Stories Odisha Bureau

କଫି ଚାଷ ବଦଳାଇଦେଇଛି କୋରାପୁଟ ଆଦିବାସୀଙ୍କ ଜୀବନଧାରଣ

କଫି ଚାଷ ଯୋଗୁଁ ବଦଳିଯାଇଛି କୋରାପୁଟର ଆଦିବାସୀଙ୍କ ଜୀବନ । ଦିନେ ଜୀବିକା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଏଠାକାର ଆଦିବାସୀ ଏବେ କଫି ଚାଷ କରି ପରିବାର ପୋଷଣ କରିପାରୁଛନ୍ତି । ଆଉ ନିଜ ସ୍ୱଦେଶୀ କଫିର ମହକରେ ମହକାଇ ପାରିଛନ୍ତି ଦେଶ ବିଦେଶକୁ । କଫି ଯୋଗୁଁ ସେମାନଙ୍କ ଆୟ ବଢିଛି ଓ ଜୀବନଧାରଣ ରେ ମଧ୍ୟ ଅନେକ ପରିବର୍ତନ ଆସିଛି । ଭୁବନେଶ୍ୱର ; ଗତ କିଛି ବର୍ଷ ପୂର୍ବେ କୋରାପୁଟ…

Read More

କ୍ରେସ୍ ବଢାଇବ କର୍ମକ୍ଷେତ୍ରରେ ମହିଳାଙ୍କ ଯୋଗଦାନ

ଏକ ସର୍ଭେ ଅନୁସାରେ ଦେଶରେ ପ୍ରାୟ ୫୦ ପ୍ରତିଶତ ମହିଳା ମା ହେବା ପରେ ଚାକିରୀ ଛାଡନ୍ତି ତାଙ୍କ ଭିତରୁ ଯେଉଁମାନେ ବି ପୁଣିଥରେ ଯୋଗ ଦିଅନ୍ତି ସେମାନଙ୍କ ଭିତରୁ ଅନେକେ ପିଲାର ଦେଖାଶୁଣା କରିବା ପାଇଁ କୌଣସି ବ୍ୟବସ୍ଥା ନଥିଲେ ଚାକିରୀ ଛାଡିବାକୁ ବାଧ୍ୟ ହୁଅନ୍ତି । କ୍ରେସ ନଥିବା ହେତୁ ଅନେକ କର୍ମଜୀବୀ ମହିଳାଙ୍କ କାମ କରିବାର ସୁଯୋଗରୁ ବଂଚିତ ହେଉଛନ୍ତି । ପ୍ରାୟ ୩ ବର୍ଷ ତଳେ ଅମୃତାଙ୍କ ପାଇଁ ମା ହେବାର…

Read More

ପିପିଲି ଚାନ୍ଦୁଆ କାରିଗରଙ୍କ ପାଇଁ ନୂଆ ଆଶା

ଏବର୍ଷ ରଥଯାତ୍ରା ଅନେକଙ୍କ ପାଇଁ ଖୁସି ଆଣିଥିବା ବେଳେ ପିପିଲିର ଚାନ୍ଦୁଆ କାରିଗରଙ୍କ ପାଇଁ ବେଶି ଖୁସି ଆଣିଦେଇଛି । କାରଣ, ଗତ ୨ ବର୍ଷରୁ ଅଧିକ ସମୟ ଧରି ହାତବାନ୍ଧି ବସିଥିବା ଚାନ୍ଦୁଆ କାରିଗରଙ୍କୁ ଏବର୍ଷ ଭଲ କାମର ଅର୍ଡ଼ର ମିଳିଛି । ଫଳରେ ସେମାନେ ଏବେ ପିପିଲି ଚାନ୍ଦୁଆ କାମର ଭବିଷ୍ୟତ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ; ଚାନ୍ଦୁଆ କାମ କରୁଥିବା ମମତା ଦଳେଇଙ୍କୁ ଏବେ ଫୁରସତ ନାହିଁ…

Read More

ଭୁବନେଶ୍ୱରକୁ ଶିଶୁ ମିତ୍ର କରିବାକୁ ଶିଶୁ ସୁରକ୍ଷା ଆୟୋଗର ପ୍ରୟାସ

ପିଲାମାନେ ଅନାଥ ହୋଇ ରାସ୍ତାକଡରେ ରହିବାର ବିଭିନ୍ନ କାରଣ ରହିଛି । କେଉଁଠି ପରିବାର, ପଡୋଶୀ ନଚେତ ଗାଁଲୋକଙ୍କ ଦ୍ୱାରା ନିୟମିତ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ସହିନପାରି ସେମାନେ ଘର ଛାଡୁଛନ୍ତି । ଏସବୁକୁ ଆଖିରେ ରଖି ଭୁବନେଶ୍ୱରକୁ ଶିଶୁ ମିତ୍ର ନଗର ଭାବେ ଗଢିବା ପାଇଁ ଏବେ ନିଷ୍ପତି ନିଆଯାଉଛି । ଫଳରେ ପିଲାମାନେ ରାସ୍ତାକଡରେ ଭିକ ମାଗିବା ବଦଳରେ ସ୍କୁଲକୁ ଯାଇ ପାଠ ପଢିବେ । ସରସ୍ୱତୀଙ୍କ ବୟସ ପାଖାପାଖି ୧୨…

Read More

ଅପହଂଚ ଗାଁ ଲୋକଙ୍କ ପାଇଁ ଟୀକାକରଣ ଏବେ ବି ଅପହଂଚ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ବ୍ଲକ ଅନ୍ତର୍ଗତ ଅନେକ ଗାଁକୁ ଏବେବି ସବୁଦିନିଆ ସଡକ ଯୋଜନାରେ ସଂଯୋଗୀକରଣ କରାଯାଇପାରିନାହିଁ । ଫଳରେ ଦୂରଦୂରାନ୍ତ ଓ ଅପହଂଚ ଗାଁ ଗୁଡିକରେ ରହୁଥିବାଲୋକେ ଏବେବି ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ଅଧିକାର ପାଇବାରୁ ବଂଚିତ ହେଉଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ତେନ୍ତୁଳିପଡା ଗାଁର ଆଶାକର୍ମୀ କିଛି ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଓ ଟୀକାକରଣ ପାଇଁ ବିପଦ ସଂକୁଳ ଅବସ୍ଥାରେ ନଈ ପାର କରାଉଥିଲେ ।…

Read More

ଆଦିବାସୀଙ୍କୁ କୁପୋଷଣରୁ ରକ୍ଷା କରୁଛି ଜଙ୍ଗଲୀକନ୍ଦା

କୁପୋଷଣ ଭଳି ସମସ୍ୟାରୁ ମୁକ୍ତି ଦେଉଛି ଜଙ୍ଗଲୀ କନ୍ଦା । କୋରାପୁଟର ଆଦିବାସୀଙ୍କ ଖାଦ୍ୟ ତାଲିକାରେ ସାମିଲ ଥିବା ଏହି ପାରମ୍ପରିକ ଜଙ୍ଗଲୀ ଖାଦ୍ୟ କେବଳ କୁପୋଷଣ ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଉଛି । କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହା ଉପରେ ଗବେଷଣା ଆରମ୍ଭ ହେବା ପରେ ଏହି ପାରମ୍ପରିକ ଖାଦ୍ୟର ଚାହିଦା ଏବେ ଧୀରେ ଧୀରେ ସାଧାରଣ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି । ଯାହାକି ଆଦିବାସୀଙ୍କୁ…

Read More

ଜଙ୍ଗଲ ସୁରକ୍ଷା ପାଇଁ ସାନ୍ତାଳ ଆଦିବାସୀଙ୍କ ଜଙ୍ଗଲ ରକ୍ଷାବନ୍ଧନ ଉତ୍ସବ

ରାକ୍ଷୀ ପାଇଁ ଆଜି ସୁରକ୍ଷିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଶହ ଶହ ଏକର ଜଙ୍ଗଲ । ଯେଉଁଠି ଆଦିବାସୀ ସ୍ୱଇଚ୍ଛାରେ ଗ୍ରାମ୍ୟ ଜଙ୍ଗଲରେ ରାକ୍ଷୀର ପବିତ୍ର ବନ୍ଧନକୁ ସୂତା ମାଧ୍ୟମରେ ବାନ୍ଧିଛନ୍ତି, ସେଠି ଶାଳ ଜଙ୍ଗଲକୁ ଛୁଇଁ ପାରିନି ନିଆଁର ଝୁଲ । ଗୋଟେ କି ଦୁଇଟି ନୁହେଁ ପୂରା ଜିଲ୍ଲାରେ ଏବେ ଏମିତି ୭୫୦ ଖଣ୍ଡ ଆଦିବାସୀ ଗାଁ ଅଛି ଯେଉଁଠି ଲୋକେ ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବାକୁ ଯାଇ ପ୍ରତିବର୍ଷ ପାଳନ କରୁଛନ୍ତି…

Read More

ବନ୍ୟା ମହିଳାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରୁଛି

ବର୍ତମାନ ସାରା ଓଡ଼ିଶା ବନ୍ୟା ପରିସ୍ଥିତି ସହ ଯୁଝୁଛି । ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ସାଢେ ୪ ଲକ୍ଷ ଲୋକ ବନ୍ୟା ଘେରରେ ଏବେମଧ୍ୟ ରହିଛନ୍ତି ଓ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ପୁରୀ ଜିଲ୍ଲାରେ ୫୫ଟି ପଂଚାୟତର ୨୦୧ଟି ଗାଁର ଦେଢଲକ୍ଷ ଲୋକ ବନ୍ୟା ଯୋଗୁଁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟରେ ବିଶେଷ ସମସ୍ୟାର ସମ୍ମୁଖୀନ ହୁଅନ୍ତି…

Read More

ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମା

୨୦୧୬ ମସିହାରେ ମାତ୍ର ୫ ବର୍ଷ ବୟସରେ ସେ ଗାଁର ଜଣେ ବୟସ୍କ ଝିଅଟି ସହ ଦୁଷ୍କର୍ମ କଲେ । ପଂଚାୟତ ଟଙ୍କା ନେଇ ଚୁପ ରହିବାକୁ କହିବାରୁ ମା ଜଣକ ଦୋଷୀଙ୍କୁ ଦଣ୍ଡ ଦେବାକୁ ଜିଦ ଧରିଲେ । ସେବେଠୁ ପୁରା ପରିବାର ସାମାଜିକ ବାସନ୍ଦର ଶିକାର । ଏହା ଭିତରେ ୬ ବର୍ଷ ବିତିଯାଇଥିଲେ ବି ସେ ନ୍ୟାୟ ପାଇବା ପାଇଁ ତାଙ୍କ ଲଢେଇ ଜାରି ରଖିଛନ୍ତି ଓ ସରକାରଙ୍କ ଠାରେ ଗୁହାରୀ କରୁଛନ୍ତି…

Read More

ପ୍ରତିଦିନର ସଂଘର୍ଷ ସହ ଯୁଝୁଛନ୍ତି ଡେଲିଭରୀ ପର୍ସନ

ଗତ କିଛି ବର୍ଷ ହେବ ବଡ ବଡ ମେଟ୍ରୋ ସହର ଭଳି ଭୁବନେଶ୍ୱର ଓ କଟକରେ ମଧ୍ୟ ଯୁବପିଢି ଡେଲିଭରୀ ପର୍ସନ ଭାବେ କାମ କରିବା ଦେଖାଯାଉଛି । ଗାଁ ଗହଳରୁ କାମ ଅନ୍ୱେଷଣରେ ସହରକୁ ଆସୁଥିବା ଯୁବକ ଯୁବତୀ ଏହି ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । ପୁଣି ସହରର କିଛି ଯୁବକ ଯେଉଁମାନେ ପରିବାରକୁ ଆର୍ଥିକ ସାହାଯ୍ୟ, ହାତ ଖର୍ଚ୍ଚ ବା କଲେଜ ଫି ଦେବାକୁ ଅର୍ଥର ଆବଶ୍ୟକ କରନ୍ତିି ସେମାନେ ମଧ୍ୟ…

Read More