Stories Odisha Bureau

ରାବଣ ମୂର୍ତ୍ତି ତିଆରି କାମରେ ନିୟୋଜିତ ରାଜକିଶୋରଙ୍କ ପରିବାର

ଭୁବନେଶ୍ୱର: ଦଶହରାର ଶେଷ ଦିନ ଅର୍ଥାତ ବିଜୟା ଦଶମୀ ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆୟୋଜିତ ହୁଏ ରାବଣ ପୋଡି ଉତ୍ସବ । ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତାକୁ ପୃଥିବୀ ପୃଷ୍ଠରେ ପୁନଃ ସ୍ଥାପିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡି ଉତ୍ସବ ହୁଏ । ୫୦, ୬୦ ଫୁଟ ଉଚ୍ଚର ରାବଣ ମାତ୍ର ଗୋଟିଏ ନିଆଁ ତୀରରେ ନିମିଷକରେ ଧ୍ୱଂସ ହୋଇଯାଏ ଆଉ ଏଥିରୁ ବାହାରୁଥିବା ବାଣ ପୁରା ଆକାଶରେ ଖେଳେଇଯାଏ…

Read More

କଟକ ଦୁର୍ଗାପୂଜାରେ ଢିଙ୍କିକୁଟା ମେଢ

କଟକ: ଯଦି ଆପଣ କଟକ ସହରର ବାସିନ୍ଦା ହୋଇଥିବେ ଅବା ଦଶହରାବେଳେ କଟକ ମେଢ ଦେଖିବାକୁ ଯାଉଥିବେ ଛତ୍ର ବଜାରର ‘ଢିଙ୍କିକୁଟା, ବେସରବଟା’ ମେଢ ଆପଣଙ୍କୁ ନିଶ୍ଚିତଭାବେ ଆକୃଷ୍ଟ କରିଥିବ । କଟକର ବିଭିନ୍ନ ସାହି ଗଳିରେ ଯେଉଁଠି ଶକ୍ତିମୟୀ ମା ଦୁର୍ଗାଙ୍କର ନଚେତ ଶିବପାର୍ବତୀଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଏ ସେଠି ଏହି ଢିଙ୍କି କୁଟା ବେସରବଟାର ବିଭିନ୍ନ ପ୍ରକାରର ମାଟିରେ ତିଆରି କଣ୍ଢେଇ ବହୁ ବର୍ଷଧରି ଲୋକଙ୍କ ମନଜିଣି ଆସୁଛି । ଯଦିଓ ଏହି…

Read More

ଅପହଞ୍ଚ ଇଲାକାର ସ୍ବାସ୍ଥ୍ୟସାଥୀ

ଯେଉଁଠି ସ୍ବାସ୍ଥ୍ୟ ସେବା ଅପହଞ୍ଚ ସେଇଠି ପହଞ୍ଚୁଛନ୍ତି ସ୍ବାସ୍ଥ୍ୟ ସାଥୀ । ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ଦୁଆରେ ପହଞ୍ଚି ଦେଉଛନ୍ତି ଔଷଧ ଓ ଯୋଗାଉଛନ୍ତି ସ୍ବାସ୍ଥ୍ୟ ସୁବିଧା । ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଆଶାର କିରଣ ପାଲଟିଛନ୍ତି ସ୍ୱାସ୍ଥ୍ୟ ସାଥୀ। ଷ୍ଟୋରିଜ ଓଡ଼ିଶା ବ୍ୟୁରୋ କନ୍ଧମାଳ ; କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ଏକ କ୍ଷୁଦ୍ର ପଡାଗ୍ରାମ ବୁଡୁକି ଗାଁ । ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ ଏହି ଅଞ୍ଚଳ । ସେତେବେଳେ ଅଂଚଳବାସୀଙ୍କ…

Read More

ଜନସହଭାଗିତାରେ ବନ୍ୟପ୍ରାଣୀ ସୁରକ୍ଷାର ଅନନ୍ୟ ଉଦାହରଣ ଭେଟନଈ

ଗତ ଏକ ଦଶନ୍ଧି ଧରି ଗଞାମ ଜିଲ୍ଲାର ୭୦ଟି ଗାଁର ଲୋକେ କୃଷ୍ଣସାର ମୃଗ ସଂରକ୍ଷଣ ଓ ସୁରକ୍ଷା କାମ କରିଆସୁଛନ୍ତି । କୃଷ୍ଣସାର ମୃଗଙ୍କ ସଂଖ୍ୟାରେ ବୃଦ୍ଧି ହେବା ଯୋଗୁଁ ଫସଲ ନଷ୍ଟର ମାତ୍ରା ବି ବଢିଛି କିନ୍ତୁ ଗାଁ ଲୋକେ କୁହନ୍ତି କୃଷ୍ଣସାର ମୃଗ ସଂରକ୍ଷଣ ସେମାନଙ୍କୁ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଭୁବନେଶ୍ୱର ; ଅକ୍ଟୋବରରୁ ଫେବୃଆରି ମାସ ହେଉଛି ଓଡ଼ିଶା ପର୍ଯ୍ୟଟନ ପାଇଁ ଏକ ପ୍ରକୃଷ୍ଠ ସମୟ ।…

Read More

କାମ ଅନ୍ୱେଷଣରେ ସ୍ଥାନାନ୍ତର ହେଉଥିବା ମହିଳା କେତେ ସୁରକ୍ଷିତ ?

ସହରୀ ଚାକଚକ୍ୟ ଓ କାମର ସୁଯୋଗ ଯୋଗୁଁ ଅନେକ ଯୁବଗୋଷ୍ଠୀ ଗାଁ ରୁ ସହରମୁହାଁ ହେଉଛନ୍ତି । ସେମାନଙ୍କ ଭିତରୁ ମହିଳାମାନେ ସପିଙ୍ଗ ମଲ ବା ରିଟେଲ ଷ୍ଟୋର କୁ ବେଶି ବାଛିବାକୁ ପସନ୍ଦ କରୁଛନ୍ତି । ତେବେ ବାହାରକୁ ଆକର୍ଷଣୀୟ ଦିଶୁଥିବା ଏହି ମଲ ଗୁଡ଼ିକରେ କାମ କରୁଥିବା ମହିଳା କର୍ମଚାରୀ ମାନେ ବିଭିନ୍ନ ପ୍ରକାରର ସମସ୍ୟାର ସାମନା କରୁଛନ୍ତି । ଭୁବନେଶ୍ୱର ; ଗାଁରେ କାମର ଅଭାବ ଯୋଗୁଁ ଯୁବଗୋଷ୍ଠୀଙ୍କ ସ୍ଥାନାନ୍ତର ଏବେ ବଢିବାରେ…

Read More

ଭିନ୍ନ ଏକ ପ୍ରୟାସ ଓ ପରିକଳ୍ପନା

ଏହି ୱେବ୍ ପୋର୍ଟାଲରେ ନ୍ୟୁଜ ନୁହେଁ ବରଂ ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ଜୀବନ ଜୀବିକା ସଂପର୍କୀତ ଫିଚର ପ୍ରକାଶ ପାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ପ୍ରସଙ୍ଗଗୁଡ଼ିକୁ ଲିଙ୍ଗଭିତିକ ଦୃଷ୍ଟିକୋଣରୁ ସଂବେଦନଶୀଳ ଭାବେ ଲେଖାଯିବାକୁ ଚେଷ୍ଟା କରାଯିବ । ଭୁବନେଶ୍ୱର ; ସେଦିନ ଥାଏ ୨୦୨୦ ମାର୍ଚ୍ଚ ୨୫ ତାରିଖ । ଚାରିଆଡ଼େ କୋଭିଡ଼-୧୯ ଭୁତାଣୁର ଭୟ । ଏହାକୁ ନିୟନ୍ତଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡ଼ାଉନର ବ୍ୟବସ୍ଥା କରାଗଲା ।…

Read More

ପାଣି ପାଇଁ ପ୍ରତିଦିନ ଚାଲୁଛନ୍ତି ୬ କିଲୋମିଟର

ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ ସବୁଠି ଲୋକେ ଏବର୍ଷ ର ଅସହ୍ୟ ତାତି ଯୋଗୁଁ ଛଟପଟ ହେଉଥିବା ବେଳେ ଦୂରଦୂରାନ୍ତ ଅଂଚଳରେ ପିଇବା ପାଣିର ସମସ୍ୟା ମହିଳାଙ୍କ ଉପରେ ଯେପରି ଦାଉ ସାଧିଛି । ନୂଆପଡ଼ା ଗାଡ଼ିଆଜୋର ଗାଁର ଆଦିବାସୀ ମହିଳାଙ୍କର ଏହା ପ୍ରତିଦିନର ସଂଘର୍ଷ । ଭୁବନେଶ୍ୱର ; ତତଲା ତାୱାରେ ଭାଜିି ହେଉଛି ସାରା ରାଜ୍ୟ । ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ…

Read More

ଝାଉଁ ଜଙ୍ଗଲ ସୁରକ୍ଷାରେ ଅସ୍ତରଙ୍ଗ ଗୁଣ୍ଡଳବା ଗାଁ ର ମହିଳା ସମୁହ

ସାମୁଦ୍ରିକ ଝଡ଼ ଓ ବିପଦରୁ ନିୟମିତ ଗାଁ କୁ ସୁରକ୍ଷା ଦେଉଥିବା ଝାଉଁ ଜଙ୍ଗଲ ଅନେଶତ ମସିହା ମହାବାତ୍ୟାରେ ପ୍ରାୟତଃ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଯାହାକୁ ପୁଣିଥରେ ଘଂଚ ଜଙ୍ଗଲରେ ପରିଣତ କରିବାକୁ ନିଷ୍ପତି ନେଲେ ଗାଁର ମହିଳା ମାନେ ଆଉ ଗଢିଲେ ବନ ସୁରକ୍ଷା ସମିତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ଗୁଣ୍ଡଳବା ଗାଁ ମହିଳାଙ୍କ ଏ କାହାଣୀ । ଭୁବନେଶ୍ୱର ; ଦୀର୍ଘ ୨୦ ବର୍ଷ ତଳର କଥା, ତଥାପି…

Read More

ଟସର ସିଲ୍କ ସହ ନିଜ ସ୍ୱପ୍ନର ଡେଣା ମେଲାଉଥିବା କେନ୍ଦୁଝରର ଆଦିବାସୀ ମହିଳାମାନେ

କିଛିବର୍ଷ ତଳେ କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗାଁର ମହିଳାମାନଙ୍କ ପାଇଁ ରୋଜଗାରର ମାଧ୍ୟମ ଥିଲା ପାଖ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରୀ କରିବା, କିନ୍ତୁ ଏବେ ସେମାନଙ୍କୁ ନୂଆ ପରିଚୟ ମିଳିଛି । ଆଉ ସେ ପରିଚୟ ଦେଇଛି ଭଗାମୁଣ୍ଡା ଟସର ସିଲ୍କ ପାର୍କ । ଯେଉଁଠି ଏବେ ୨୦୦ରୁ ଅଧିକ ଆଦିବାସୀ ମହିଳା କାମ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଭୁବନେଶ୍ୱର ; ଟସର ଶାଢୀ ଆମକୁ ଜାତୀୟ ସ୍ତରରେ…

Read More

କଫି ଚାଷ ବଦଳାଇଦେଇଛି କୋରାପୁଟ ଆଦିବାସୀଙ୍କ ଜୀବନଧାରଣ

କଫି ଚାଷ ଯୋଗୁଁ ବଦଳିଯାଇଛି କୋରାପୁଟର ଆଦିବାସୀଙ୍କ ଜୀବନ । ଦିନେ ଜୀବିକା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଏଠାକାର ଆଦିବାସୀ ଏବେ କଫି ଚାଷ କରି ପରିବାର ପୋଷଣ କରିପାରୁଛନ୍ତି । ଆଉ ନିଜ ସ୍ୱଦେଶୀ କଫିର ମହକରେ ମହକାଇ ପାରିଛନ୍ତି ଦେଶ ବିଦେଶକୁ । କଫି ଯୋଗୁଁ ସେମାନଙ୍କ ଆୟ ବଢିଛି ଓ ଜୀବନଧାରଣ ରେ ମଧ୍ୟ ଅନେକ ପରିବର୍ତନ ଆସିଛି । ଭୁବନେଶ୍ୱର ; ଗତ କିଛି ବର୍ଷ ପୂର୍ବେ କୋରାପୁଟ…

Read More