ଜୈବ ବିବିଧତାର ସମାହାର ଖାଦ୍ୟ ମେଳା

ନିକଟରେ ନୟାଗଡ ଦଶପଲ୍ଲାରେ ଆୟୋଜିତ ହୋଇଯାଇଛି ପାରମ୍ପରିକ ଆଦିବାସୀ ଖାଦ୍ୟ ମେଳା । ଗାଁ ସ୍ତରରେ ଆଦିବାସୀ ଲୋକଙ୍କ ମଧ୍ୟରେ ଜଙ୍ଗଲରେ ଉତ୍ପାଦିତ ଖାଦ୍ୟ ପ୍ରତି ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ନିର୍ମାଣ ସଂସ୍ଥା ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଖାଦ୍ୟ ମେଳା । ଯେଉଁଥିରେ ଆଖପାଖ ଅଂଚଳର ପ୍ରାୟ ୫୦ କନ୍ଧ ସଂପ୍ରଦାୟର ମହିଳା ଯୋଗଦେଇ ୨୦୦ ପ୍ରକାରର ଶାଗ, ପିଠା, ମିଠା ଓ ଭଜାଭଜି ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ । ଏହି ମେଳାରେ ଅନେକ…

Read More

‘ବୁର୍ଲାଙ୍ଗ’- ବିହନ ବିନିମୟ ପର୍ବ

ପ୍ରତିବର୍ଷ କନ୍ଧମାଳ ଜିଲ୍ଲା ବେଲଘର ପଂଚାୟତରେ ରହୁଥିବା କୁଟିଆକନ୍ଧ୍ ଆଦିବାସୀ ସଂପ୍ରଦାୟଙ୍କ ପକ୍ଷରୁ ଆୟୋଜିତ ହୁଏ ବୁର୍ଲାଙ୍ଗ ଯାତ୍ରା । ଉଦ୍ଦେଶ୍ୟ ପାରମ୍ପରିକ ବିହନକୁ ସାଇତି ରଖିବା ସହ ନିଜ ଭିତରେ ବିହନର ଆଦାନ ପ୍ରଦାନ କରି ଏହାକୁ ନିଜ ସଂପ୍ରଦାୟ ମଧ୍ୟରେ ବଂଚାଇରଖିବାର ଚେଷ୍ଟା କରିବା । ବୁର୍ଲାଙ୍ଗ ଯାତ୍ରା ବା ଏହି ବିହନ ମେଳାରେ ଆଖପାଖ ଗାଁର ମହିଳା ମାନେ ଯୋଗଦେବା ସହ ବିହନ ସଂରକ୍ଷଣ ଉପରେ ମଧ୍ୟ ଆଲୋଚନା କରିଥାଆନ୍ତି । ଯାହା…

Read More

ଏବେ କୁହ ଆମେ କେମିତି ଚଳିବୁ

କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମାଳିପଦର ଜଙ୍ଗଲରେ ଗତ ମାସ (ନଭେମ୍ବର) ୧୦ ତାରିଖ ଦିନ ପୁଲିସ ସହ ମୁହାମୁହିଁ ହୋଇ ଦୁଇଜଣ ବ୍ୟକ୍ତି ପ୍ରାଣହରାଇଥିବା ଘଟଣା ସାମନାକୁ ଆସିଲା । ପୁଲିସ ପକ୍ଷରୁ ସେମାନଙ୍କୁ ନକ୍ସଲ ବୋଲି ସୂଚନା ଦେବା ସହ ଅନେକ ଅସ୍ତ୍ରଶସ୍ତ୍ର ସହିତ ଘଟଣାଟିକୁ ମିଡିଆ ସାମନାକୁ ଆଣିଥିଲା । ପରବର୍ତି ସମୟରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ସୂଚନା ଦେଲେ ଯେ ମୃତ୍ୟୁ ବରଣ କରିଥିବା…

Read More

ସ୍ୱାସ୍ଥ୍ୟସେବାର ଆଗଧାଡିର ଓାର୍କର ଏବେ ଆନ୍ଦୋଳନରେ

କୋଭିଡ-୧୯ ସମୟରେ ଦେଶରେ ଗାଁ ଗହଳର ଲୋକଙ୍କୁ ସେବା ଯୋଗାଇ ବିଶ୍ୱସ୍ତରରେ ପ୍ରଶଂସିତ ହୋଇପାରିଛନ୍ତି ସ୍ୱାସ୍ଥ୍ୟ ସେବାର ସବା ତଳଧାଡିରେ ଠିଆ ହୋଇଥିବା ଫ୍ରଂଟଲାଇନ ହେଲଥ ଓାର୍କର ବା ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ । କିନ୍ତୁ ଆଜି ନିଜ ଅଧିକାର ପାଇଁ ସେମାନଙ୍କୁ ଶୀତ କାକର ସହି ଖୋଲା ଆକାଶ ତଳେ ନିୟମିତ ବିକ୍ଷୋଭ କରିବାକୁ ପଡୁଛି । ଗତ ନଭେମ୍ବର ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୦ ହଜାରରୁ ଅଧିକ ଆଶା ଓ…

Read More

ଡଙ୍ଗରିଆ କନ୍ଧଙ୍କ କପଡାଗଣ୍ଡା ଇ କମର୍ସରେ

ନିଜ ମନର ମଣିଷକୁ ଉପହାର ଦେବା ପାଇଁ ଜଣେ ଅବିବାହିତ ଡଙ୍ଗରିଆ କନ୍ଧ ମହିଳାଟିଏ ଦିନ ଦିନ ଧରି ଢ଼େର ସଉକରେ କପଡାଗଣ୍ଡା ଶାଲକୁୁ ବୁଣେ । ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ୍‌)ର ମାନ୍ୟତା ଅପେକ୍ଷାରେ ଥିବା ଏହି ଶାଲ୍ ପ୍ରେମର ପ୍ରତିକ ଭାବେ ଢ଼େର ପୂର୍ବରୁ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳାମାନଙ୍କଠାରେ ଆଦୃତ । ଏବେ ଡଙ୍ଗରିଆ କନ୍ଧ ଜନଜାତିର ମହିଳାଙ୍କ ହାତ ତିଆରି ଶାଲ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିପାରିଛି । ଏହାବାଦ ସେମାନଙ୍କ…

Read More

ଟି- ଟ୍ରାନସଜେଣ୍ଡରଙ୍କ କାହାଣୀ ଏବେ ପରଦାରେ

ମେଘନା ସାହୁଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମ -ଟି । ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି । ନିକଟରେ ତାଙ୍କ ଜୀବନ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ଟି ‘ଦ ଷ୍ଟୋରୀ ଅଫ୍ ଆଓାରସ୍‌’ (ଆମମାନଙ୍କ କାହାଣୀ) ରିଲିଜ୍ ହୋଇଥିବା ବେଳେ ତାଙ୍କୁ ସବୁ ମହଲରୁ…

Read More

୧୭ବର୍ଷ ପରେ ବି କାମ କରୁନି ମହିଳା ଓ ଶିଶୁ ଡେସ୍କ

ମହିଳା ଓ ଶିଶୁମାନଙ୍କୁ ଥାନାରେ ସୁରକ୍ଷିତ ଅନୁଭବ କରାଇବା ସହ ସମ୍ୱେଦନଶୀଳ ହୋଇ ସେମାନଙ୍କ ଅଭିଯୋଗକୁ ବୁଝିବା ପାଇଁ ୨୦୦୫ରେ ରାଜ୍ୟର ବିଭିନ୍ନ ଥାନାଗୁଡ଼ିକରେ ମହିଳା ଓ ଶିଶୁ ଡେସ୍କ ଆରମ୍ଭ ହୋଇଥିଲା । ବିଶେଷ କରି ଉଭୟ ମହିଳା ଓ ଶିଶୁ ଯେପରି ନିଜର ଅଭିଯୋଗ ପାଇଁ ଥାନା ପ୍ରତି ଆକର୍ଷିତ ହେବେ ତାହାହିଁ ଥିଲା ମହିଳା ଓ ଶିଶୁ ଡେସ୍କର ଆଭିମୁଖ୍ୟ । ହେଲେ ୧୭ ବର୍ଷ ହୋଇଗଲା ଏଗୁଡିକ ଏବେ ମଧ୍ୟ ଠିକ…

Read More

ବିଛଳା ନଦୀରେ ବ୍ରିଜ୍ କଲେ ବାପା-ପୁଅଙ୍କ ଯୋଡି

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଡଙ୍ଗାସିଲ ପଂଚାୟତ ଗୁଞ୍ଜରାମପଞ୍ଜରା ଗାଁ । ଗାଁରେ ୧୨୦ ପରିବାର ରହୁଥିବା ବେଳେ ଗାଁକୁ ଲାଗି ବହି ଯାଉଛି ବିଛଳା ନଦୀ । ପାହାଡିଆ ଅଂଚଳରେ ଥିବା ନଦୀରେ ବର୍ଷତମାମ ପାଣି ରହୁଥିବାରୁ ଲୋକେ ପଂଚାୟତ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ, ଡାକ୍ତରଖାନା, ସ୍କୁଲକୁ ନିୟମିତ ଭାବେ ଯାଇ ପାରୁନଥିଲେ । ପରିସ୍ଥିତି ଏପରି ହେଉଥିଲା ଯେ ବର୍ଷାଦିନେ ଗାଁ ଲୋକେ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲେ । ଏହି…

Read More

ଗ୍ରାମୀଣ ପଟ୍ଟଚିତ୍ରରୁ ହଜିଯାଉଛି ‘ଗୋଲା ଘର

ପୂର୍ବରୁ ଓଡ଼ିଶାରେ ଶସ୍ୟ ସଂରକ୍ଷଣର ଅନେକ ପାରମ୍ପରିକ ପଦ୍ଧତି ରହିଥିଲା ତା ଭିତରୁ କେନ୍ଦ୍ରାପଡା ଜିଲ୍ଲାର ଗାଁ ଗୁଡିକରେ ବେଶ ପ୍ରଚଳିତ ଗୋଲା ଘର । ପାରମ୍ପରିକ ଓ ପରିବେଶ ଅନୁକୂଳ ଏହି ଶସ୍ୟ ସଂରକ୍ଷଣ ଘରଗୁଡିକୁ ପ୍ରଥମେ ବାଉଁଶରେ ତିଆରି କରାଯାଇ ଏହାକୁ ଆବୃତ କରିବା ପାଇଁ ଏହାର ବାହାରଟା ମାଟି, ପାଉଁଶ ଓ ଗୋବରରେ ଲିପାଯାଏ । ଥରେ ବିଲରେ ଅମଳ ହେଲା ପରେ ଧାନ ସମେତ ଅନ୍ୟାନ୍ୟ ଶସ୍ୟକୁ ଏଠାରେ ଗଚ୍ଛିତ କରି…

Read More

କଫି ପରେ କୋରାପୁଟର ସୁଗନ୍ଧିତ ସାବୁନ

ଏପର୍ଯ୍ୟନ୍ତ କୋରାପୁଟର କଫି ଲୋକଙ୍କ ମନ ମୋହିଥିଲା କିନ୍ତୁ ଏବେ କୋରାପୁଟ ଜିଲ୍ଲା ଆଉ ପାଦେ ଆଗେଇଛି । ଏଠାକାର ହଳଦୀ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାର ଏପରିକି ବିଦେଶରେ ମଧ୍ୟ ପହଂଚିଲାଣି । କୋରାପୁଟ ହଳଦୀରୁ ପ୍ରସ୍ତୁତ ସାବୁନ ଏବେ ଆମେରିକା, ପ୍ୟାରିସ ଓ ଫ୍ରାନ୍ସରେ ଆଦୃତ ହେବାରେ ଲାଗିଲାଣି । ଗତ ୮ ମାସ ମଧ୍ୟରେ ଓର୍‌ମାସ୍ ସହାୟତାରେ କେବଳ ଆମେରିକାକୁ ପଠାଯାଇଛି କୋରାପୁଟ ହଳଦୀରେ ପ୍ରସ୍ତୁତ ୨୦୦୦ଟି ସାବୁନ୍ । ଜିଲ୍ଲାର…

Read More