…

Read More

ଅଟିଜିମରେ ପୀଡିତ ପିଲାଙ୍କ ରାହା ସାଜିଛି କ୍ୟାଚ  

ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟ୍ରିକସର ଏକ ରିପୋର୍ଟ ଅନୁସାରେ ଦେଶରେ ଥିବା ମୋଟ ଜନସଂଖ୍ୟାର ପ୍ରାୟ ୩ ପ୍ରତିଶତ ଅଟିଜିମରେ ପୀଡିତ । ପୁଣି ସେମାନଙ୍କ ମଧ୍ୟରେ ଝିଅଙ୍କ ତୁଳନାରେ ପୁଅମାନେ ଅଧିକ ସଂଖ୍ୟାରେ ଏହି ସମସ୍ୟାରେ ପୀଡିତ ହୋଇଥାଆନ୍ତି । ଦେଶରେ ଅଟିଜିମରେ ପୀଡିତ ପିଲାଙ୍କ ସଂଖ୍ୟା ନିୟମିତ ଭାବେ ବଢୁଥିବାରୁ ଏହି ପିଲାମାନଙ୍କୁ ବିଭିନ୍ନ ଥେରାପି ମାଧ୍ୟମରେ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଭୁବନେଶ୍ୱରରେ ଗତ ୨୦ ବର୍ଷରୁ ଅଧିକ ସମୟ ଧରି…

Read More

ଓଡ଼ିଶାରେ ଅର୍କିଡ୍ ଚାଷ ସୃଷ୍ଟି କରୁଛି ରୋଜଗାରର ନୂଆ ପନ୍ଥା

ରାଜ୍ୟରେ ବଢୁଛି ଅର୍କିଡ୍ ଚାଷର ଚାହିଦା। ଆଗରୁ ଏହି ଫୁଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ମାତ୍ର ଏବେ ଧୀରେ ଧୀରେ ଓଡ଼ିଶାରେ ଏହି ଚାଷର ଚାହିଦା ବଢୁଛି।   ଦିନଥିଲା ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଥାଇଲାଣ୍ଡ , ମାଲେସିଆ ତଥା ଭାରତର ଅନ୍ୟ ରାଜ୍ୟରେ ଉତ୍ପାଦନ କରାଯାଉଥିବା ଅର୍କିଡ ଫୁଲ ଉପରେ ନିର୍ଭର କରୁଥିଲା । ମାତ୍ର ଏବେ ଓଡ଼ିଶାରେ ଏହାର ଉତ୍ପାଦନ ବଢ଼ିବାକୁ ଲଗିଛି । ଏପରିକି ବାହାର ରାଜ୍ୟକୁ…

Read More

ଫୁଟବଲ ମାଧ୍ୟମରେ ଲିଙ୍ଗଗତ ସମାନତା ଆଣିବାକୁ ଚେଷ୍ଟା

ସମ୍ବଲପୁର : ପ୍ରାୟ ସବୁ ଦିନ ସକାଳ ୬ ବାଜିବା ପୂର୍ବରୁ ୧୮ ବର୍ଷିୟ କୁସୁମ ଓ ୧୭ ବର୍ଷର ସୁବାସିନୀ ସର୍ଟସ, ଜର୍ସି ପିନ୍ଧି ହାତରେ ଫୁଟବଲ ଧରି ଗାଁ ପାଖ ଖେଳ ପଡିଆକୁ ବାହାରି ପଡନ୍ତି ଫୁଟବଲ ଖେଳିବା ପାଇଁ । ଆଉ ସେଠି ସେମାନଙ୍କ ସାଙ୍ଗରେ ଖେଳିବା ପାଇଁ ଅପେକ୍ଷା କରି ଥାଆନ୍ତି ତାଙ୍କ ବୟସର ଗାଁର ପୁଅ ସାଥୀ ଖେଳାଳିମାନେ। ଶୁଣିଲେ ଅଡୁଆ ଲାଗୁଥିବ ନିଶ୍ଚୟ କିନ୍ତୁ ପଶ୍ଚିମ ଓଡ଼ିଶାର ବିଭିନ୍ନ…

Read More

ସବୁ ଦୁଃଖ ଭୁଲି କୃଷ୍ଣ ପ୍ରେମରେ ବିଭୋର

ଭୁବନେଶ୍ୱର : କୃଷ୍ଣ ନାମ ଡାକି ଆମର ଦିନ ଆରମ୍ଭ ଓ ଶେଷ ହୁଏ । ତାରି ଭିତରେ କିଛି ଦୁଃଖ ସୁଖ ବି ଚାଲେ – ଏମିତି କିଛି କୁହନ୍ତି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସି ପୁରୁଣା ଭୁବନେଶ୍ୱରର ଏକ ଧର୍ମଶାଳାରେ ଏକାଠି ହୋଇଥିବା ବିଧବା ମାନେ । ସେମାନେ ପ୍ରତିବର୍ଷ ଏଇ ଧର୍ମଶାଳାକୁ ଆସନ୍ତି, ଏକାଠି ହୁଅନ୍ତି ରାଈଦାମୋଦର ବ୍ରତ ପାଳନ କରନ୍ତି ଆଉ ବ୍ରତ ଶେଷ ହେବା ପରେ ନିଜ ନିଜ ଘରକୁ…

Read More

ଗାଁରେ ଚାଷୀଙ୍କୁ ଜୈବିକ ଖତ ଯୋଗାଉଛନ୍ତି ମହିଳା

ଗଞ୍ଜାମ : ଗତ କିଛି ବର୍ଷ ହେବ ଗାଁରେ ଚାଷୀମାନଙ୍କୁ ଜୈବିକ ଖତରେ ଚାଷ କରିବାକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଜୈବିକ ଖତ ପ୍ରସ୍ତୁତ କରିବା ଓ ଏଥିପାଇଁ ଆବଶ୍ୟକ ହେଉଥିବା ସମୟ ଓ ଶ୍ରମ ଦେଇପାରୁନଥିବାରୁ ଅନେକ ଚାଷୀ ଏହାକୁ କରିବାକୁ ଆଗ୍ରହୀ ହୁଅନ୍ତି ନାହିଁ । ବଜାରରେ ମିଳୁଥିବା ରାସାୟନିକ ସାର ଭଳି ଯଦି ଜୈବିକ ଖତ ମଧ୍ୟ ବଜାରରେ ଉପଲବ୍ଧ ହେବ, ଅବା କୌଣସି ଗୋଟିଏ ସ୍ଥାନରୁ ଚାଷୀମାନେ ସହଜରେ ଓ ସୁବିଧାରେ…

Read More

ଲୋଧା ଜନଜାତିର ପିଲାଙ୍କ ଆତ୍ମବିଶ୍ୱାସ ବଢାଉଛି ଫୁଟବଲ

ମୟୁରଭଞ୍ଜର ଲୋଧା ସଂପ୍ରଦାୟ ପିଲାଙ୍କୁ ସାଧାରଣରେ କ୍ରିମିନାଲ ଟ୍ରାଇବ କୁହାଯାଉଥିବାରୁ ସେମାନେ ନିୟମିତ ସ୍କୁଲ ଯାଉନଥିଲେ କିମ୍ବା ଅନ୍ୟ ଜନଜାତିଙ୍କ ସହ ମିଶି ପାରୁନଥିଲେ । କିନ୍ତୁ ଏବେ ଫୁଟବଲ ଖେଳ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଆଣିବା ସହ ସେମାନଙ୍କୁ ସମାଜରେ ଏକ ପରିଚୟ ଦେଇପାରିଛି । ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଲୋଧାଡିହି ଗାଁକୁ ଯଦି ଆପଣ କେବେ ବୁଲି ଆସନ୍ତି, ତେବେ ଦେଖିବେ ବିଭିନ୍ନ ଖୋଲାପଡିଆରେ କିଶୋର କିଶୋରୀମାନେ ସେମାନଙ୍କ ଦଳ ସହ…

Read More

ବାତ୍ୟା ସମୟରେ ଦେଖାଇଲେ ଉତ୍ସର୍ଗୀକୃତ ସେବା, ଲୋକଙ୍କଠୁଁ ସାଉଟିଲେ ପ୍ରଶଂସା

୧୯୯୯ ମସିହା ମହାବାତ୍ୟା ସମୟରେ ପୂର୍ବ ପ୍ରସ୍ତୁତି ନଥିବା ଯୋଗୁଁ ପ୍ରାୟ ୧୦ ହଜାର ଲୋକ ମୃତ୍ୟୁ ବରଣ କରିବା ସହ ଅନେକ କ୍ଷୟକ୍ଷତି ହୋଇଥିଲା । ଏହାପରଠାରୁ ଓଡ଼ିଶା ପୂର୍ବ ପ୍ରସ୍ତୁତି ସହ ଡିଜାଷ୍ଟର ମ୍ୟାନେଜମେଂଟରେ ଆନ୍ତର୍ଜାତୀୟ ଖ୍ୟାତିପାଇପାରିଛି । ଏଥିପାଇଁ ରହିଛି ଅନେକଙ୍କର ଉତଦସର୍ଗୀକୃତ ସେବା ମନୋଭାବ । ଭୁବନେଶ୍ୱର: ଗତ ସପ୍ତାହରେ ଓଡ଼ିଶା ଉପକୂଳବର୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବାତ୍ୟା ଦାନା ବ୍ୟାପକ କ୍ଷତି କରିଛି , ଏଥିଯୋଗୁଁ…

Read More