Stories Odisha Bureau

ପୁଣି ଫେରିଛି ଲୋଧା ଜନଜାତିଙ୍କ ଝୁମର ନାଚ

ମୟୁରଭଞ: ସମସ୍ତେ ଚାହାଁନ୍ତି ତାଙ୍କ ପରମ୍ପରା ଓ ନୃତ୍ୟ ପିଢି ପରେ ପିଢି ଜୀବିତ ରହୁ ଏବଂ ଆଗାମୀ ପିଢି ନିଜ ପରମ୍ପରା, ନୃତ୍ୟ ସଂଗୀତକୁ ନେଇ ଗର୍ବ କରୁ । କିନ୍ତୁ ବିଭିନ୍ନ କାରଣରୁ ଏହା ହୋଇପାରୁନଥିବା ବେଳେ ମୟୁରଭଞ ଜିଲ୍ଲାର ଲୋଧା ଜନଜାତିଙ୍କ ଚେଷ୍ଟା ବେଶ ପ୍ରଶଂସନୀୟ ହୋଇପାରିଛି । ନିଜେ ପାରମ୍ପରିକ ନୃତ୍ୟକୁ ବଂଚାଇ ରଖିବା ସହ ନିକଟରେ ସେମାନେ ଦିଲ୍ଲା ପ୍ରଗତି ମଇଦାନରେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଝୁମର ନୃତ୍ୟ ପରିବେଷଣ କରି…

Read More

ଏମିତି ବି ହୁଏ ଭସାଣି, ଡଙ୍ଗାରେ ନେଇ କରାହୁଏ ବିସର୍ଜନ

କେନ୍ଦ୍ରାପଡା: ଏମିତି ତ ଆପଣ ଅନେକ ଭସାଣି ଦେଖିଥିବେ କିନ୍ତୁ ପ୍ରତିବର୍ଷ କେନ୍ଦ୍ରାପଡା ରାଜନଗର ବ୍ଲକର ହଂସୁଆ ନଦୀରେ ହେଉଥିବା ଭସାଣି ସବୁଠାରୁ ନିଆରା । ଅନ୍ୟ ସବୁସ୍ଥାନରେ ମାଙ୍କ ବିସର୍ଜନ ପୁର୍ବରୁ ସହରରେ ପରିକ୍ରମା କରାଯାଇ ନଦୀରେ ବିସର୍ଜନ କରାଯାଏ କିନ୍ତୁ ରାଜନଗରରେ ୫ଦିନ ଧରି ପୂଜା ସରିବା ପରେ ମାଙ୍କ ମୂର୍ତ୍ତୀକୁ ନୌକାରେ ରଖି ପରିକ୍ରମା କରାଯିବା ପରେ ନଦୀରେ ବିସର୍ଜନ କରାହୁଏ । କେବେଠାରୁ ଏହି ପରମ୍ପରା ରାଜନଗର ଅଂଚଳରେ ଚାଲିଆସିଛି ତାହାର…

Read More

ରାବଣ ମୂର୍ତ୍ତି ତିଆରି କାମରେ ନିୟୋଜିତ ରାଜକିଶୋରଙ୍କ ପରିବାର

ଭୁବନେଶ୍ୱର: ଦଶହରାର ଶେଷ ଦିନ ଅର୍ଥାତ ବିଜୟା ଦଶମୀ ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆୟୋଜିତ ହୁଏ ରାବଣ ପୋଡି ଉତ୍ସବ । ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତାକୁ ପୃଥିବୀ ପୃଷ୍ଠରେ ପୁନଃ ସ୍ଥାପିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡି ଉତ୍ସବ ହୁଏ । ୫୦, ୬୦ ଫୁଟ ଉଚ୍ଚର ରାବଣ ମାତ୍ର ଗୋଟିଏ ନିଆଁ ତୀରରେ ନିମିଷକରେ ଧ୍ୱଂସ ହୋଇଯାଏ ଆଉ ଏଥିରୁ ବାହାରୁଥିବା ବାଣ ପୁରା ଆକାଶରେ ଖେଳେଇଯାଏ…

Read More

କଟକ ଦୁର୍ଗାପୂଜାରେ ଢିଙ୍କିକୁଟା ମେଢ

କଟକ: ଯଦି ଆପଣ କଟକ ସହରର ବାସିନ୍ଦା ହୋଇଥିବେ ଅବା ଦଶହରାବେଳେ କଟକ ମେଢ ଦେଖିବାକୁ ଯାଉଥିବେ ଛତ୍ର ବଜାରର ‘ଢିଙ୍କିକୁଟା, ବେସରବଟା’ ମେଢ ଆପଣଙ୍କୁ ନିଶ୍ଚିତଭାବେ ଆକୃଷ୍ଟ କରିଥିବ । କଟକର ବିଭିନ୍ନ ସାହି ଗଳିରେ ଯେଉଁଠି ଶକ୍ତିମୟୀ ମା ଦୁର୍ଗାଙ୍କର ନଚେତ ଶିବପାର୍ବତୀଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଏ ସେଠି ଏହି ଢିଙ୍କି କୁଟା ବେସରବଟାର ବିଭିନ୍ନ ପ୍ରକାରର ମାଟିରେ ତିଆରି କଣ୍ଢେଇ ବହୁ ବର୍ଷଧରି ଲୋକଙ୍କ ମନଜିଣି ଆସୁଛି । ଯଦିଓ ଏହି…

Read More

ଅପହଞ୍ଚ ଇଲାକାର ସ୍ବାସ୍ଥ୍ୟସାଥୀ

ଯେଉଁଠି ସ୍ବାସ୍ଥ୍ୟ ସେବା ଅପହଞ୍ଚ ସେଇଠି ପହଞ୍ଚୁଛନ୍ତି ସ୍ବାସ୍ଥ୍ୟ ସାଥୀ । ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ଦୁଆରେ ପହଞ୍ଚି ଦେଉଛନ୍ତି ଔଷଧ ଓ ଯୋଗାଉଛନ୍ତି ସ୍ବାସ୍ଥ୍ୟ ସୁବିଧା । ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଆଶାର କିରଣ ପାଲଟିଛନ୍ତି ସ୍ୱାସ୍ଥ୍ୟ ସାଥୀ। ଷ୍ଟୋରିଜ ଓଡ଼ିଶା ବ୍ୟୁରୋ କନ୍ଧମାଳ ; କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ଏକ କ୍ଷୁଦ୍ର ପଡାଗ୍ରାମ ବୁଡୁକି ଗାଁ । ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ ଏହି ଅଞ୍ଚଳ । ସେତେବେଳେ ଅଂଚଳବାସୀଙ୍କ…

Read More

ଜନସହଭାଗିତାରେ ବନ୍ୟପ୍ରାଣୀ ସୁରକ୍ଷାର ଅନନ୍ୟ ଉଦାହରଣ ଭେଟନଈ

ଗତ ଏକ ଦଶନ୍ଧି ଧରି ଗଞାମ ଜିଲ୍ଲାର ୭୦ଟି ଗାଁର ଲୋକେ କୃଷ୍ଣସାର ମୃଗ ସଂରକ୍ଷଣ ଓ ସୁରକ୍ଷା କାମ କରିଆସୁଛନ୍ତି । କୃଷ୍ଣସାର ମୃଗଙ୍କ ସଂଖ୍ୟାରେ ବୃଦ୍ଧି ହେବା ଯୋଗୁଁ ଫସଲ ନଷ୍ଟର ମାତ୍ରା ବି ବଢିଛି କିନ୍ତୁ ଗାଁ ଲୋକେ କୁହନ୍ତି କୃଷ୍ଣସାର ମୃଗ ସଂରକ୍ଷଣ ସେମାନଙ୍କୁ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଭୁବନେଶ୍ୱର ; ଅକ୍ଟୋବରରୁ ଫେବୃଆରି ମାସ ହେଉଛି ଓଡ଼ିଶା ପର୍ଯ୍ୟଟନ ପାଇଁ ଏକ ପ୍ରକୃଷ୍ଠ ସମୟ ।…

Read More

କାମ ଅନ୍ୱେଷଣରେ ସ୍ଥାନାନ୍ତର ହେଉଥିବା ମହିଳା କେତେ ସୁରକ୍ଷିତ ?

ସହରୀ ଚାକଚକ୍ୟ ଓ କାମର ସୁଯୋଗ ଯୋଗୁଁ ଅନେକ ଯୁବଗୋଷ୍ଠୀ ଗାଁ ରୁ ସହରମୁହାଁ ହେଉଛନ୍ତି । ସେମାନଙ୍କ ଭିତରୁ ମହିଳାମାନେ ସପିଙ୍ଗ ମଲ ବା ରିଟେଲ ଷ୍ଟୋର କୁ ବେଶି ବାଛିବାକୁ ପସନ୍ଦ କରୁଛନ୍ତି । ତେବେ ବାହାରକୁ ଆକର୍ଷଣୀୟ ଦିଶୁଥିବା ଏହି ମଲ ଗୁଡ଼ିକରେ କାମ କରୁଥିବା ମହିଳା କର୍ମଚାରୀ ମାନେ ବିଭିନ୍ନ ପ୍ରକାରର ସମସ୍ୟାର ସାମନା କରୁଛନ୍ତି । ଭୁବନେଶ୍ୱର ; ଗାଁରେ କାମର ଅଭାବ ଯୋଗୁଁ ଯୁବଗୋଷ୍ଠୀଙ୍କ ସ୍ଥାନାନ୍ତର ଏବେ ବଢିବାରେ…

Read More

ଭିନ୍ନ ଏକ ପ୍ରୟାସ ଓ ପରିକଳ୍ପନା

ଏହି ୱେବ୍ ପୋର୍ଟାଲରେ ନ୍ୟୁଜ ନୁହେଁ ବରଂ ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ଜୀବନ ଜୀବିକା ସଂପର୍କୀତ ଫିଚର ପ୍ରକାଶ ପାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ପ୍ରସଙ୍ଗଗୁଡ଼ିକୁ ଲିଙ୍ଗଭିତିକ ଦୃଷ୍ଟିକୋଣରୁ ସଂବେଦନଶୀଳ ଭାବେ ଲେଖାଯିବାକୁ ଚେଷ୍ଟା କରାଯିବ । ଭୁବନେଶ୍ୱର ; ସେଦିନ ଥାଏ ୨୦୨୦ ମାର୍ଚ୍ଚ ୨୫ ତାରିଖ । ଚାରିଆଡ଼େ କୋଭିଡ଼-୧୯ ଭୁତାଣୁର ଭୟ । ଏହାକୁ ନିୟନ୍ତଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡ଼ାଉନର ବ୍ୟବସ୍ଥା କରାଗଲା ।…

Read More

ପାଣି ପାଇଁ ପ୍ରତିଦିନ ଚାଲୁଛନ୍ତି ୬ କିଲୋମିଟର

ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ ସବୁଠି ଲୋକେ ଏବର୍ଷ ର ଅସହ୍ୟ ତାତି ଯୋଗୁଁ ଛଟପଟ ହେଉଥିବା ବେଳେ ଦୂରଦୂରାନ୍ତ ଅଂଚଳରେ ପିଇବା ପାଣିର ସମସ୍ୟା ମହିଳାଙ୍କ ଉପରେ ଯେପରି ଦାଉ ସାଧିଛି । ନୂଆପଡ଼ା ଗାଡ଼ିଆଜୋର ଗାଁର ଆଦିବାସୀ ମହିଳାଙ୍କର ଏହା ପ୍ରତିଦିନର ସଂଘର୍ଷ । ଭୁବନେଶ୍ୱର ; ତତଲା ତାୱାରେ ଭାଜିି ହେଉଛି ସାରା ରାଜ୍ୟ । ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ…

Read More

ଝାଉଁ ଜଙ୍ଗଲ ସୁରକ୍ଷାରେ ଅସ୍ତରଙ୍ଗ ଗୁଣ୍ଡଳବା ଗାଁ ର ମହିଳା ସମୁହ

ସାମୁଦ୍ରିକ ଝଡ଼ ଓ ବିପଦରୁ ନିୟମିତ ଗାଁ କୁ ସୁରକ୍ଷା ଦେଉଥିବା ଝାଉଁ ଜଙ୍ଗଲ ଅନେଶତ ମସିହା ମହାବାତ୍ୟାରେ ପ୍ରାୟତଃ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଯାହାକୁ ପୁଣିଥରେ ଘଂଚ ଜଙ୍ଗଲରେ ପରିଣତ କରିବାକୁ ନିଷ୍ପତି ନେଲେ ଗାଁର ମହିଳା ମାନେ ଆଉ ଗଢିଲେ ବନ ସୁରକ୍ଷା ସମିତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ଗୁଣ୍ଡଳବା ଗାଁ ମହିଳାଙ୍କ ଏ କାହାଣୀ । ଭୁବନେଶ୍ୱର ; ଦୀର୍ଘ ୨୦ ବର୍ଷ ତଳର କଥା, ତଥାପି…

Read More