ଗଣପର୍ବ ରଜ: ସେବେ ଓ ଏବେ

ବର୍ତ୍ତମାନର ଆଧୁନିକତାରେ ହଜିଗଲାଣି ସେଇ ପୁରୁଣା ଦିନର ରଜ । ହରଗୌରା ପତ୍ର ବାଟି ହାତରେ ମଞ୍ଜୁଆତି ରଂଗ କରୁଥିବା ଅନେକ ପୌଢା ଏବର ଝିଅମାନଙ୍କ ମେହେନ୍ଦି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି । ରଜରେ ମଞ୍ଜୁଆତି ପତ୍ରର ସୁଗନ୍ଧ ଏବର କେମିକାଲ ମିଶା ମେହେନ୍ଦିରେ ମିଳୁନାହିଁ । ତେବେ ସବୁଠାରୁ ବଡ ଦୁଃଖ ହେଉଛି ଆଜିକାଲିର ଝିଅମାନେ ଆଉ ରଜ ଗୀତ ଗାଇ ଶିଖିନାହାନ୍ତି । ଗାଁରେ ବଡ ବଡ ପୁରୁଣା ଆମ୍ବ ଗଛ ଦେଖିବାକୁ…

Read More

ପାରମ୍ପରିକ ବିହନ ସଂଗ୍ରହାଳୟ କରି ରାଜ୍ୟରେ ଖ୍ୟାତି ପାଇଛନ୍ତି ବରଗଡର ସୁଦାମ

ଓଡ଼ିଶାର ବରଗଡ଼ ଜିଲ୍ଲାକୁ ‘rice bowl of Odisha” ବୋଲି କୁହାଯାଏ। କାରଣ ଏଠି ଅନ୍ୟ ଜିଲ୍ଲା ତୁଳନାରେ ସବୁଠାରୁ ଅଧିକ ଧାନ ଅମଳ ହୁଏ । ତେବେ ରାସାୟନିକ ସାର ନୁହେଁ ବରଂ ଜୈବିକ ସାର ବ୍ୟବହାର କରି ଚାଷ ସହ ବିହନ ସଂରକ୍ଷଣ କରି ବରଗଡ ଜିଲ୍ଲାର ସୁଦାମ ସାହୁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ୨୦୦୧ ମସିହାରେ ସରକାରୀ ଚାକିରୀ ଛାଡି ବିହନ ସଂରକ୍ଷଣ କାମ ଆରମ୍ଭ କରିଥିବା…

Read More

ଓଡ଼ିଆ ବର୍ଣ୍ଣମାଳାକୁ ନେଇ ତିଆରି ହେଉଛି ଉଦ୍ୟାନ

ଓଡ଼ିଆ ବର୍ଣ୍ଣମାଳା ଅନୁସାରେ ଗଛ ଲଗାହେଉଛି । ଉଦ୍ଦେଶ୍ୟ ହେଉଛି ବର୍ଣ୍ଣମାଳାର ପ୍ରଥମ ଅକ୍ଷର ଅନୁସାରେ ଲଗାଯାଇଥିବା ଗଛକୁ ସଭିଏଁ ଚିହ୍ନିବେ ଓ ଏହାର ଉପକାରିତା ବିଷୟରେ ଜାଣିବା ସହ ଏହାର ସୁରକ୍ଷା ଦାୟିତ୍ୱ ନେବେ । ସେମିତି କିଛି ନୂତନ ପରିକଳ୍ପନା ନେଇ ନବରଙ୍ଗପୁର ଜିଲ୍ଲା ଅଧିନସ୍ଥ କୋଡିଙ୍ଗା ବନାଞ୍ଚଳରେ ଆରମ୍ଭ କରାଯାଇଛି କୋଡ଼ିଙ୍ଗାର ବର୍ଣ୍ଣ ଉଦ୍ୟାନ । ଏହି ଉଦ୍ୟାନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଗଛକୁ ସୁରକ୍ଷିତ ରଖିବା ସହ ଏହା ମାଧ୍ୟମରେ…

Read More

ସମ୍ପର୍କକୁ ସୁଦୃଢ଼ କରୁଛି ନୂଆପାଟଣାର ଖଣ୍ଡାପାଟୁଆ ଯାତ୍ରା

ଆମ ସମାଜରେ କିଛି ପ୍ରଥା ଓ ପରମ୍ପରା ଆଜି ବି ଯୋଡ଼ି ରଖିଛି ଗାଁ ଲୋକଙ୍କୁ । ତା ମଧ୍ୟରେ ଏକ ବଡ ପରମ୍ପରା ହେଉଛି ଓଡ଼ିଆଙ୍କ ନବବର୍ଷ ଯାହା ପଣାସଂକ୍ରନ୍ତି ଦିନ ପାଳିତ ହୁଏ । କଟକ ଜିଲ୍ଲା ନୂଆପାଟଣା ଗାଆଁରେ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିତ ହୁଏ ଖଣ୍ଡାପାଟୁଆ କାଳେଶି ଯାତ୍ରା । ଆଖପାଖ ୫୦ ଖଣ୍ଡ ଗାଁର ଲୋକ ଏହି ଯାତ୍ରା ଦେଖିବାକୁ ରୁଣ୍ଡ ହୁଅନ୍ତି। ନିଜ ନିଜ ଭିତରେ କଳି ଝଗଡ଼ା ଭୁଲି…

Read More

ଲୁଣା ଜଙ୍ଗଲ ସୁରକ୍ଷାରେ ନିୟୋଜିତ ମହିଳା

ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଝାଡଲିଙ୍ଗ ଗାଁକୁ ଫନି ବାତ୍ୟାରୁ ରକ୍ଷା କରିବା ପାଇଁ ଲୁଣା ଜଙ୍ଗଲ ଏକ ଢାଲ ଭାବେ କାମ କରିଥିଲା। ୨୦୧୯ ମସିହାରେ ହୋଇଥିବା ଭୟଙ୍କର ବାତ୍ୟାରେ ଝାଡଲିଙ୍ଗ ଗାଁ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ମାତ୍ର ବାତ୍ୟା ଦିଗ ବଦଳାଇ ଅନ୍ୟ ସ୍ଥାନରେ ଲ୍ୟାଣ୍ଡଫଲ କଲା । ଲୋକଙ୍କ ବିଶ୍ୱାସ ଗାଁ ଚାରିପାଖେ ଥିବା ଲୁଣାଜଙ୍ଗଲ ହିଁ ସେମାନଙ୍କୁ ଏହି ବାତ୍ୟା…

Read More

ଓଡ଼ିଶାରେ ଅର୍କିଡ୍ ଚାଷ ସୃଷ୍ଟି କରୁଛି ରୋଜଗାରର ନୂଆ ପନ୍ଥା

ରାଜ୍ୟରେ ବଢୁଛି ଅର୍କିଡ୍ ଚାଷର ଚାହିଦା। ଆଗରୁ ଏହି ଫୁଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ମାତ୍ର ଏବେ ଧୀରେ ଧୀରେ ଓଡ଼ିଶାରେ ଏହି ଚାଷର ଚାହିଦା ବଢୁଛି।   ଦିନଥିଲା ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଥାଇଲାଣ୍ଡ , ମାଲେସିଆ ତଥା ଭାରତର ଅନ୍ୟ ରାଜ୍ୟରେ ଉତ୍ପାଦନ କରାଯାଉଥିବା ଅର୍କିଡ ଫୁଲ ଉପରେ ନିର୍ଭର କରୁଥିଲା । ମାତ୍ର ଏବେ ଓଡ଼ିଶାରେ ଏହାର ଉତ୍ପାଦନ ବଢ଼ିବାକୁ ଲଗିଛି । ଏପରିକି ବାହାର ରାଜ୍ୟକୁ…

Read More

ଲୋଧା ଜନଜାତିର ପିଲାଙ୍କ ଆତ୍ମବିଶ୍ୱାସ ବଢାଉଛି ଫୁଟବଲ

ମୟୁରଭଞ୍ଜର ଲୋଧା ସଂପ୍ରଦାୟ ପିଲାଙ୍କୁ ସାଧାରଣରେ କ୍ରିମିନାଲ ଟ୍ରାଇବ କୁହାଯାଉଥିବାରୁ ସେମାନେ ନିୟମିତ ସ୍କୁଲ ଯାଉନଥିଲେ କିମ୍ବା ଅନ୍ୟ ଜନଜାତିଙ୍କ ସହ ମିଶି ପାରୁନଥିଲେ । କିନ୍ତୁ ଏବେ ଫୁଟବଲ ଖେଳ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଆଣିବା ସହ ସେମାନଙ୍କୁ ସମାଜରେ ଏକ ପରିଚୟ ଦେଇପାରିଛି । ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଲୋଧାଡିହି ଗାଁକୁ ଯଦି ଆପଣ କେବେ ବୁଲି ଆସନ୍ତି, ତେବେ ଦେଖିବେ ବିଭିନ୍ନ ଖୋଲାପଡିଆରେ କିଶୋର କିଶୋରୀମାନେ ସେମାନଙ୍କ ଦଳ ସହ…

Read More

ବାତ୍ୟା ସମୟରେ ଦେଖାଇଲେ ଉତ୍ସର୍ଗୀକୃତ ସେବା, ଲୋକଙ୍କଠୁଁ ସାଉଟିଲେ ପ୍ରଶଂସା

୧୯୯୯ ମସିହା ମହାବାତ୍ୟା ସମୟରେ ପୂର୍ବ ପ୍ରସ୍ତୁତି ନଥିବା ଯୋଗୁଁ ପ୍ରାୟ ୧୦ ହଜାର ଲୋକ ମୃତ୍ୟୁ ବରଣ କରିବା ସହ ଅନେକ କ୍ଷୟକ୍ଷତି ହୋଇଥିଲା । ଏହାପରଠାରୁ ଓଡ଼ିଶା ପୂର୍ବ ପ୍ରସ୍ତୁତି ସହ ଡିଜାଷ୍ଟର ମ୍ୟାନେଜମେଂଟରେ ଆନ୍ତର୍ଜାତୀୟ ଖ୍ୟାତିପାଇପାରିଛି । ଏଥିପାଇଁ ରହିଛି ଅନେକଙ୍କର ଉତଦସର୍ଗୀକୃତ ସେବା ମନୋଭାବ । ଭୁବନେଶ୍ୱର: ଗତ ସପ୍ତାହରେ ଓଡ଼ିଶା ଉପକୂଳବର୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବାତ୍ୟା ଦାନା ବ୍ୟାପକ କ୍ଷତି କରିଛି , ଏଥିଯୋଗୁଁ…

Read More

ପାହାଡ ଉପରେ ବର୍ଷାଜଳ ସଂରକ୍ଷଣ, ଅପହଂଚ ଗାଁ ଲୋକଙ୍କ ଦୂରହେଲା ଜଳସଙ୍କଟ

ନୟାଗଡ଼ : ଅପହଂଚ ଗାଁ କଥା ଉଠିଲେ ସାଧାରଣତଃ ମନକୁ ଆସେ କନ୍ଧମାଳ, କଳାହାଣ୍ଡି ନୂଆପଡା ଅବା କୋରାପୁଟ ଜିଲ୍ଲା କଥା । କିନ୍ତୁ ଭୁବନେଶ୍ୱରଠାରୁ ୭୦-୮୦ କିମି ଦୂର ନୟାଗଡ ଜିଲ୍ଲାରେ ଏମିତି ଅନେକ ଗାଁ ଅଛି ଯେଉଁଠି ଲୋକ ତ ରହୁଛନ୍ତି ହେଲେ ଯିବାକୁ ଭଲରାସ୍ତା ଟିଏ ନାହିଁ । ଏପରିକି ସାଇକେଲଟିଏ ଯାଇପାରିବ ନାହିଁ । ଗାଁ ଲୋକଙ୍କୁ ଅତ୍ୟାବଶ୍ୟକୀୟ ଜିନିଷ ଆଣିବାକୁ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।…

Read More

ଡଙ୍ଗା ନ ଥିଲେ ଯାତାୟାତ ଠପ୍, ଚିଲିକା ମଝି ଗାଁ ଲୋକଙ୍କ ଏକମାତ୍ର ଭରସା

ପୁରୀ: କୃଷ୍ଣ ପ୍ରସାଦ ବ୍ଲକର ଦୁଇଟି ଗାଁ ବ୍ରହ୍ମପୁର ଓ ମହିଷା । ଚିଲିକା ହ୍ରଦରେ ଏକ ଦୀପ ଭଳି ରହିଛି । ଆଗେ ପାରିକୁଦ କୁହାଯାଉଥିବା କୃଷ୍ଣ ପ୍ରସାଦ ବ୍ଲକର ୫ଟି ଯାକ ଗାଁ- ବ୍ରହ୍ମପୁର, ମହିଷା, ଖିରିସାହି, ପାରଳା, ଭବାନୀପୁର ଆଦି ଗାଁ ଚିଲିକା ଭିତରେ ଥିଲା କିନ୍ତୁ ଧିରେ ଧିରେ ଅନ୍ୟ ଗାଁ ଗୁଡିକୁ ସଡକପଥ ହୋଇସାରିଥିଲେ ମଧ୍ୟ ଏହି ଦୁଇଟି ଗାଁ ଏବେବି ଅଲଗା ହୋଇ ରହିଛି । ୨୦୦୯ ମସିହାରେ…

Read More