କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମାଳିପଦର ଜଙ୍ଗଲରେ ଗତ ମାସ (ନଭେମ୍ବର) ୧୦ ତାରିଖ ଦିନ ପୁଲିସ ସହ ମୁହାମୁହିଁ ହୋଇ ଦୁଇଜଣ ବ୍ୟକ୍ତି ପ୍ରାଣହରାଇଥିବା ଘଟଣା ସାମନାକୁ ଆସିଲା । ପୁଲିସ ପକ୍ଷରୁ ସେମାନଙ୍କୁ ନକ୍ସଲ ବୋଲି ସୂଚନା ଦେବା ସହ ଅନେକ ଅସ୍ତ୍ରଶସ୍ତ୍ର ସହିତ ଘଟଣାଟିକୁ ମିଡିଆ ସାମନାକୁ ଆଣିଥିଲା । ପରବର୍ତି ସମୟରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ସୂଚନା ଦେଲେ ଯେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗୀଗୁଡା ଗ୍ରାମର ଧନକୁମାର ଓ ସେ ନକ୍ସଲ ନୁହନ୍ତି । ଏ ଲେଖିକା ଯେତେବେଳେ ଧନଙ୍କ ସ୍ର୍ୀ ମତି କମାରଙ୍କୁ ତାଙ୍କ ଗାଁ କୁ ଯାଇ ଭେଟିଥିଲେ ସେତେବେଳେ ତାଙ୍କ ଘରର ପରିସ୍ଥିତି ବିଷାଦପୂର୍ଣ ଥିଲା । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ସମସ୍ତେ ଦିଗହରା ହୋଇପଡିଛନ୍ତି ।
ଭୁବନେଶ୍ୱର ;
ଆମେ ଏମିତି ବି ବହୁତ କଷ୍ଟରେ ଚଳୁଥିଲୁ । ଅନେକ ସମୟରେ ପେଟପୁରା ଖାଇବାକୁ ମିଳେନା । ଘରର ପରିସ୍ଥିତି ଭଲ ନଥିବାରୁ କୁଲି କାମ କରୁଥିଲୁ । ଏବେ ମୋ ସ୍ୱାମୀଙ୍କୁ ନକ୍ସଲ କହି ମାରିଦେଲେ ମୁଁ କେମିତି ମୋର ଏତେ ବଡ ପରିବାରର ପେଟ ପୋଷିବି କୁହ, କେମିତି ବଂଚିବୁ, ନିଜ ଆଖିରୁ ଧାର ଧାର ବୋହି ଯାଉଥିବା ଲୁହକୁ ପୋଛୁଥିବା ବେଳେ କହୁଥିଲେ ମତି କମାର । ବୈପାରୀଗୁଡା ମାଳିପଦର ଜଙ୍ଗଲରେ ଏକ ପୁଲିସ ଏନକାଉଂଟରରେ ଯେବେ ଠାରୁ ତାଙ୍କ ସ୍ୱାମୀ ଧନ କମାରଙ୍କର ମୃତ୍ୟୁ ହେବା ଖବର ମିଳିଛି ସେବେଠାରୁ ତାଙ୍କ ଆଖିରୁ ଲୁହ ଶୁଖିନି । ତାଙ୍କ ସ୍ୱାମୀଙ୍କୁ ନକ୍ସଲ କହି ମାରିଦେବା କଥାକୁ ଏବେବି ସେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତା ସାଙ୍ଗକୁ ପୁଣି ନିଜ ୫ ପିଲାଙ୍କ ପେଟ ପୋଷିବା ତାଙ୍କ ପାଇଁ ଏବେ ବଡ ସମସ୍ୟା ଭାବେ ଉଭା ହୋଇଛି ।
ମତି କମାରଙ୍କ କହିବା ଅନୁସାରେ, ଦିନ ମଜୁରିଆ ଭାବେ କାମ କରୁଥିବା ଧନ ସେଦିନ କାମ ସାରି ଘରକୁ ଫେରି ଟିକେ ବିଶ୍ରାମ ନେଉଥିଲେ । ତା ପରେ ଦୁଇଜଣ ଲୋକ ତାଙ୍କୁ ଭାରରେ ଗଞେଇ ଚାଲାଣ କାମ କରିବାକୁ ଡାକିଲେ । ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ସେ ଏମିତି ବିଭିନ୍ନ ପ୍ରକାରର କାମ କରିବାକୁ ବାଧ୍ୟ ହୋଇଯାଆନ୍ତି । ତେଣୁ ସେଦିନ ସେ ଜରରେ ଭୋଗୁଥିଲେ ଓ ମୁଁ ବାରଣ କଲା ପରେ ବି ଗଞେଇ ଚାଲାଣ ପାଇଁ ବାହାରି ଗଲେ, ଆଉ ଫେରିଲେନି । ଏଇ କାମରୁ ତାଙ୍କୁ ଦୁଇ ହଜାର ରୁ ତିନି ହଜାର ଟଙ୍କା ମିଳିଥାଆନ୍ତା ତ୍ାହା ଆମକୁ ଘର ଚଳାଇବାକୁ ଟିକେ ସାହାଯ୍ୟ ହୁଅନ୍ତା ବୋଲି କହିଥିଲେ ଧନଙ୍କ ସ୍ତ୍ରୀ ମତି କମାର । ଏ ଲେଖିକା ଯେତେବେଳେ ମତି କମାରଙ୍କୁ ତାଙ୍କ ଗାଁ କୁ ଯାଇ ଭେଟିଥିଲେ ସେତେବେଳେ ତାଙ୍କ ଘରର ପରିସ୍ଥିତି ବେଶ ବିଷାଦପୂର୍ଣ ଥିଲା । ଧନଙ୍କ ବାପା ପୁଅର ଆସିବା ବାଟକୁ ଚାହିଁ ଆଖିରୁ ନିଦ ହଜେଇ ଦେଇଥିଲେ ।
ସେ ଘଟଣା ଘଟିଥିବା ସଂପର୍କରେ ମତି କୁମାର କହିଥିଲେ, ସେଦିନ ରାତିରେ ତ ସେ ଫେରିଲେ ନାହିଁ କିନ୍ତୁ ତା ପରଦିନ ଧନ କୁମାରଙ୍କ ଗୁଳି ବାଜିଥିବା ମର ଶରୀର ଓ ତାଙ୍କ ପାଖରେ ନକ୍ସଲଙ୍କ ହାତ ଲେଖା ଏକ କାଗଜ ପଡିଥିଲା । ପୁଲିସ ମୋ ସ୍ୱାମୀଙ୍କୁ ନକ୍ସଲ ଆଖ୍ୟା ଦେଇ ଆମକୁ ମାନସିକ ନିର୍ଯାତନା ଦେଉଛି ବୋଲି କହିବା ବେଳେ ନିଜ କୋହ ସମ୍ଭାଳିପାରିନଥିଲେ ମତି । ସେମାନେ ପାଇଥିବା ବିପିଏଲ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଖେଇ ଜଣେଇବାକୁ ଚେଷ୍ଟା କରିଥିଲେ ଯେ ଏହା ପୁଲିସ ଯୋଜନାବଦ୍ଧ ଭାବେ କରିଛି । ଏବେ ମତି ସଂପୂର୍ଣ ଭାଙ୍ଗି ପଡିଛନ୍ତି । ଏତେ ବଡ ସଂସାରକୁ ଏକା କେମିତି ସମ୍ଭାଳିବେ ସେଥିନେଇ ତାଙ୍କ ଚିନ୍ତା ବଢିବାରେ ଲାଗିଛି । ପରିବାର ଚଳାଇବା ପାଇଁ ତାଙ୍କ ସ୍ୱାମୀ ଧନକୁମାର କାମ ପାଇଁ ବାହାର ରାଜ୍ୟକୁ ଯାଉଥିଲେ ନଚେତ ବେଳେବେଳେ ଘର ପାଖରେ ବି ମୂଲ ଲାଗୁଥିଲେ । କିନ୍ତୁ ଏବେ ଏସବୁ ଏକା କରିବା ପାଇଁ ତାଙ୍କୁ ବହୁ ଅସୁବିଧା ହେବ ବୋଲି କହିଛନ୍ତି ମୃତ ଧନଙ୍କ ସ୍ତ୍ରୀ ମତିକୁମାର । ସେ ଦାବୀ କରିଥିଲେ ଯେ, ତାଙ୍କ ସ୍ୱାମୀଙ୍କୁ ଏଭଳି ଗୁଳିକରି ହତ୍ୟା କରାଯାଇଥିବାରୁ ପ୍ରଶାସନ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ଯୋଗାଇଦିଆଯିବା ଆବଶ୍ୟକ ।
କଣ ଥିଲା ଘଟଣା
କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମାଳିପଦର ଜଙ୍ଗଲରେ ଗତ ମାସ (ନଭେମ୍ବର) ୧୦ ତାରିଖ ଦିନ ପୁଲିସ ସହ ମୁହାମୁହିଁ ହୋଇ ଦୁଇଜଣ ବ୍ୟକ୍ତି ପ୍ରାଣହରାଇଥିବା ଘଟଣା ସାମନାକୁ ଆସିଲା । ପୁଲିସ ପକ୍ଷରୁ ସେମାନଙ୍କୁ ନକ୍ସଲ ବୋଲି ସୂଚନା ଦେବା ସହ ଅନେକ ଅସ୍ତ୍ରଶସ୍ତ୍ର ସହିତ ଘଟଣାଟିକୁ ମିଡିଆ ସାମନାକୁ ଅଣାଯାଇଥିଲା । ପରବର୍ତି ସମୟରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ସୂଚନା ଦେଲେ ଯେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗୀଗୁଡା ଗ୍ରାମର ଧନକୁମାର ଓ ସେ ନକ୍ସଲ ନୁହନ୍ତି । ତାଙ୍କ ମୃତ ଦେହ ହସ୍ତାନ୍ତର କରିବା ପାଇଁ ପରିବାର ଲୋକେ ରାଜରାସ୍ତାରେ ବିକ୍ଷୋଭ କରିଥିଲେ ପରେ ପୁଲିସ ପକ୍ଷରୁ ଧନଙ୍କ ମରଶରୀର ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ନିଜ ବୁଢାବାପା, ସ୍ତ୍ରୀ ଓ ପାଂଚଜଣ ପିଲାଙ୍କୁ ନେଇ ଧନଙ୍କ ସଂସାର । କାମ କଲେ ହିଁ ଘରେ ଖାଇବାକୁ ମିଳେ । ସମସ୍ତଙ୍କ ପେଟ ପୋଷିବା ପାଇଁ ଅନେକ ସମୟରେ କାମ କରିବାକୁ ଧନ ଙ୍କ ସହ ତାଙ୍କ ଭାଇ ଓ ପୁଅ ମଧ୍ୟ ଆନ୍ଧ୍ରକୁ ଯାଉଥିଲେ । ବାପା କାମକୁ ଗଲେ ମୁଁ ଘର ଜଗୁଥିଲି । ସେ ଘରେ ଥିଲେ ମୁଁ ଦାଦାଙ୍କ ସହ କାମକୁ ଯାଉଥିଲି । ଏବେ ମୁଁ ଏକୁଟିଆ କେମିତି ଘର ଚେଳଇବି କେମିତି ଆମେ ଚଳିବୁ କିଛି ବୁଝିପାରୁନାହିଁ ବେଲି କହିଥିଲେ ଧନଙ୍କ ୧୯ ବର୍ଷର ପୁଅ ବଳରାମ କମାର । ଏ ଲେଖିକା ଯେତେବେଳେ ଖବର ସଂଗ୍ରହ ପାଇଁ ଧନଙ୍କ ଘରକୁ ଯାଇଥିଲେ ତାଙ୍କ ଘରେ ୮୦ ବର୍ଷର ବୁଢାବାପା, ସ୍ତ୍ରୀ, ଭାଇ, ଓ ପାଂଚ ଜଣ ପିଲା ତାଙ୍କ ଫେରିବା ବାଟକୁ ଯେମିତି ଚାହିଁ ବସିଥିଲେ । ତାଙ୍କ ଅନୁପସ୍ଥିତିରେ ପୁରା ଘର ଯେପରି ନିସ୍ତବ୍ୱ ହୋଇଯାଇଥିଲା । ବାପାଙ୍କୁ ଝୁରି ଝୁରି ପିଲାଙ୍କ ଆଖିରୁ ଲୁହ ଶୁଖୁନଥିଲା ।
ଧନଙ୍କ ବାପା ଖଗପତି କହିଥିଲେ ଯେ, ସମସ୍ତେ ଚାହାଁନ୍ତି ଶେଷ ଜୀବନରେ ପୁଅ ବାପାର ସାହାରା ହେଉ କିନ୍ତୁ ଆଜି ସେହି ପୁଅର ଶବକୁ କାନ୍ଧେଇ ପୁଅ ପାଇଁ ଡୁମା କୁକୁଡା ପୂଜା କରିବା ପାଇଁ କୁଡିଆ ସଜାଉଛି । ଆମ ସମସ୍ତଙ୍କ ପେଟ ପୋଷିବା ପାଇଁ ମୋ ପୁଅ ତା ଜୀବନ ଦେଇଦେଲା । ସେ ଆନ୍ଧ୍ର ଯାଇଥିଲେ ତା ସାଙ୍ଗରେ ଏଭଳି ଦୁର୍ଘଟଣା ଘଟିନଥାନ୍ତା ।
ଧନଙ୍କ ସ୍ତ୍ରୀ ମତି କମାର ଘରର ପରିସ୍ଥିତି ଯୋଗୁଁ ଅନେକ ସମୟରେ ଠିକାଦାର ମାନଙ୍କ ପ୍େର୍ରଲାଭନରେ ଆସି ସେ ଗଞେଇ ଚାଲାଣ କାମ କରୁଥିଲେ । ପରେ ଦିନ ମଜୁରିଆ କାମ କରିବାକୁ ସେ ଆନ୍ଧ୍ରକୁ ଚାଲିଗଲେ । କିନ୍ତୁ ଦଲାଲମାନେ ତାଙ୍କୁ ବାରମ୍ବାର ଫୋନ କରି ଡକାଉଥିଲେ ଏବଂ ଗଞେଇ କାଉଡି ନେବା ପାଇଁ ବାଧ୍ୟ କରୁଥିଲେ । ସେଦିନ ଦେହ ଭଲ ନାହିଈ କହି ବାଧ୍ୟ କରିବା ସତ୍ୱେ ସେଇ ରାତିରେ ଗଞେଇ ନେବା ପାଇଁ ବାଧ୍ୟ କରିଥିଲେ । ସେଦିନ ଖାଇବା ପାଇଁ ଘରେ ଚାଉଳ ନଥିଲା, ଟଙ୍କା ଆଣିଲେ ଘର ଚଳିବ ଆଶା ରଖି ସେ ଗଞେଇ ବୋହିବା କାମ କରିବାକୁ ଚାଲିଗଲା ଯେ ଆଉ ଫେରିଲା ନାହିଁ ବୋଲି କହିବା ବେଳେ ନିଜ କୋହ ସମ୍ଭାଳିପାରିନଥିଲେ ।
କଣ ଚାହାଁନ୍ତି ପରିବାର ଓ ଗାଁ ଲୋକେ
ଧନଙ୍କ ଭାଇ ଗୁରୁ କମାରଙ୍କ ଦାବୀ ହେଉଛି ଘରର ମୁରବୀ ଭାବେ ତାଙ୍କ ଭାଇ ସବୁ ଦାୟିତ୍ୱ ମୁଣ୍ଡେଇ ରେଜଗାର କରୁଥିବା ବେଳେ ପୁଲିସ ତାଙ୍କୁ ନକ୍ସଲ ସଜାଇଦେଲା । ଆମ ସରଳତାର ଫାଇଦା ନେଇ ସରକାରୀ କର୍ମଚାରୀ ଓ ନେତାମାନେ ଆମକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇବା ସହ ବିରୋଧ ନ କରିବାକୁ କହୁଛନ୍ତି । କିନ୍ତୁ ଯେଉଁ ନକ୍ସଲ ଛାପ ଆମ ଭାଇକୁ ଦିଆଗଲା ସେଥିରୁ ଆମ ପରିବାରକୁ ମୁକୁଳାଇଦେବେ କି । ଆମକୁ ନ୍ୟାୟ ଦେବା ପାଇଁ ଆମେ ଦାବୀ କରୁଛୁୂ । ଗାଁର ମୁଖିଆ ଭାବେ ଜଣାଶୁଣା ଜଗାମାଝି କହିଥିଲେ ଯେ, ସେ ଜଣେ ଲୋକଙ୍କୁ ମାରିବା ଫଳରେ ତାଙ୍କ ପଛରେ ରହିଯାଇଥିବା ପରିବାରର ଅନ୍ୟ ସଦସ୍ୟମାନେ ଏବେ ଅନାଥ ହେବା ସହ ନିଃସ୍ୱ ହୋଇଗଲେ । ଗରିବ ନିରୀହ ଆଦିବାସୀ ଲୋକଙ୍କ ସହ ଏଭଳି ନିୟମିତ ହେଉଛି । ଏଭଳି ମିଛ ପରିଚୟକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ନିରୀହ ଲୋକଙ୍କୁ ନକ୍ସଲ କହି ନିର୍ଯାତନା ଦେବା ବନ୍ଦ କରିବାକୁ ସେ ଦାବୀ କରିଥିଲେ ।