ପାଣି ପାଇଁ ପ୍ରତିଦିନ ଚାଲୁଛନ୍ତି ୬ କିଲୋମିଟର

ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ ସବୁଠି ଲୋକେ ଏବର୍ଷ ର ଅସହ୍ୟ ତାତି ଯୋଗୁଁ ଛଟପଟ ହେଉଥିବା ବେଳେ ଦୂରଦୂରାନ୍ତ ଅଂଚଳରେ ପିଇବା ପାଣିର ସମସ୍ୟା ମହିଳାଙ୍କ ଉପରେ ଯେପରି ଦାଉ ସାଧିଛି । ନୂଆପଡ଼ା ଗାଡ଼ିଆଜୋର ଗାଁର ଆଦିବାସୀ ମହିଳାଙ୍କର ଏହା ପ୍ରତିଦିନର ସଂଘର୍ଷ । ଭୁବନେଶ୍ୱର ; ତତଲା ତାୱାରେ ଭାଜିି ହେଉଛି ସାରା ରାଜ୍ୟ । ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ…

Read More

ପିପିଲି ଚାନ୍ଦୁଆ କାରିଗରଙ୍କ ପାଇଁ ନୂଆ ଆଶା

ଏବର୍ଷ ରଥଯାତ୍ରା ଅନେକଙ୍କ ପାଇଁ ଖୁସି ଆଣିଥିବା ବେଳେ ପିପିଲିର ଚାନ୍ଦୁଆ କାରିଗରଙ୍କ ପାଇଁ ବେଶି ଖୁସି ଆଣିଦେଇଛି । କାରଣ, ଗତ ୨ ବର୍ଷରୁ ଅଧିକ ସମୟ ଧରି ହାତବାନ୍ଧି ବସିଥିବା ଚାନ୍ଦୁଆ କାରିଗରଙ୍କୁ ଏବର୍ଷ ଭଲ କାମର ଅର୍ଡ଼ର ମିଳିଛି । ଫଳରେ ସେମାନେ ଏବେ ପିପିଲି ଚାନ୍ଦୁଆ କାମର ଭବିଷ୍ୟତ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ; ଚାନ୍ଦୁଆ କାମ କରୁଥିବା ମମତା ଦଳେଇଙ୍କୁ ଏବେ ଫୁରସତ ନାହିଁ…

Read More

ଭୁବନେଶ୍ୱରକୁ ଶିଶୁ ମିତ୍ର କରିବାକୁ ଶିଶୁ ସୁରକ୍ଷା ଆୟୋଗର ପ୍ରୟାସ

ପିଲାମାନେ ଅନାଥ ହୋଇ ରାସ୍ତାକଡରେ ରହିବାର ବିଭିନ୍ନ କାରଣ ରହିଛି । କେଉଁଠି ପରିବାର, ପଡୋଶୀ ନଚେତ ଗାଁଲୋକଙ୍କ ଦ୍ୱାରା ନିୟମିତ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ସହିନପାରି ସେମାନେ ଘର ଛାଡୁଛନ୍ତି । ଏସବୁକୁ ଆଖିରେ ରଖି ଭୁବନେଶ୍ୱରକୁ ଶିଶୁ ମିତ୍ର ନଗର ଭାବେ ଗଢିବା ପାଇଁ ଏବେ ନିଷ୍ପତି ନିଆଯାଉଛି । ଫଳରେ ପିଲାମାନେ ରାସ୍ତାକଡରେ ଭିକ ମାଗିବା ବଦଳରେ ସ୍କୁଲକୁ ଯାଇ ପାଠ ପଢିବେ । ସରସ୍ୱତୀଙ୍କ ବୟସ ପାଖାପାଖି ୧୨…

Read More

ଆଦିବାସୀଙ୍କୁ କୁପୋଷଣରୁ ରକ୍ଷା କରୁଛି ଜଙ୍ଗଲୀକନ୍ଦା

କୁପୋଷଣ ଭଳି ସମସ୍ୟାରୁ ମୁକ୍ତି ଦେଉଛି ଜଙ୍ଗଲୀ କନ୍ଦା । କୋରାପୁଟର ଆଦିବାସୀଙ୍କ ଖାଦ୍ୟ ତାଲିକାରେ ସାମିଲ ଥିବା ଏହି ପାରମ୍ପରିକ ଜଙ୍ଗଲୀ ଖାଦ୍ୟ କେବଳ କୁପୋଷଣ ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଉଛି । କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହା ଉପରେ ଗବେଷଣା ଆରମ୍ଭ ହେବା ପରେ ଏହି ପାରମ୍ପରିକ ଖାଦ୍ୟର ଚାହିଦା ଏବେ ଧୀରେ ଧୀରେ ସାଧାରଣ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି । ଯାହାକି ଆଦିବାସୀଙ୍କୁ…

Read More

ବନ୍ୟା ମହିଳାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରୁଛି

ବର୍ତମାନ ସାରା ଓଡ଼ିଶା ବନ୍ୟା ପରିସ୍ଥିତି ସହ ଯୁଝୁଛି । ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ସାଢେ ୪ ଲକ୍ଷ ଲୋକ ବନ୍ୟା ଘେରରେ ଏବେମଧ୍ୟ ରହିଛନ୍ତି ଓ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ପୁରୀ ଜିଲ୍ଲାରେ ୫୫ଟି ପଂଚାୟତର ୨୦୧ଟି ଗାଁର ଦେଢଲକ୍ଷ ଲୋକ ବନ୍ୟା ଯୋଗୁଁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟରେ ବିଶେଷ ସମସ୍ୟାର ସମ୍ମୁଖୀନ ହୁଅନ୍ତି…

Read More

ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମା

୨୦୧୬ ମସିହାରେ ମାତ୍ର ୫ ବର୍ଷ ବୟସରେ ସେ ଗାଁର ଜଣେ ବୟସ୍କ ଝିଅଟି ସହ ଦୁଷ୍କର୍ମ କଲେ । ପଂଚାୟତ ଟଙ୍କା ନେଇ ଚୁପ ରହିବାକୁ କହିବାରୁ ମା ଜଣକ ଦୋଷୀଙ୍କୁ ଦଣ୍ଡ ଦେବାକୁ ଜିଦ ଧରିଲେ । ସେବେଠୁ ପୁରା ପରିବାର ସାମାଜିକ ବାସନ୍ଦର ଶିକାର । ଏହା ଭିତରେ ୬ ବର୍ଷ ବିତିଯାଇଥିଲେ ବି ସେ ନ୍ୟାୟ ପାଇବା ପାଇଁ ତାଙ୍କ ଲଢେଇ ଜାରି ରଖିଛନ୍ତି ଓ ସରକାରଙ୍କ ଠାରେ ଗୁହାରୀ କରୁଛନ୍ତି…

Read More

ବାଲ୍ୟବିବାହକୁ ରୋକିବା କ୍ଷେତ୍ରରେ ନୂଆ ପ୍ରଚେଷ୍ଟା ଅଲିଭା

ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ-୫ ଅନୁସାରେ ଯଦିଓ ଗତ ୬ବର୍ଷ ଭିତରେ ବାଲ୍ୟବିବାହର ମାତ୍ରାରେ ୦.୮ ପ୍ରତିଶତ ହ୍ରାସ ଘଟିଛି ତଥାପି ବର୍ତମାନ ରାଜ୍ୟରେ ୨୦.୫ ପ୍ରତିଶତ ବାଲ୍ୟବିବାହ ହେଉଛି । ସର୍ଭେ ଅନୁସାରେ ରାଜ୍ୟର ୧୨ଟି ଜିଲ୍ଲାର ସ୍ଥିତି ଏବେବି ଗମ୍ଭୀର ଏବଂ ଜାତୀୟ ହାରଠୁଁ ଅଧିକ । ରାଜ୍ୟ ସରକାର, ୟୁନିସେଫ, ଆକସନ ଏଡ, ଚାଇଲ୍ଡ ଲାଇନ ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନଙ୍କ ମିଳିତ ସହଯୋଗରେ ବାଲ୍ୟ ବିବାହକୁ ରୋକିବା ପାଇଁ ଅନେକ…

Read More

ସୁନା ଫଳାଇଛି ସବାଇ

କରୋନା ମହାମାରୀ ସମୟରେ ଯେତେବେଳେ ଲୋକଙ୍କୁ କାମ ଧନ୍ଦା ମିଳୁନଥିଲା ସେତେବେଳେ ମୟୂରଭଞ୍ଜର ଭାତୁଡି, ସାନ୍ତାଳ ଓ ମୁଣ୍ଡା ସମ୍ପ୍ରଦାୟର ପାଖାପାଖି ୨୦୦ ଆଦିବାସୀ ମହିଳା ନିଜର ପାରମ୍ପରିକ କୌଳିକ ବୃତିକୁ ଆଗକୁ ଆଣିବାକୁ ସାହାସ ଜୁଟାଇଥିଲେ । ସବାଇ ଘାସରେ ପାରମ୍ପରିକ ଦଉଡି ପ୍ରସ୍ତୁତ କରୁଥିବା ଏହି ମହିଳାମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରିବା ସହ ବିକ୍ରି ଆରମ୍ଭ କଲେ । ଏବେ ଏହି ସାମଗ୍ରୀ…

Read More

ସ୍ୱପ୍ନକୁ ଶିଡି ଦେଇଛି ଫୁଟ୍‌ବଲ୍‌

ଆପଣ ଯଦି ଝୁଣ୍ଡ ଫିଲ୍ମ ଦେଖିଥିବେ ତେବେ ଭୁବନେଶ୍ୱରର ଡମଣା ବସ୍ତିରେ ରହୁଥିବା ବିଜୟ ନାଏକଙ୍କ ସ୍ୱପ୍ନ ସହ ଥିବା ଏହାର ସାମଞସ୍ୟକୁ ନିଶ୍ଚିତ ଭାବେ ବୁଝିପାରିବେ । ଫିଲ୍ମରେ ବସ୍ତିର ପିଲାଙ୍କୁ ନେଇ ଗଢାଯାଇଥିବା ଫୁଟବଲ ଟିମ ପରି ଏଠି ମଧ୍ୟ ବିଜୟ ତିଆରି କରିଛନ୍ତି ଏକ ଫୁଟବଲ ଟିମ । ପେଷାରେ ବିଏମସିର ସଫେଇ କର୍ମଚାରୀ ଭାବେ କାମ କରୁଥିବା ବିଜୟ ଦିନେ ସ୍ୱପ୍ନ ଦେଖିଥିଲେ ଫୁଟବଲ ଖେଳାଳି ହେବେ । କିନ୍ତୁ ଘରର…

Read More

ଏକାକୀ ମହିଳା ଫୁଲ ଉଦ୍ୟୋଗୀ

ଘରେ ବା ମନ୍ଦିରରେ ଠାକୁରଙ୍କୁ ଗେଣ୍ଡୁଫୁଲ ଦେବା ବେଳେ ଆପଣଙ୍କ ମନକୁ ବୋଧହୁଏ କେବେ ଆସିନଥିବ ଯେ ଏ ଫୁଲ କେଉଁଠାରୁ ଆସିଛି । କିନ୍ତୁ ପ୍ରକୃତରେ ଏ ମହକ ଆସୁଛି ରାୟଗଡା ଜିଲ୍ଲାରୁ । ଜିଲ୍ଲାର ଅଧିକାଂଶ ମହିଳା ଚାଷୀଙ୍କ କ୍ଷେତରେ ଏବେ ଗେଣ୍ଡୁ ଫୁଲ,ଗ୍ଲାଡୁଲା ଓ ସେବତୀ ଝଲସୁଛି । ଗତ କିଛି ବର୍ଷ ହେବ ଗାଁର ମହିଳା ଚାଷୀ ମାନେ ଶୀତ ଋତୁ ଆସିଗଲେ ଫୁଲ ଚାଷ କରି ଯେ ନିଜର ରୋଜଗାର…

Read More