ଭୁବନେଶ୍ୱରକୁ ଶିଶୁ ମିତ୍ର କରିବାକୁ ଶିଶୁ ସୁରକ୍ଷା ଆୟୋଗର ପ୍ରୟାସ

ପିଲାମାନେ ଅନାଥ ହୋଇ ରାସ୍ତାକଡରେ ରହିବାର ବିଭିନ୍ନ କାରଣ ରହିଛି । କେଉଁଠି ପରିବାର, ପଡୋଶୀ ନଚେତ ଗାଁଲୋକଙ୍କ ଦ୍ୱାରା ନିୟମିତ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ସହିନପାରି ସେମାନେ ଘର ଛାଡୁଛନ୍ତି । ଏସବୁକୁ ଆଖିରେ ରଖି ଭୁବନେଶ୍ୱରକୁ ଶିଶୁ ମିତ୍ର ନଗର ଭାବେ ଗଢିବା ପାଇଁ ଏବେ ନିଷ୍ପତି ନିଆଯାଉଛି । ଫଳରେ ପିଲାମାନେ ରାସ୍ତାକଡରେ ଭିକ ମାଗିବା ବଦଳରେ ସ୍କୁଲକୁ ଯାଇ ପାଠ ପଢିବେ । ସରସ୍ୱତୀଙ୍କ ବୟସ ପାଖାପାଖି ୧୨…

Read More

ଆଦିବାସୀଙ୍କୁ କୁପୋଷଣରୁ ରକ୍ଷା କରୁଛି ଜଙ୍ଗଲୀକନ୍ଦା

କୁପୋଷଣ ଭଳି ସମସ୍ୟାରୁ ମୁକ୍ତି ଦେଉଛି ଜଙ୍ଗଲୀ କନ୍ଦା । କୋରାପୁଟର ଆଦିବାସୀଙ୍କ ଖାଦ୍ୟ ତାଲିକାରେ ସାମିଲ ଥିବା ଏହି ପାରମ୍ପରିକ ଜଙ୍ଗଲୀ ଖାଦ୍ୟ କେବଳ କୁପୋଷଣ ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଉଛି । କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହା ଉପରେ ଗବେଷଣା ଆରମ୍ଭ ହେବା ପରେ ଏହି ପାରମ୍ପରିକ ଖାଦ୍ୟର ଚାହିଦା ଏବେ ଧୀରେ ଧୀରେ ସାଧାରଣ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି । ଯାହାକି ଆଦିବାସୀଙ୍କୁ…

Read More

ବନ୍ୟା ମହିଳାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରୁଛି

ବର୍ତମାନ ସାରା ଓଡ଼ିଶା ବନ୍ୟା ପରିସ୍ଥିତି ସହ ଯୁଝୁଛି । ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ସାଢେ ୪ ଲକ୍ଷ ଲୋକ ବନ୍ୟା ଘେରରେ ଏବେମଧ୍ୟ ରହିଛନ୍ତି ଓ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ପୁରୀ ଜିଲ୍ଲାରେ ୫୫ଟି ପଂଚାୟତର ୨୦୧ଟି ଗାଁର ଦେଢଲକ୍ଷ ଲୋକ ବନ୍ୟା ଯୋଗୁଁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟରେ ବିଶେଷ ସମସ୍ୟାର ସମ୍ମୁଖୀନ ହୁଅନ୍ତି…

Read More

ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମା

୨୦୧୬ ମସିହାରେ ମାତ୍ର ୫ ବର୍ଷ ବୟସରେ ସେ ଗାଁର ଜଣେ ବୟସ୍କ ଝିଅଟି ସହ ଦୁଷ୍କର୍ମ କଲେ । ପଂଚାୟତ ଟଙ୍କା ନେଇ ଚୁପ ରହିବାକୁ କହିବାରୁ ମା ଜଣକ ଦୋଷୀଙ୍କୁ ଦଣ୍ଡ ଦେବାକୁ ଜିଦ ଧରିଲେ । ସେବେଠୁ ପୁରା ପରିବାର ସାମାଜିକ ବାସନ୍ଦର ଶିକାର । ଏହା ଭିତରେ ୬ ବର୍ଷ ବିତିଯାଇଥିଲେ ବି ସେ ନ୍ୟାୟ ପାଇବା ପାଇଁ ତାଙ୍କ ଲଢେଇ ଜାରି ରଖିଛନ୍ତି ଓ ସରକାରଙ୍କ ଠାରେ ଗୁହାରୀ କରୁଛନ୍ତି…

Read More

ବାଲ୍ୟବିବାହକୁ ରୋକିବା କ୍ଷେତ୍ରରେ ନୂଆ ପ୍ରଚେଷ୍ଟା ଅଲିଭା

ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ-୫ ଅନୁସାରେ ଯଦିଓ ଗତ ୬ବର୍ଷ ଭିତରେ ବାଲ୍ୟବିବାହର ମାତ୍ରାରେ ୦.୮ ପ୍ରତିଶତ ହ୍ରାସ ଘଟିଛି ତଥାପି ବର୍ତମାନ ରାଜ୍ୟରେ ୨୦.୫ ପ୍ରତିଶତ ବାଲ୍ୟବିବାହ ହେଉଛି । ସର୍ଭେ ଅନୁସାରେ ରାଜ୍ୟର ୧୨ଟି ଜିଲ୍ଲାର ସ୍ଥିତି ଏବେବି ଗମ୍ଭୀର ଏବଂ ଜାତୀୟ ହାରଠୁଁ ଅଧିକ । ରାଜ୍ୟ ସରକାର, ୟୁନିସେଫ, ଆକସନ ଏଡ, ଚାଇଲ୍ଡ ଲାଇନ ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନଙ୍କ ମିଳିତ ସହଯୋଗରେ ବାଲ୍ୟ ବିବାହକୁ ରୋକିବା ପାଇଁ ଅନେକ…

Read More

ସୁନା ଫଳାଇଛି ସବାଇ

କରୋନା ମହାମାରୀ ସମୟରେ ଯେତେବେଳେ ଲୋକଙ୍କୁ କାମ ଧନ୍ଦା ମିଳୁନଥିଲା ସେତେବେଳେ ମୟୂରଭଞ୍ଜର ଭାତୁଡି, ସାନ୍ତାଳ ଓ ମୁଣ୍ଡା ସମ୍ପ୍ରଦାୟର ପାଖାପାଖି ୨୦୦ ଆଦିବାସୀ ମହିଳା ନିଜର ପାରମ୍ପରିକ କୌଳିକ ବୃତିକୁ ଆଗକୁ ଆଣିବାକୁ ସାହାସ ଜୁଟାଇଥିଲେ । ସବାଇ ଘାସରେ ପାରମ୍ପରିକ ଦଉଡି ପ୍ରସ୍ତୁତ କରୁଥିବା ଏହି ମହିଳାମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରିବା ସହ ବିକ୍ରି ଆରମ୍ଭ କଲେ । ଏବେ ଏହି ସାମଗ୍ରୀ…

Read More

ସ୍ୱପ୍ନକୁ ଶିଡି ଦେଇଛି ଫୁଟ୍‌ବଲ୍‌

ଆପଣ ଯଦି ଝୁଣ୍ଡ ଫିଲ୍ମ ଦେଖିଥିବେ ତେବେ ଭୁବନେଶ୍ୱରର ଡମଣା ବସ୍ତିରେ ରହୁଥିବା ବିଜୟ ନାଏକଙ୍କ ସ୍ୱପ୍ନ ସହ ଥିବା ଏହାର ସାମଞସ୍ୟକୁ ନିଶ୍ଚିତ ଭାବେ ବୁଝିପାରିବେ । ଫିଲ୍ମରେ ବସ୍ତିର ପିଲାଙ୍କୁ ନେଇ ଗଢାଯାଇଥିବା ଫୁଟବଲ ଟିମ ପରି ଏଠି ମଧ୍ୟ ବିଜୟ ତିଆରି କରିଛନ୍ତି ଏକ ଫୁଟବଲ ଟିମ । ପେଷାରେ ବିଏମସିର ସଫେଇ କର୍ମଚାରୀ ଭାବେ କାମ କରୁଥିବା ବିଜୟ ଦିନେ ସ୍ୱପ୍ନ ଦେଖିଥିଲେ ଫୁଟବଲ ଖେଳାଳି ହେବେ । କିନ୍ତୁ ଘରର…

Read More

ଏକାକୀ ମହିଳା ଫୁଲ ଉଦ୍ୟୋଗୀ

ଘରେ ବା ମନ୍ଦିରରେ ଠାକୁରଙ୍କୁ ଗେଣ୍ଡୁଫୁଲ ଦେବା ବେଳେ ଆପଣଙ୍କ ମନକୁ ବୋଧହୁଏ କେବେ ଆସିନଥିବ ଯେ ଏ ଫୁଲ କେଉଁଠାରୁ ଆସିଛି । କିନ୍ତୁ ପ୍ରକୃତରେ ଏ ମହକ ଆସୁଛି ରାୟଗଡା ଜିଲ୍ଲାରୁ । ଜିଲ୍ଲାର ଅଧିକାଂଶ ମହିଳା ଚାଷୀଙ୍କ କ୍ଷେତରେ ଏବେ ଗେଣ୍ଡୁ ଫୁଲ,ଗ୍ଲାଡୁଲା ଓ ସେବତୀ ଝଲସୁଛି । ଗତ କିଛି ବର୍ଷ ହେବ ଗାଁର ମହିଳା ଚାଷୀ ମାନେ ଶୀତ ଋତୁ ଆସିଗଲେ ଫୁଲ ଚାଷ କରି ଯେ ନିଜର ରୋଜଗାର…

Read More

ଟି- ଟ୍ରାନସଜେଣ୍ଡରଙ୍କ କାହାଣୀ ଏବେ ପରଦାରେ

ମେଘନା ସାହୁଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମ -ଟି । ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି । ନିକଟରେ ତାଙ୍କ ଜୀବନ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ଟି ‘ଦ ଷ୍ଟୋରୀ ଅଫ୍ ଆଓାରସ୍‌’ (ଆମମାନଙ୍କ କାହାଣୀ) ରିଲିଜ୍ ହୋଇଥିବା ବେଳେ ତାଙ୍କୁ ସବୁ ମହଲରୁ…

Read More

ପାଣି ଟୋପେ ପାଇବେନି ଛେଣ୍ଡିପଦାବାସୀ

ଖଣି ଖନନ ଯୋଗୁଁ ସ୍ଥାନୀୟ ଲୋକେ ପ୍ରଭାବିତ ହେଉଥିବା ଖବର ତ ଅନେକ ରହିଛି କିନ୍ତୁ ଏହି ଖଣି ଖନନ ଯୋଗୁଁ ସେ ଅଂଚଳରୁ ସବୁଠାରୁ ଅଧିକ ବିସ୍ଥାପିତ ହୁଅନ୍ତି ଗରିବ ଓ ଅବହେଳିତ ବର୍ଗ । ଆଗକୁ ଏହି ଲିଷ୍ଟରେ ଯୋଡି ହେଉଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ୧୯୦ ଟି ଗାଁର ଗ୍ରାମବାସୀ । ଏକ ଆକଳନ ଅନୁସାରେ ଅନୁଗୁଳ ଜିଲ୍ଲାରେ ପ୍ରସ୍ତାବିତ କୋଇଲା ଖଣି ଖନନ କାର୍ଯ୍ୟ ଆରମ୍ଭ ହେଲେ ପାଖାପାଖି ୩୮…

Read More